ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ , ସକାଳ ପ୍ରତିନିଧି ଉପରେ ହୋଇଥିବା ମିଥ୍ୟା ଏତଲା ପ୍ରତ୍ୟାହାର ଦାବି , ଆନ୍ଦୋଳନ ପାଇ ଚେତାବନୀ ଦେଲା ପ୍ରେସ କ୍ଲବ

କଣ୍ଟାବାଞ୍ଜି , ୨୧/୦୬ , ଡିକେ ନ୍ୟୁଜ୍ : ଦିନକୁ ଦିନ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ହେଉଥିବା ନଜିର ହେଉଛି । ସାମ୍ବାଦିକ ସମ୍ବିଧାନର ଚତୁର୍ଥ ସ୍ତମ୍ଭ । ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା ସମୟରେ ଦୁଇ ଜଣ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ସେହିପରି ଗତ କିଛି ଦିନ ପୂର୍ବରୁ ପ୍ରେସ କ୍ଲବ ସାଙ୍ଗଠନିକ ସମ୍ପାଦକଙ୍କୁ ଜଣେ ଫରେଷ୍ଟର ବାବୁ ମିଛ ମାମଲାରେ ଫସେଇବାକୁ ଚେଷ୍ଟା କରି ଥାନାରେ ଏତଲା ରୁଜୁ କରାଇଛନ୍ତି । ଏହି ଘଟଣାକୁ କଣ୍ଟାବାଞ୍ଜି ପ୍ରେସ କ୍ଲବ ତୀବ୍ର ନିନ୍ଦା କରି ରାଜ୍ୟ ପୋଲିସ ମହାନିର୍ଦେଶଙ୍କ ଉଦ୍ଦେଶ୍ୟରେ କଣ୍ଟାବାଞ୍ଜି ପୋଲିସ ଏସଡିପିଓଙ୍କୁ ଦାବିପତ୍ର ଦେଇଛନ୍ତି । ପୁରୀ ରଥଯାତ୍ରା ସମୟରେ କର୍ତ୍ତବ୍ୟରତ ସାମ୍ବାଦିକ ନ୍ୟୁଜ୭ ପୁରୀ ବ୍ୟୁରୋ ଚିଫ ଚିତ୍ତରଞ୍ଜନ ମହାନ୍ତି ଓ ପୁରୀ ପ୍ରତିନିଧି ଚନ୍ଦ୍ର ଶେଖର ପାତ୍ରଙ୍କୁ ୨ ଜଣ ସେବାୟତ ମରଣାନ୍ତକ ଆକ୍ରମଣକୁ ପ୍ରେସ କ୍ଲବ କଣ୍ଟାବାଞ୍ଜି ଦୃଢ ନିନ୍ଦା କରିବା ସହ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ପୁରୀର ୨ ଆକ୍ରମଣକାରୀ ସେବାୟତ ମାଧବ ମହାପାତ୍ର ଓ ମାଧବ ପୂଜାପଣ୍ଡା ବିରୁଦ୍ଧରେ ମାମଲା ରୁଜୁ କରିବା ସହ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯାଇ ତାଙ୍କୁ ଗିରଫ କରାଯାଉ । ଗତ କିଛି ଦିନ ପୂର୍ବରୁ ପ୍ରେସ କ୍ଲବ ସାଙ୍ଗଠନିକ ସମ୍ପାଦକ ତଥା ସକାଳ ପ୍ରତିନିଧି ରୋହନ ମହତଙ୍କ ନାଁରେ ଫରେଷ୍ଟର ବିଗ୍ନରାଜ ଫୋଡ ମିଥ୍ୟା ଏତଲା ଦେଇ ମାମଲା ରୁଜୁ କରିଛନ୍ତି । ଏହି ମାମଲାକୁ ପ୍ରତ୍ୟାହାର କରାଯାଉ ଏବଂ ଫରେଷ୍ଟର ଶ୍ରୀ ଫୋଡଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନେଇ ତାଙ୍କୁ ଗିରଫ କରାଯାଉ । ଗତ ୮ ଦିନ ଆଗରୁ ଆମ୍ଭ ପ୍ରେସ କ୍ଲବ କାର୍ଯ୍ୟକାରୀ ସଭାପତି ତଥା ନ୍ୟୁଜ ୭ ରିପୋର୍ଟର ସୁରଦାସ ବାଗଙ୍କ ନାଁରେ ସୋସିଆଲ ମିଡିଆରେ ଏକ ମେସେଜ ଅପପ୍ରଚାର କରାଗଲା । କୌଣସି ପ୍ରମାଣ ତଥ୍ୟ ନଥିବା ବେଳେ କେମତି ଏଭଳି ମେସେଜ କରାଗଲା । ଏନେଇ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରାଯାଇଛି ହେଲେ ଥାନା ଅଧିକାରୀ କୌଣସି ଆଖିଦୃଶିଆ ପଦକ୍ଷେପ ନେଇନାହାନ୍ତି । ଅପପ୍ରଚାର କରୁଥିବା ଲୋକଙ୍କ ବିରୁଦ୍ଧରେ ଆଇନ ଅନୁସାରେ କାର୍ଯ୍ୟନୁଷ୍ଠାନ ନିଆଯାଉ । ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରାଯାଉ । ଦିନକୁ ଦିନ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ହେଉଛି । ସାମ୍ବାଦିକ ମାନଙ୍କୁ ଆକ୍ରମଣ କରୁଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନେବା ନିତାନ୍ତ ଜରୁରୀ । କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ୨ ଲକ୍ଷ ସ୍ୱାସ୍ଥ୍ୟ ବୀମା ପରିବର୍ତେ ୧୦ ଲକ୍ଷ ଦିଆଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଦାବି ପୁରାଣ ନହେଲେ ଆଗକୁ ଆନ୍ଦୋଳନ କରାଯିବ ବୋଲି ମଧ୍ୟ ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଦାବି ପତ୍ର ଦେବା ସମୟରେ ପ୍ରେସ କ୍ଲବ ସଭାପତି ପ୍ରଭଜିତ ସିଂ ସାଲୁଜା , କାର୍ଯ୍ୟକାରୀ ସଭାପତି ସୁରଦାସ ବାଗ , ଉପସଭାପତି ମନୋଜ ଶର୍ମା , ସାଙ୍ଗଠନିକ ସମ୍ପାଦକ ରୋହନ ମହତ , ଉପଦେଷ୍ଟା ଆଶିଷ ଖେତାନ , ଆନନ୍ଦ ମୋଟେ , କାର୍ଯ୍ୟକାରି ସଦସ୍ୟ ଜଗମୋହନ ତାଣ୍ଡି , ବିକାଶ ମିତ୍ତଲ , ଦେବେଶ ଶିଂଗଲ , କମଳ ଅଗ୍ରୱାଲ , ଅମିତ ଶର୍ମା ସହ ଅନ୍ୟ ମାନେ ଉପସ୍ଥିତ ଥିଲେ ।

ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

ସାମ୍ବାଦିକଙ୍କ ଭାତୃ ବିୟୋଗରେ ଶୋକର ଛାୟା

Sunil Chandra Nayak

ସଂଗୀତ ତରଙ୍ଗ ମ୍ୟୁଜିକ କ୍ଲବର ବାର୍ଷିକ ଉତ୍ସବ 

masiha

ନିମ୍ନ ମାନର କାମ ନୂତନ କିରୋସିନ ଗୋଦାମ କାନ୍ଥ ଦୁଇବର୍ଷ ମଧ୍ୟରେ ଫାଟ 

Sunil Chandra Nayak

Leave a Comment

error: Content is protected !!