ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଥାରେ ଅଛି ମାନବ ସେବା ହିଁ ମାଧବ ସେବା

ବନ୍ଧୁଗାଁ ତା,୩୦/୬/୨୦୨୩ // କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ ତଳ ଗୋଲୁର୍ ପଞ୍ଚାୟତର ମେଟା ପାଡୁ ଗ୍ରାମରେ ବହୁ ଲୋକେ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇ ଥିବା ଖବର ପାଇ ସେଠାରେ ଚାରି କିମି ଦୂର ଚାଲି ଚାଲି ଯାଇ ତାଙ୍କ ପାଖକୁ ପହଞ୍ଚି ଥିଲେ ଜିଲ୍ଲା ପରିସଦ ସଭ୍ୟ ଜୋନ ୨ ର ଶ୍ରୀ ଲଇଚନ ଖରା I ଗ୍ରାମର ସ୍ଥିତି ଦେଖି ସାଙ୍ଗେ ସାଙ୍ଗେ ପଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଖବର ଦେବାସହ ଡାକ୍ତରଙ୍କୁ ଡାକି ସମସ୍ତ ରୋଗୀଙ୍କୁ ଚିକିତ୍ସା କରେଇ ଥିଲେ । ତାଙ୍କର ଏହି କାର୍ଯ୍ୟ ହେତୁ ଅନେକ ନିରୀହ ଜୀବନ ବଞ୍ଚି ଯାଇଥିବାର ଗ୍ରାମବାସୀ ତାଙ୍କରି ଏହି ସେବାକୁ ବହୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି । ସାରା ଦିନ ଗ୍ରାମରେ ରହି ଡାକ୍ତରୀ ଦଳ ସହ ମିଶି ସେବା କରନ୍ତି ଶ୍ରୀ ଖରା । ହେଲେବି ଗୋଟିଏ ଜୀବନ କୁ ବଞ୍ଚେଇ ପାରିି  ନଥିଲେ ଗ୍ରାମର ଡାକ୍ତରୀ ଦଳ ଆସିବା ପୂର୍ବରୁ ଗୋଲରି ବୁଦ୍ରାୟା ଜୀବନ ହରାଇଥିଲେ । ତାଙ୍କ ସହ ଥିଲେ ସରପଞ୍ଚ ପ୍ରତିିନିଧି ପତି ବାଲଦା ବଇ, ସମାଜ ସେବୀ ଗୁଣ୍ଡାନା ମୁସୁରୀ, ଯୁବ ନେତା ରୁବେନ ଖେମୁଣ୍ଡ , ଡାକ୍ତରୀ ଦଳ ମଧ୍ୟରୁ ଥିଲେ ଡାକ୍ତର ସୋରଜ୍ କୁମାର ସାହୁ, ବିଜୟ ଖିଲ, ବଦ୍ରି ନାରାୟଣ ତ୍ରୀପାଠୀ, କୁମୁଦିନ ପୂଜାରୀ, ଚାନ୍ଦିନୀ ଶବର ଗ୍ରାମରେ ଯାଇ ସେବା ଯୋଗେଇ ଥିଲେ । ଏହି ସବୁ କେବଳ ଲଇଚନ ଖରା ଯୋଗୁ ସମ୍ବଭ ହଇ ପାରିଛି ବୋଲି ଚର୍ଚ୍ଚା ହେଉଥିଲା ବେଳେ ଆଗକୁ ଏଥି ନେଇ ସଚେତନତା କରାଯିବା ପାଇଁ ଅଞ୍ଚଳବାସୀଙ୍କ ମନ ଜୁଟାଇଥିବାର ଜାଣିବାକୁ ମିଳିଛି I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଶ୍ରୀ ଅରବିନ୍ଦ ଶିକ୍ଷା ନିକେତନ ରାଇବଣିଆର 16ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

ଗୋଳାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଠାରେ ଭିସଲାନ୍ସ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଗୋଲାମୁଣ୍ଡା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଉତ୍କଳ ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!