ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ବଶୁର ଘରୁ ଯୁବକ ନିଖୋଜ, ଦୁଇ ଦିନ ପରେ ମିଳିଲା ଶବ

ଲାଞ୍ଜିଗଡ,୧୫/୦୩-ଲାଞ୍ଜିଗଡ଼ ବ୍ଲକ ଭଟ୍ଟାଙ୍ଗପଦର ଗ୍ରାମପଞ୍ଚାୟତ ହାତୀଗାଁର ଜଣେ ଯୁବକ ନିଜ ଶ୍ବଶୁର ଘର କୋଏଲଗାଁକୁ ଯାଇ ସେଠାରେ ନିଖୋଜ ହୋଇଯାଇଥିବାବେଳେ ଆଜି ଭଟାଙ୍ଗପଦର ଡ୍ୟାମ୍ ରୁ ତାଙ୍କ ଶବ ଉଦ୍ଧାର କରିଛି ସଦର ଥାନା ପୁଲିସ ! ସୂଚନାନୁଯାୟୀ, ହାତୀଗାଁର ହରି ମାଝୀ(୩୦) ନାମକ ଜଣେ ଯୁବକ ରବିବାର ଦିନ ନିଜ ଶ୍ବଶୁର ଘର କୋଏଲଗାଁକୁ ଯାଇଥିଲେ ! ତେବେ ସେଦିନ ସନ୍ଧ୍ୟାରୁ ସେ ନିଖୋଜ ହୋଇଯାଇଥିବାବେଳେ ଶ୍ବଶୁର ଘର ଓ ପରେ ଖବର ପାଇବା ପରେ ତାଙ୍କ ପରିବାର ଲୋକେ ଖୋଜାଖୋଜି କରିଥିଲେ ହେଁ ପାଇନଥିଲେ ! ତେବେ ଆଜି ସକାଳୁ ଭଟାଙ୍ଗପଦର ଡ୍ୟାମ୍ ରେ ତାଙ୍କ ଶବ ଭାସୁଥିବା ଦେଖି କିଛି ଲୋକେ ସଦର ଥାନା ପୁଲିସକୁ ଖବର ଦେଇଥିଲେ ! ସଦରଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ! ତେବେ ହରିଙ୍କ ମ୍ରୁତ୍ୟୁକୁ ନେଇ ସନ୍ଦେହ ସ୍ରୁଷ୍ଟି ହେଉଥିଲେ ହେଁ ପୁଲିସ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି ! – ଲାଞ୍ଜିଗଡ଼ରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ୍

Related posts

ଖଡ଼ିଆଳ ପଂଚାୟତ ସମିତି ବୈଠକ, ବିଧାୟକ – ଅଂଚଳର ବିକାଶ ମୂଳକ କାର୍ଯ୍ୟ ତ୍ବରାନ୍ନିତ କରିବାକୁ ଆହ୍ବାନ

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ” ପରକୀୟା ପ୍ରୀତି ” 

Sunil Chandra Nayak

ମ. ରାମପୁର କୃଷକ ଓଡିଶା ର କର୍ମଶାଳା

Sunil Chandra Nayak

Leave a Comment

error: Content is protected !!