ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟପାଳଙ୍କ ଦ୍ଵାରା ଲକଡାଉନ ଓ ଏନ ଏନକାଉଣ୍ଟର ୱିଥ ଡେଥ ଉନ୍ମୋଚିତ

୨୦ରୁ ଉର୍ଦ୍ଧ୍ବ ଅନ୍ତର୍ଜାତୀୟ ଭାଷାରେ ଅନୁଦିତ ହୋଇସାରିଛି ଭବାନୀଶଙ୍କରଙ୍କ କବିତା

ଭବାନୀପାଟଣା: କବିତାରେ ନୂତନ ଧାରାର ପ୍ରୟୋଗ ପାଇଁ ସବୁବେଳେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାରେ ରହୁଥିବା ବିଶିଷ୍ଟ କବି ଭବାନୀଶଙ୍କର ନିଆଲଙ୍କ ଦୁଇଟି ଇଂରାଜୀ କବିତା ପୁସ୍ତକ ‘ଲକଡାଉନ’ ଓ ‘ଏନ ଏନକାଉଣ୍ଟର ୱିଥ ଡେଥ’ ଉନ୍ମୋଚିତ ହୋଇଯାଇଛି। ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଭୁବନେଶ୍ୱରସ୍ଥିତ ରାଜଭବନରେ ଏହାକୁ ଉନ୍ମୋଚନ କରିଛନ୍ତି। ଏହି ସମୟରେ ଶ୍ରୀ ନିଆଲ ଉପସ୍ଥିତ ରହିଥିଲେ। ମହାମହିମ ରାଜ୍ୟପାଳ ପୁସ୍ତକଟିର ଉଚ୍ଚକୋଟୀର ପ୍ରଶଂସା କରିବା ସହ ଏକ ସୁନ୍ଦର ସୃଜନମୟ ଜୀବନର କାମନା କରିଥିଲେ। ପ୍ରକାଶ ଥାଉ କରୋନା ସମୟରୁ ଲଗାତାର ଭାବେ ଶ୍ରୀ ନିଆଲ ମୃତ୍ୟୁ ଚେତନା ଉପରେ କବିତା ଲେଖି ବିଶ୍ବସ୍ତରରେ ଏକ ଅଦ୍ଭୁତ ପାଠକୀୟ ଶ୍ରଦ୍ଧା ଲାଭ କରିଛନ୍ତି। ଅନେକ ଗୁଡିଏ କବିତା ପୁସ୍ତକର ରଚନା ସାଙ୍ଗକୁ ‘ମହୁରି’ ଭଳି ଏକ ଚର୍ଚ୍ଚିତ ପତ୍ରିକାର ସୁଯୋଗ୍ୟ ସମ୍ପାଦକ ସେ। ତାଙ୍କର କବିତା ଗୁଡିକ ବିଶ୍ୱର ୨୦ଭାଷାରେ ଅନୂଦିତ ହେବା ସହ ତାଙ୍କୁ ଓଡିଶାରୁ ଏକ ଆନ୍ତର୍ଜାତିକ ସାହିତ୍ୟ ଚେହେରା ଭାବେ ଗଣାଯାଉଛି। ଅନେକ ଅନ୍ତରାଷ୍ଟ୍ରୀୟ ସମ୍ମାନ ଓ ପୁରସ୍କାରର ପ୍ରାପକ ବ୍ୟତୀତ ସେ ଆନ୍ତର୍ଜାତିକ ସାହିତ୍ୟ ଫୋରମରେ ଏବେ ଏକ ନୂତନ ଦିଶା ପାଲଟିଛନ୍ତି। ରାଜଭବନରେ ତାଙ୍କର ପୁସ୍ତକ ଉନ୍ମୋଚନକୁ ନେଇ କଳାହାଣ୍ଡିର ସାହିତ୍ୟିକ ମହଲରୁ ତାଙ୍କୁ ଅଭିନନ୍ଦନର ସୁଅ ଛୁଟୁଛି।

ମସିହା ନିୟୂଜ୍ ସର୍ଭିସ୍ 

Related posts

ଶ୍ରମିକ ନେତାଙ୍କ ମାତୃ ବିୟୋଗ…..

Sunil Chandra Nayak

ଧର୍ମଗଡ:ବେହେରା ବିଜୁ ଏକ୍ସପ୍ରେସ ୱେ ରେ କୁକୁଡ଼ା ଆଇଚର ଗାଡ଼ି ଧକ୍କାରେ ଜଣେ ବୃଦ୍ଧ ମୃତ୍ୟୁ

Sunil Chandra Nayak

ପାଇଥିବା ସୁନାଗହଣା ଫେରେଇଲେ ଦମ୍ପତି , ଗଁଦିଆ ବ୍ଲକ ରେ କିଛି ସଚୋଟ ଙ୍କ ମହାନତା

Sunil Chandra Nayak

Leave a Comment

error: Content is protected !!