ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜେପି ପକ୍ଷରୁ ସିଂଲା ଡାକ୍ତରଖାନାରେ ସ୍ୱଚ୍ଛ ଭାରତ ମିଶନ କାଯ୍ୟକ୍ରମ ଅନୁଷ୍ଠିତ

  ବାଲେଶ୍ୱର ଜିଲ୍ଲା ସିଂଲା ଡାକ୍ତରଖାନା ପରିସରରେ ସିଂଲା ପଞ୍ଚାୟତ ବିଜେପି ପକ୍ଷରୁ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ସିଂଲା ପଞ୍ଚାୟତ ସରପଞ୍ଚ ବିପିନ୍ ବିହାରୀ ବିଶ୍ବାଳଙ୍କ ତତ୍ବାବଧାନରେ ପଞ୍ଚାୟତର ବହୁ ମହିଳା ଓ ବିଜେପି କର୍ମୀ ଯୋଗ ଦେଇଥିଲେ । ଦିର୍ଘ ଦିନ ଧରି ଡାକ୍ତରଖାନା ପରିସର ଅପରିଷ୍କାର ହୋଇ ପଡିଥିଲା । ବିଭିନ୍ନ ସ୍ଥାନରେ ଘାସ ଲଟା ବୁଦା ମାଡ଼ି ରହିଥିଲା । ଏହାକୁ ଦେଖି ବିଜେପି କର୍ମୀ ମାନେ ଏହାକୁ ପରିଷ୍କାର କରିଛନ୍ତି । ଡାକ୍ତରଖାନା ପରିସରକୁ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ପରାମର୍ଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ମସିହାରେ ସ୍ବଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଯାହା ଫଳରେ ପରିବେଶରେ ସ୍ବଚ୍ଛତା ଆସିବ ଏବଂ ବିଭିନ୍ନ ପ୍ରକାରର ମାରାତ୍ମକ ରୋଗରୁ ରକ୍ଷା ମିଳିବ । ତେଣୁ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସିଂଲା ପଞ୍ଚାୟତର ଏହି କାର୍ଯ୍ୟକ୍ରମ ଜାରି ରହିଛି । ସପ୍ତାହକୁ ଗୋଟିଏ ଦିନ ଭିନ୍ନ ଭିନ୍ନ ସ୍ଥାନରେ ଏହିଭଳି କାର୍ଯ୍ୟକ୍ରମ କରାଯାଉଛି ବୋଲି କହିଛନ୍ତି ବିଜେପି କର୍ମକର୍ତ୍ତା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବାୟୁ ସେନାରେ ନିଯୁକ୍ତି ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ

masiha

ଆକାଂକ୍ଷା ବ୍ଲକ ତେନ୍ତୁଳିଖୁଣ୍ଟି ରେ ସଂପୂର୍ଣ୍ଣତା ଅଭିଯାନ ଉନ୍ମୋଚିତ

masiha

ଥୁଆମୂଳ ଗ୍ରାମପଞ୍ଚାୟତ ସୁବିଧା କେନ୍ଦ୍ର ଓ ତଲଝାପି ନୂତନ ଗ୍ରାମପଞ୍ଚାୟତ କାର୍ଯ୍ଯାଳୟ ଉଦଘାଟନ 

Leave a Comment

error: Content is protected !!