ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ମହାବିଦ୍ୟାଳୟ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

      ଯୋଗ ରୁ ଭୋଗ, ବିନା ଯୋଗରେ ରୋଗ 

ନବରଙ୍ଗପୁର–(ମସିହା)ନବରଙ୍ଗପୁର ମହାବିଦ୍ୟାଳୟ ର ଯୁବ ରେଡକ୍ରସ ଓ ଜାତୀୟ ସେବା ସଂସ୍ଥା ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ଡଃ. ଭାସ୍କର ନାଥ ବିଶ୍ଵାଳ ଙ୍କ ପରାମର୍ଶ ଅନୁଯାଇ ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଡି ଗୋବିନ୍ଦା ରାଓ ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଯୋଗ ସହ ମଣିଷ ଜୀବନର ଉଭୟ ଶାରରିକ ଓ ମାନସିକ କାର୍ଯ୍ଯ ଜଡ଼ିତ ଓ ଯୋଗ କୁ ଛାତ୍ର ଛାତ୍ରୀ ମାନେ ନିଜ ପାଠପଢ଼ା ଜୀବନର ଏକ ଅଙ୍ଗ ଭାବରେ ବିବେଚନା କରିବାକୁ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମ ର ଅନ୍ୟତମ ବକ୍ତା ଜିଲ୍ଲା ଯୁବ ରେଡକ୍ରସ ସଂପାଦକ ଅଧ୍ୟାପକ ଦିଲ୍ଲୀପ କୁମାର ହୋତା ମହାବିଦ୍ୟାଳୟ ସ୍ତରରେ ଛାତ୍ର ଛାତ୍ରୀ ମାନେ ଯୁବ ରେଡକ୍ରସ ର ସ୍ୱେଚ୍ଛାସେବୀ ଭାବରେ ବିଭିନ୍ନ କ୍ଷେତ୍ରରେ ବ୍ୟକ୍ତିତ୍ୱର ବିକାଶ କରିବା ସହିତ ଯୋଗକୁ ଜୀବନର ଏକ ନିରନ୍ତର କାର୍ଯ୍ଯ ଭାବରେ ଆପଣେଇ ନେବାପାଇଁ ପରାମର୍ଶ ଦେଇଥିଲେ।ଉପସ୍ଥିତ ଛାତ୍ର ଛାତ୍ରୀ, ଅଧ୍ୟାପକ,କର୍ମଚାରୀ ଙ୍କୁ ଦୀର୍ଘ ଏକ ଘଣ୍ଟା ପର୍ଯ୍ୟନ୍ତ ଯୋଗ ଗୁରୁ ଅଧ୍ୟାପକ ଜାହାଙ୍ଗୀର ମହମ୍ମଦ ଏଵଂ ଅଧ୍ୟାପକ ମନୋଜ କୁମାର କଂସ ବେହେରା ଯୋଗ ପ୍ରଶିକ୍ଷଣ କରିଥିଲେ। ଯୁବ ରେଡକ୍ରସ ମୁଖ୍ୟ ଶ୍ରୀ ହୋତା ଙ୍କ ସହିତ ଜାତୀୟ ସେବା ସଂସ୍ଥା ର କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ଜାହାଙ୍ଗୀର ମହମ୍ମଦ ଏଵଂ ଅଧ୍ୟାପିକା ମାନସୀ ମହାପାତ୍ର ସମଗ୍ର କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ ଓ ଶ୍ରୀ ଆଶୋକ ପାତ୍ର,ଶ୍ରୀ ରାଜନ ତ୍ରିପାଠୀ , ଶ୍ରୀ ପ୍ରଶାନ୍ତ ମିଶ୍ର ସହଯୋଗ କରିଥିଲେ। ଯୋଗ କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତ୍ତା ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ “ଯୋଗରୁ ଭୋଗ ଓ ବିନା ଯୋଗ ରୁ ରୋଗ ” ବୋଲି କହିବା ସହ ସମସ୍ତେ ଯୋଗ କରି ଆରୋଗ୍ୟ ରୁହନ୍ତୁ ଓ ଏଇ ଅମୂଲ୍ୟ ଜୀବନକୁ ଭୋଗ କରନ୍ତୁ ବୋଲି କାମନା କରିଥିଲେ। ଯୁବ ରେଡ କ୍ରସ ତରଫରୁ ଛାତ୍ର ଛାତ୍ରୀ ଙ୍କର ବୌଦ୍ଧିକ ବିକାଶ ସହ ଶାରରିକ ଓ ମାନସିକ ବିକାଶ ସହ ପରିବେଶ ସୁରକ୍ଷା ପାଇଁ ଅନେକ ଗୁଡ଼ିଏ କାର୍ଯ୍ୟ ହାତକୁ ନିଆଯାଇଥିବା କଥା ପ୍ରକାଶ କରାଯାଇଥିଲା। ସର୍ବୋପରି ଅଧ୍ୟକ୍ଷ ଡଃ ଭାସ୍କର ନାଥ ବିଶ୍ବାଳ ଙ୍କର ନିରନ୍ତର ବିକାଶର କାର୍ଯ୍ୟଧାରାକୁ ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କୋରାପୁଟ ଜିଲ୍ଲl ପ୍ରଶାସନ ତରଫରୁ ଏକ ଅଭିନବ ପ୍ରୟାସ ଭୋଟ ଦେବାପାଇଁ କାନ୍ଥଲିଖନ

masiha

କୁସୁମିତ ବ୍ଳକ! ଵଡହାତନାଵେଡା ପଞ୍ଚାୟତର ରାଇପଡା ଗ୍ରାମ୍ୟ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବି 

Sunil Chandra Nayak

ଭଙ୍ଗା ଦଦରା ଘରେ ମୁଣ୍ଡ ଗୁଞ୍ଜିଛନ୍ତି ୫ପ୍ରାଣୀ |ବଳି ମଝିଙ୍କୁ ଆବାସ ଘର କେବେ ?

masiha

Leave a Comment

error: Content is protected !!