ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାପ କାମୁଡାରେ ଜଣକର ମୃତ୍ୟୁ

ବନ୍ଧୁଗାଁ ତା,୨୯।୦୬।୨୩ // , ବନ୍ଧୁଗାଁ ବ୍ଲକ ପେଦାଅଲଡା ପଞ୍ଚାୟତର ଜାଗଗୁଡା ଗ୍ରାମରେ ସାପ ଚୋଟରେ ଜଣକର ମୃତ୍ୟୁ ହୋଇଥିବା ସୁଚନା ମିଳିଛି । ମୃତ ଯୁବକଙ୍କ ନାମ ପାଲକା ଲାଛମା। ଖବର ନେବାରେ ଜଣା ପଡିଛିକି ଲାଛମା ସବୁ ଦିନ ଭଳି ଗତ କାଲି ରାତିରେ ନିଜ ଘରୁ ଚାଷ ଜମିରେ ଥିବା କୁଡିଆକୁ ଶୋଇବାକୁ ଜାଇଥିଲେ । ସେଠାରେ ଶୋଇଥିବା ଅବସ୍ଥାରେ ଗୋଟେ ସାପ ତାଙ୍କୁ ଚୋଟ ମାରିବାରୁ ସିଏ ଉଠି ପଡି ସାପଟିକୁ ମାରି ଦେଇ ଶୋଇ ପଡିଥିଲେ । ହେଲେ ସକାଳୁ ଯାଇ ପରିବାର ଲୋକେ ଉଠାଇବା ବେଳକୁ ତାଙ୍କର ପ୍ରାଣବାୟୁ ଉଡି ଜାଇଥିଲା । ଏନେଇ ପରିବାର ତରଫରୁ ବନ୍ଧୁଗାଁ ଥାନାରେ ଅଭିଯୋଗ କରିବା ପରେ ଶବ ବ୍ୟବଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ବର୍ତମାନ ତାଙ୍କ ସ୍ତ୍ରୀ ଓ ଦୁଇଟି ଝିଅ,ଗୋଟିଏ ପୁଅ ଏବେ ପୁରା ଅସହାୟ ହୋଇ ପଡିଥିବା ବେଳେ ସରକାରି ସାହାଯ୍ୟ ଜୋଗାଇଦେବାକୁ ଗ୍ରାମବାସି ଦାବି କରିଛନ୍ତି ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

କୁମ୍ଭକର୍ଣ୍ଣ ନିଦ୍ରାରେ ୩ ବିଭାଗ  , ବେଧଡ଼କ ଚାଲିଛି ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣ 

Sunil Chandra Nayak

ମାଆ ଏକ ମନ୍ଦିରର ଅଡିସନ

Sunil Chandra Nayak

ବର୍ଷା ସାଜିଲା କାଳ, ଗାଁକୁ ରାସ୍ତା ନଥିବାରୁ ତିନି କିମି ଭାରରେ ବୁହା ହେଲେ ଆଦିବାସୀ ଗର୍ଭବତୀ 

masiha

Leave a Comment

error: Content is protected !!