ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବିଧାନିକ ହକ୍ ଓ ଅଧିକାରର ସୁରକ୍ଷା ପାଇଁ ମହିଳାଙ୍କୁ ସ୍ବର ଉତ୍ତାେଳନ କରିବାର ସମୟ ଆସିଛି

ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ, ମହିଳା ଶାଖା କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

ଭବାନୀପାଟଣା,୨୧/୦୬( ମ ନି ସ)-ଆଧୁନିକତାର ତାଳେତାଳେ ମହିଳାମାନେ ଗୋଟିଏ ପଟେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରୁଥିବାବେଳେ ଅନ୍ୟପଟେ ସଚେତନତା ଅଭାବରୁ ମହିଳାମାନେ ହିଂସା ଓ ନିର୍ଯାତନାର ଶିକାର ହେଉଛନ୍ତି ! ଏଣୁ ବର୍ତ୍ତମାନ ପରିପ୍ରେକ୍ଷୀରେ ମହିଳାମାନେ ଶିକ୍ଷିତ ଓ ସଚେତନ ହେବା ସହିତ ସାମ୍ବିଧାନିକ ହକ୍ ଓ ଅଧିକାରର ସୁରକ୍ଷା ପାଇଁ ସ୍ବର ଉତ୍ତୋଳନ କରିବାର ସମୟ ଆସିଛି ! କଳାହାଣ୍ଡି ଜିଲ୍ଲାର ଗ୍ରାମାଞ୍ଚଳ ସମେତ ରାଜ୍ୟରେ ମହିଳାମାନଙ୍କ ହକ୍ ଓ ଅଧିକାରର ଲଢ଼େଇରେ ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ମହିଳା ବିଭାଗ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ମହିଳା ଶାଖାର ନବନିର୍ବାଚିତ କର୍ମକର୍ତ୍ତାଙ୍କ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ! ଆଜି ଭବାନୀପାଟଣା ନକଟିଗୁଡ଼ାସ୍ଥିତ ଆମ୍ବେଦକର ଭବନଠାରେ ଫେଡେରେସନର ମହିଳା ଶାଖାର ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା ପାଇଁ ଏକ ଭବ୍ୟ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା ! ଏଇ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଫେଡେରେସନର ବରିଷ୍ଠ ଉପଦେଷ୍ଟା ପ୍ରେମାନନ୍ଦ ବାଗ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଉପଦେଷ୍ଟା ଲିଙ୍ଗରାଜ ଆଜାଦ, ଯୋଗେଶ୍ବର ସାଗର, ବସନ୍ତ ନାଏକ, କାର୍ଯ୍ୟକାରୀ ସଭାପତି ଋଷିସୂଦନ ଛତ୍ରପାଲ ଓ ଆଶିଷରଞ୍ଜନ ନାଏକ, କୋଷାଧ୍ୟକ୍ଷ ଦେବେନ୍ଦ୍ର କୁମାର ନାଏକ, କର୍ମଚାରୀ ଶାଖାର ବୈକୁଣ୍ଠ ବେମାଲ, ସାମନ୍ତ ଦୁର୍ଗା, ସଦସ୍ୟ ପ୍ରୁଥିରାଜ ଛତ୍ରିଆ ପ୍ରମୁଖ ଯୋଗ ଦେଇଥିଲେ। ଏଇ ଅବସରରେ ଫେଡେରେସନର ଉପସଭାନେତ୍ରୀ ଅଞ୍ଜୁ କୁମାର, ଲୀନା କୁମାର, ମହିଳା ଶାଖା ମୁଖ୍ୟ ବିଜୟାଲକ୍ଷ୍ମୀ ସ୍ବର୍ଣ୍ଣା, ଜିଲ୍ଲା ସଂପାଦିକା ଉଷାରାଣୀ ବାଗ, ଅମ୍ରୁତାଞ୍ଜଳି ବାଗ, ପଞ୍ଚାୟତିରାଜ ବିଭାଗ ମୁଖ୍ୟ କବିତା ବାଗ, କର୍ମଚାରୀ ବିଭାଗ ମୁଖ୍ୟ ପୁଷ୍ପଲତା ବାଗ, ସାମାଜିକ ବିଭାଗ ମୁଖ୍ୟ ରେଣୁକା ଛତ୍ରିଆଙ୍କ ସମେତ ଭବାନୀପାଟଣା ପୁରୁଣାପଡ଼ା ସଭାନେତ୍ରୀ ବିଜୟା ବାଗ, ସଂପାଦିକା ମାଣିକ୍ୟ ନାଏକ, ନକଟିଗୁଡ଼ା ସଭାନେତ୍ରୀ ଲକ୍ଷ୍ମୀ ନାଏକ, ସଂପାଦିକା ଅହଲ୍ୟା ଦୁର୍ଗା, ଗୋପବନ୍ଧୁ ନଗର ସଭାନେତ୍ରୀ ମାୟା ନାଏକ, ସଂପାଦିକା ବନ୍ଦନା ପାଲ, ଗୌନ୍ତିଆପଡ଼ା ସଭାନେତ୍ରୀ ଆକାଶମଲ୍ଲୀ ନାଏକ, ସଂପାଦିକା ସୁମତି ମହାନନ୍ଦ ପ୍ରମୁଖଙ୍କୁ ଫେଡେରେସନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ! ସମ୍ବର୍ଦ୍ଧନା ପୂର୍ବରୁ ମୁଖ୍ୟ ଅତିଥି ଶ୍ରୀ ବାଗ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ! ଏଇ ସମସ୍ତ କାର୍ଯ୍ୟକ୍ରମକୁ ଫେଡେରେସନର ଉପଦେଷ୍ଟା ଏସ୍. ସୁଜାତା ପରିଚାଳନା କରିଥିବାବେଳେ ସଦସ୍ୟା ଆରତୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ! ଏଥିରେ ଫେଡେରେସନର ସଦସ୍ୟା ସ୍ନେହଲତା ଦୁର୍ଗା, ସୋନାଲୀ ନାଏକଙ୍କ ଅନ୍ୟ ସଦସ୍ୟାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ! ଏଇ ଅବସରରେ ଜିଲ୍ଲାର ୧୩ ଗୋଟି ବ୍ଲକ ୨ଟି ଏନ୍ଏସି ଓ ଗୋଟିଏ ମୁନସିପାଲିଟି ଅଞ୍ଚଳରୁ ଫେଡେରେସନ ମହିଳା ଶାଖାର ବହୁ ସଦସ୍ୟା ଉପସ୍ଥିତ ଥିଲେ !

ମସିହା ନିୟୂଜ୍ ସର୍ଭିସ୍ 

Related posts

ବ୍ୟାଙ୍କ ଅଫ୍ ଇଣ୍ଡିଆ,ଆଂଚଳିକ କାର୍ଯ୍ୟାଳୟ ,ବାରିପଦା ପକ୍ଷରୁ ବାରିପଦା ଏବଂ ରାଇରଙ୍ଗପୁର ଠାରେ ବୃହତ ଗ୍ରାହକ ସମ୍ମିଳନୀ

masiha

ସୁର ତରଙ୍ଗର ମାସିକ ସଙ୍ଗୀତ କାର୍ଯକ୍ରମ ଚଳଚ୍ଚିତ୍ର ଅଭିନେତା ରାଜେଶ୍ ଖାନ୍ନା ଙ୍କୁ ସମର୍ପିତ

Sunil Chandra Nayak

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ଜଗଦା ରେ ନୂତନ ପ୍ରଧାନ ଆଚାର୍ଯ୍ୟ ଙ୍କ ଦାୟିତ୍ଵ ଗ୍ରହଣ

Leave a Comment

error: Content is protected !!