ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜେପି ପକ୍ଷରୁ ସିଂଲା ଡାକ୍ତରଖାନାରେ ସ୍ୱଚ୍ଛ ଭାରତ ମିଶନ କାଯ୍ୟକ୍ରମ ଅନୁଷ୍ଠିତ

  ବାଲେଶ୍ୱର ଜିଲ୍ଲା ସିଂଲା ଡାକ୍ତରଖାନା ପରିସରରେ ସିଂଲା ପଞ୍ଚାୟତ ବିଜେପି ପକ୍ଷରୁ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ସିଂଲା ପଞ୍ଚାୟତ ସରପଞ୍ଚ ବିପିନ୍ ବିହାରୀ ବିଶ୍ବାଳଙ୍କ ତତ୍ବାବଧାନରେ ପଞ୍ଚାୟତର ବହୁ ମହିଳା ଓ ବିଜେପି କର୍ମୀ ଯୋଗ ଦେଇଥିଲେ । ଦିର୍ଘ ଦିନ ଧରି ଡାକ୍ତରଖାନା ପରିସର ଅପରିଷ୍କାର ହୋଇ ପଡିଥିଲା । ବିଭିନ୍ନ ସ୍ଥାନରେ ଘାସ ଲଟା ବୁଦା ମାଡ଼ି ରହିଥିଲା । ଏହାକୁ ଦେଖି ବିଜେପି କର୍ମୀ ମାନେ ଏହାକୁ ପରିଷ୍କାର କରିଛନ୍ତି । ଡାକ୍ତରଖାନା ପରିସରକୁ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ପରାମର୍ଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ମସିହାରେ ସ୍ବଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଯାହା ଫଳରେ ପରିବେଶରେ ସ୍ବଚ୍ଛତା ଆସିବ ଏବଂ ବିଭିନ୍ନ ପ୍ରକାରର ମାରାତ୍ମକ ରୋଗରୁ ରକ୍ଷା ମିଳିବ । ତେଣୁ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସିଂଲା ପଞ୍ଚାୟତର ଏହି କାର୍ଯ୍ୟକ୍ରମ ଜାରି ରହିଛି । ସପ୍ତାହକୁ ଗୋଟିଏ ଦିନ ଭିନ୍ନ ଭିନ୍ନ ସ୍ଥାନରେ ଏହିଭଳି କାର୍ଯ୍ୟକ୍ରମ କରାଯାଉଛି ବୋଲି କହିଛନ୍ତି ବିଜେପି କର୍ମକର୍ତ୍ତା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କାର୍ଯ୍ୟସୂଚୀ ଅନୁଯାୟୀ ବାରିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ମୋଟ ୧୯୧ଗୋଟି ଅଭିଯୋଗର ହେଲା ଶୁଣାଣି 

masiha

Waltair Division Observes “Rashtriya Ekta Diwas” to Mark Sardar Vallabhbhai Patel’s Birth Anniversary

Sunil Chandra Nayak

ମୋ ଘର ଯୋଜନା ସଫଳ ରୂପାୟନ ପାଇଁ ବୈଠକ ହେଲେ ଦ୍ବନ୍ଦ୍ୱ କିଏ ମୋ ଘର ଆବେଦନ ପାଇଁ ଯୋଗ୍ୟ   

Sunil Chandra Nayak

Leave a Comment

error: Content is protected !!