ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିଡବ୍ଲ୍ୟୁଡି ରାସ୍ତାରୁ ଗୋବର୍ଦ୍ଧନପୁର ଭାୟା ଭାଲୁଚଞ୍ଚରା ରାସ୍ତା ପୁରିଲା ଅବଧି ସରୁନି କାମ, ନିମ୍ନମାନର କାମକୁ ବିରୋଧ କଲେ ଲୋକେ

ଲାଞ୍ଜିଗଡ଼,୦୧/୦୭(ମନିସ)-ଗାଁକୁ ଗାଁ ସଡ଼କ ପଥରେ ଯୋଡ଼ିବାକୁ ସରକାର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରୁଛନ୍ତି ! ଏଥିପାଇଁ ହେଉଛି କୋଟିକୋଟି ଟଙ୍କାର ବ୍ୟୟବରାଦ ! ତେବେ ଦୁର୍ନୀତିଖୋର ଅଧିକାରୀ ଓ ଲାଭଖୋର ଠିକାଦାରମାନଙ୍କ ଯୋଗୁଁ ଏଭଳି ମହତ୍ବପୂର୍ଣ୍ଣ ସରକାରୀ ଯୋଜନା ଫସର ଫାଟିବାରେ ଲାଗିଛି ! ଏଭଳି ପରିସ୍ଥିତି ଯୋଗୁଁ ନିମ୍ନମାନର କାମକୁ ବିରୋଧ କରି କାମ ବନ୍ଦ କରିଦେଇଛନ୍ତି ଗାଁ ଲୋକେ ! ଉପରିସ୍ତ ଅଧିକାରୀ ଆସନ୍ତୁ, ଯାଞ୍ଚ କରନ୍ତୁ ତା’ପରେ କାମ କରାଯାଉ ବୋଲି ଦାବି କରିଛନ୍ତି ! ଲୋକଙ୍କ ବିରୋଧକୁ ଦେଖି ଠିକାଦାରଙ୍କ ମୁନସୀ ଓ ଶ୍ରମିକ କାନମୁଣ୍ଡ ଆଉଁସି କାମ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି ! ଏପରି ଏକ ଦ୍ରୁଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ଭାଲୁଚଞ୍ଚରା ଗାଁରେ ! ଭବାନୀପାଟଣା-ରାୟଗଡ଼ା ପିଡବ୍ଲ୍ୟୁଡି ରାସ୍ତା ଡେଙ୍ଗେନରୁ ଗୋବର୍ଦ୍ଧନପୁର ଭାୟା ଭାଲୁଚଞ୍ଚରାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ପାଇଁ ୨ କୋଟି ୨୧ ଲକ୍ଷ ୬ ହଜାର ଟଙ୍କାର ବ୍ୟୟ ଅଟକଳ ରହିଛି ! ସାତ କିଲୋମିଟର ରାସ୍ତା ନିର୍ମାଣର ଟେଣ୍ଡର ପାଇଛନ୍ତି ସୁପରକ୍ଲାସ ଠିକାଦାର ମନୋଜ କୁମାର ଗୁପ୍ତା ! ତେବେ ସୂଚନାଫଳକ ଅନୁଯାୟୀ, ଏଇ ରାସ୍ତା କାମ ୨୦୨୯ ମସିହା ଅଗଷ୍ଟ ମାସ ୭ ତାରିଖରେ ଆରମ୍ଭ ହୋଇ ୨୦୨୧ ମସିହା ଅଗଷ୍ଟ ମାସ ୬ ତାରିଖ ସୁଦ୍ଧା ସରିବାର ଥିଲା ! କିନ୍ତୁ ଧାର୍ଯ୍ୟ ସମୟ ଶେଷ ହୋଇ ଆଉ ଦୁଇ ବର୍ଷ ବିତିବାକୁ ଥିଲେ ହେଁ କାମ ସରିବାର ନାଁ ଧରୁନି ! ସାତ କିଲୋମିଟର ରାସ୍ତା ନିର୍ମାଣର ଅବଧି ସରି ମେଣ୍ଟେନାନ୍ସ ଅବଧି ବି ଶେଷ ହେବାକୁ ବସିଲାଣି କିନ୍ତୁ ରାସ୍ତାକାମ ସରିପାରୁନି ! ରାସ୍ତା କାମ କିଛି ପରିମାଣରେ ହୋଇଥିଲେ ହେଁ ନିମ୍ନମାନର ମେଟାଲ୍, ମୁରୁମ ବଦଳରେ ଚିକିଟା ମାଟି ଓ ନିମ୍ନମାନର ପିଚୁ ଲଗାଇ କାମ କରିବା ଯୋଗୁଁ ରାସ୍ତାର ସ୍ଥାୟିତ୍ବକୁ ନେଇ ସନ୍ଦେହ ସ୍ରୁଷ୍ଟି ହୋଇଛି ! ଏପରିକି ରାସ୍ତା ନିର୍ମାଣ ଯେଉଁଠି ସରିଛି, ସେଇଠି ରାସ୍ତାର ଅବସ୍ଥା ପୂର୍ବ ଅବସ୍ଥାଠାରୁ ବି ବଳିଯାଇଛି ! ରାସ୍ତାକୁ ରୋଲର ଚଲାଇ ସମତଳ କରାଯାଇ ନଥିବାରୁ ଉଚ୍ଚନୀଚ୍ଚ ରହିଛି ରାସ୍ତା ! ରାସ୍ତା କାମ ଚାଲିଥିବାବେଳେ କୌଣସି ବିଭାଗୀୟ ଅଧିକାରୀ, ଯନ୍ତ୍ରୀ କିମ୍ବା କେହି କର୍ମଚାରୀ ଓ ଠିକାଦାର ଉପସ୍ଥିତ ରହୁନଥିବାରୁ ମୁନସୀଙ୍କ ମର୍ଜିରେ ଚାଲିଛି ରାସ୍ତାକାମ ! ତେବେ ଏଇ ନିମ୍ନମାନର ରାସ୍ତାକାମକୁ ବିରୋଧ କରି ଭାଲୁଚଞ୍ଚରା ଗ୍ରାମବାସୀ କାମ ବନ୍ଦ କରିଦେଇଥିବାବେଳେ ବିଭାଗୀୟ ଅଧିକାରୀ ଆସନ୍ତୁ କାମ ଯାଞ୍ଚ କରନ୍ତୁ ଓ ତାପରେ କାମ ହେବ ବୋଲି ଜିଦରେ ଅଡ଼ି ବସିଛନ୍ତି ! ତେବେ ବିଭାଗୀୟ ଅଧିକାରୀ ଏ ସଂପର୍କରେ ସୂଚନା ପାଇଥିଲେ ହେଁ ନିରବ ରହିବା ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି !

ଲାଞ୍ଜିଗଡ଼ ବ୍ଲକ ପ୍ରତିନିଧି ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ଧର୍ମଗଡ ବିଧାୟକ ଙ୍କ ଜନସଂପର୍କ ଯାତ୍ରା। ଗାଁ ର ସମସ୍ୟା ଶୁଣିଲେ,ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ

Sunil Chandra Nayak

ବିଂଝାରପୁର ରେ ରକ୍ଷା ବନ୍ଧନ ଉତ୍ସଵ ପାଳିତ

Sunil Chandra Nayak

ଓଡିଶା ସ୍ଵାସ୍ଥ୍ୟ ପରିଚାଳନା କର୍ମଚାରୀ ସଂଘର କଳାବ୍ୟାଚ ପିନ୍ଧି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ 

masiha

Leave a Comment

error: Content is protected !!