ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଜ୍ରପାତରେ ୨ ଗୁରୁତର ଚାରୀ ଛେଳି ମୃତ

କାମାକ୍ଷାନଗର,(ମନିସ )22/6/23 // କାମାକ୍ଷାନଗର ଥାନା ଅନ୍ତର୍ଗତ ପଲ୍ଲୀଶାନ୍ତରାପୁର ଗ୍ରାମ ଓ ଖଟଖୁରା ଗ୍ରାମରେ ଗୁରୁବାର ଅପରାହ୍ନରେ ବଜ୍ରପାତ ଘଟିବାରୁ ୨ ଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଚାରିଟା ଛେଳିରମୃତ୍ୟୁ ହୋଇଥିବାର ଜଣାଯାଇଛି l କାନପୁରା ପଞ୍ଚାୟତର ପଲ୍ଲୀଶାନ୍ତରାପୁର ଗ୍ରାମର ଗୁରୁବାରୀ ନାୟକ ଘରେ ଥିବା ବେଳେ ବଜ୍ରପାତ ଘଟିଥିଲା l ଫଳରେ ଗୁରୁବାରୀ ଗୁରୁତର ଭାବେ ଆହତ ହୋଇ ପଡ଼ିଥିବା ବେଳେ ରହୁଥିବା ଘର ଜଳି ଯାଇଛି l ପଡୋଶୀ ତୁରନ୍ତ ଗୁରୁବାରୀଙ୍କୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଛନ୍ତି l ସେହିପରି ବାଲିଗୋରଡ଼ ପଞ୍ଚାୟତର ଖାତଖୁରା ଗ୍ରାମର କଟାସାହିର ବିଦ୍ୟାଧର ବେହେରା ଛେଳି ଚରାଇବାକୁ ଯାଇଥିଲେ l ଏଇ ସମୟରେ ବଜ୍ରପାତ ହେବାରୁ ବିଦ୍ୟାଧର ଗୁରୁତର ହୋଇ ଥିବା ବେଳେ ତାଙ୍କର ଚାରୀ ଗୋଟି ଛେଳିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି l ପାଖରେ ଥିବା କେତେକ ଲୋକ ବିଦ୍ୟାଧର ଙ୍କୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଛନ୍ତି l ଉଭୟଙ୍କର ଚିକିତ୍ସା ଜାରି ରହିଛି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ନୂତନ ତହସିଲଦାର ଭାବେ ଅନିଲ କୁମାର ମହାନ୍ତି ଙ୍କ ଯୋଗଦାନ

Sunil Chandra Nayak

ବାମନଘାଟୀ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ ଭାର ଗ୍ରହଣ କଲେ ଭାରତୀୟ ପ୍ରଶlସନିକ ସେବା ଅଧିକାରୀ ଶ୍ରୀ ସୌମ୍ୟରଞ୍ଜନ ପ୍ରଧାନ

masiha

ଭତ୍ତା ବଣ୍ଟନ ତଥା ଅନ୍ୟାନ୍ୟ ସୁବିଧା ସିଧାସଳଖ ପ୍ରଦାନ ନେଇ କିଓସ୍କ ମାନଙ୍କ ବୈଠକ

masiha

Leave a Comment

error: Content is protected !!