ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ନୂତନ ଗୋଷ୍ଠୀ ଶିକ୍ଷାଧୀକାରୀ ଭାବେ ଭାଗ୍ଯରଥୀ ମହାନ୍ତି ଙ୍କ ଯୋଗଦାନ

ମୟୂରଭଞ୍ଜ – ୧/୭ ( ମସିହା)ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଭାଵେ ଶ୍ରୀ ଭାଗ୍ଯରଥୀ ମହାନ୍ତି ବିଇଓ କାର୍ଯ୍ୟାଳୟରେ ଯୋଗଦାନ କରିଛନ୍ତି ‌ ।ତାଙ୍କୁ ଭାରାପ୍ରାପ୍ତ ବିଇଓ ସଦାନନ୍ଦ ମହାନ୍ତି,ଏବିଇଓ ଶ୍ରୀ କାର୍ତ୍ତିକ ଚନ୍ଦ୍ର କାରୁଆ,ଏବିଇଓ ନମିତା ସେଠୀ ଵିଆରସିସି,ସିଆରସିସି, ଶିକ୍ଷକ , ଶିକ୍ଷୟତ୍ରୀ ଏବଂ ଅନ୍ୟ କର୍ମଚାରୀ ମାନେ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ବିଦ୍ୟାଳୟର ଶିକ୍ଷାଦାନ,ମଧ୍ୟାହ୍ନ ଭୋଜନ, ବିଦ୍ୟାଳୟ ପରିବେଶ, ଶିକ୍ଷକ/ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀମାନଙ୍କର ସମସ୍ୟାକୁ ପ୍ରାଥମିକ ଗୁରୁତ୍ଵ ଦେବେ ବୋଲି କହିଛନ୍ତି ।ଭାରାପ୍ରାପ୍ତ ବିଇଓ ସଦାନନ୍ଦ ମହାନ୍ତ ତାଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଛନ୍ତି ।ଶ୍ରୀ ମହାନ୍ତି ଏହା ପୂର୍ବରୁ ଠାକୁରମୁଣ୍ଡା ର ଵିଆରସିସି,ଏବିଇଓ ଦାୟିତ୍ଵ ନିଷ୍ଠାର ସହ ତୁଲାଇଛନ୍ତି ।ସେ ୮ ମାସ ପାଇଁ ଦାୟିତ୍ବ ରେ ରହିବେ ୨୦୨୪ ଫେବୃଆରୀ ରେ ସେବା ନିବୃତ ହେବେ । ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷାଧୀକାରୀ କାର୍ଯ୍ୟାଳୟ ପାଲଟିଛି ଥଇଥାନ କେନ୍ଦ୍ର । ଯେଉଁମାନଙ୍କର ଅଳ୍ପ ମାସ ଚାକିରୀ ଥିବା ଅଧିକାରୀଙ୍କୁ ଙ୍କୁ ଏଠାରେ ଥଇଥାନ କରାଯାଉଛି । ଯାହା ଫଳରେ ଗୋଷ୍ଠୀ ଶିକ୍ଷାଧୀକାରୀ କାର୍ଯ୍ୟାଳୟରେ କାମରେ ବାଧା ପଡୁଛି । ଶିକ୍ଷକ,ଶିକ୍ଷୟତ୍ରୀ, କର୍ମଚାରୀ ସମସ୍ତେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ।ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରକାଶ ଚନ୍ଦ୍ର ମହାଳିକ ୩୦ ସେପ୍ଟେମ୍ବର ,୨୦୨୧ ରେ ବଦଳି ହେଲାପରେ ଅକ୍ଟୋବର ମାସରେ ଅଖିଳ ଚନ୍ଦ୍ର ପ୍ରଧାନ ଯୋଗଦାନ କରି ୩ ମାସ କାମ କରି ଜାନୁଆରୀ ରେ ଅବସର ନେଇଥିଲେ ।ପରେ ଯାମଦା ଗୋଷ୍ଠୀ ଶିକ୍ଷାଧିକାରୀ ରାଇରଙ୍ଗପୁର ଓ ଯାମଦା ଦୈତ୍ୟ ଦାୟିତ୍ଵ ନିର୍ବାହ କରିଥିଲେ ।ଏବେ ଭାଗ୍ଯରଥୀ ମହାନ୍ତି ଯୋଗଦାନର ୮ ମାସ ପରେ ଅବସର ଗ୍ରହଣ କରିବେ। ଏହାକୁ ନେଇ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ଚିନ୍ତାରେ !

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଝାଡଖଣ୍ଡ ମୁକ୍ତିମୋର୍ଚା ତରଫରୁ ବିଭିନ୍ନ ଦାବି ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ 

Sunil Chandra Nayak

ଆବାସ ଗୃହ ରୁ ବଞ୍ଚିତ କ୍ଷେତ୍ରବାସୀ

Sunil Chandra Nayak

ଓଷ୍ଟା ରାଉରକେଲା ସିଟି ଜୋନ ର ଶିଶୁ ଉତ୍ସବ

Sunil Chandra Nayak

Leave a Comment

error: Content is protected !!