ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଜ୍ରପାତରେ ୨ ଗୁରୁତର ଚାରୀ ଛେଳି ମୃତ

କାମାକ୍ଷାନଗର,(ମନିସ )22/6/23 // କାମାକ୍ଷାନଗର ଥାନା ଅନ୍ତର୍ଗତ ପଲ୍ଲୀଶାନ୍ତରାପୁର ଗ୍ରାମ ଓ ଖଟଖୁରା ଗ୍ରାମରେ ଗୁରୁବାର ଅପରାହ୍ନରେ ବଜ୍ରପାତ ଘଟିବାରୁ ୨ ଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଚାରିଟା ଛେଳିରମୃତ୍ୟୁ ହୋଇଥିବାର ଜଣାଯାଇଛି l କାନପୁରା ପଞ୍ଚାୟତର ପଲ୍ଲୀଶାନ୍ତରାପୁର ଗ୍ରାମର ଗୁରୁବାରୀ ନାୟକ ଘରେ ଥିବା ବେଳେ ବଜ୍ରପାତ ଘଟିଥିଲା l ଫଳରେ ଗୁରୁବାରୀ ଗୁରୁତର ଭାବେ ଆହତ ହୋଇ ପଡ଼ିଥିବା ବେଳେ ରହୁଥିବା ଘର ଜଳି ଯାଇଛି l ପଡୋଶୀ ତୁରନ୍ତ ଗୁରୁବାରୀଙ୍କୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଛନ୍ତି l ସେହିପରି ବାଲିଗୋରଡ଼ ପଞ୍ଚାୟତର ଖାତଖୁରା ଗ୍ରାମର କଟାସାହିର ବିଦ୍ୟାଧର ବେହେରା ଛେଳି ଚରାଇବାକୁ ଯାଇଥିଲେ l ଏଇ ସମୟରେ ବଜ୍ରପାତ ହେବାରୁ ବିଦ୍ୟାଧର ଗୁରୁତର ହୋଇ ଥିବା ବେଳେ ତାଙ୍କର ଚାରୀ ଗୋଟି ଛେଳିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି l ପାଖରେ ଥିବା କେତେକ ଲୋକ ବିଦ୍ୟାଧର ଙ୍କୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଛନ୍ତି l ଉଭୟଙ୍କର ଚିକିତ୍ସା ଜାରି ରହିଛି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଆଦାନୀ – କିସ୍ ଶିକ୍ଷାନୁଷ୍ଠାନରେ ବାବା ତିଲକା ମାଝୀ ଙ୍କ ୨୭୩ ତମ ଜନ୍ମ ଜୟନ୍ତୀ ପାଳିତ

Sunil Chandra Nayak

ଜିଲ୍ଲା ସ୍ତରୀୟ “ଛତୁ ମିଶନ “କାର୍ଯ୍ୟକ୍ରମର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

masiha

ବଲାଙ୍ଗିର ସହର ରେ ଥିବା ବନ୍ଧ ଜଳାଶୟ ଗୁଡ଼ିକ ହେବ ପ୍ରାକୃତିକ ଉପାୟରେ ପୁନରୁଦ୍ଧାର

Sunil Chandra Nayak

Leave a Comment

error: Content is protected !!