ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନ ଶିକ୍ଷକଙ୍କୁ ଅବସରକାଳିନ ସମ୍ବର୍ଦ୍ଧନା

ପାପଡାହାଣ୍ଡି,21/6, ମନିସ –ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୋକିଆ ପଂଚାୟତ ବାମିନି ସରକାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରିହର ଦାସଙ୍କୁ ବୁଧବାର ଅବସର କାଳିନ ସମ୍ବର୍ଦ୍ଧନା ଦିଆଯାଇଥିଲା | ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠିଶିକ୍ଷାଅଧିକାରୀ ବାଲକଦାସ ରନ୍ଧାରି, ପ୍ରଧାନ ଶିକ୍ଷକ ନରସିଂହ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ | ଶ୍ରୀ ଦାସ 1982 ମସିହାରୁ ଶିକ୍ଷକତା ଆରମ୍ଭ କରୁ ବାମିନି ଠାରେ ଅବସର ଗ୍ରହଣ କରିଥିଲେ | ଏହି ଅବସରରେ ତାଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା | ତାଙ୍କର ଶିକ୍ଷକତା ଓ ଜୀବନୀ ନେଇ ଆଲୋଚନା ହୋଇଥିଲା | ପରେ ଗ୍ରାମରେ ଏକ ଶୋଭାଯାତ୍ରା କରି ଶ୍ରୀ ଦାସଙ୍କୁ ବାଦ୍ୟ ବଜାଇ ଛାତ୍ର ଛାତ୍ରୀ ଓ କମିଟି ଓ ଗ୍ରାମବାସୀ ବିଦାୟ ଦେଇଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନିଦା ବିଷ୍ଣୁ ସାଜିଛି ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ର ଉଭୟ ପାର୍ଶ୍ଵ ରେ ମାଟି ପରି ବର୍ତ୍ତେ ପଡୁଛି ଚିଙ୍ଗୁଡ଼ି ଘେରିର ମଳ

masiha

ବନ୍ଧୁଗାଁରେ ସୁଭଦ୍ରା ଯୋଜନା ପାଇଁ ବେଙ୍କ ଖାତା ଆଧାର ଲିଙ୍କ ପାଇଁ ଭିଡ଼

masiha

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

masiha

Leave a Comment

error: Content is protected !!