ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫ୍ରଣ୍ଟ ରୋ ପକ୍ଷରୁ ସଂସ୍କୃତି ସଚେତନତା ପାଇଁ ଚିତ୍ରାଙ୍କନ ପ୍ରତିଯୋଗିତା

କଟକ : ଓଡ଼ିଶାର ସଂସ୍କୃତି ବିଶେଷ କରି ଜଗନ୍ନାଥ ସଂସ୍କୃତି ବିଶ୍ୱରେ ଅନନ୍ୟ।କ୍ରମଶଃ ପାଶ୍ଚାତ୍ୟ ସଂସ୍କୃତି ଆମ ପିଲାମାନଙ୍କୁ ଗ୍ରାସ କରିବାକୁ ବସୁଥିବା ବେଳେ ଓଡ଼ିଆ ସଂସ୍କୃତି ଓ ଶ୍ରୀଜଗନ୍ନାଥ ଐତିହ୍ୟ ଓ ସଂସ୍କୃତି ସମ୍ପର୍କରେ ସଚେତନ କରାଇବା ଉଦ୍ଦେଶ୍ୟରେ “ନିଳାଦ୍ରୀବିଜେ” ପାଳନ ଅବସରରେ କଟକ ଟାଉନହଲ ଠାରେ ରବିବାର ସକାଳେ ‘ଫ୍ରଣ୍ଟ ରୋ’ ଆନୁକୂଲ୍ୟରେ “ଷ୍ଟେଫି’ସ ଡ୍ୟାନ୍ସ ଷ୍ଟୁଡିଓ” ସହାୟତାରେ ଶ୍ରୀଜଗନ୍ନାଥଙ୍କ ସମ୍ପର୍କୀୟ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ପିଲାମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ୨୦ଜଣ ଶିଶୁ ଚିତ୍ରଶିଳ୍ପୀ ଅଂଶଗ୍ରହଣ କରିଥିଲେ।ପ୍ରତିଭାବାନ ଶିଶୁ ଚିତ୍ରଶିଳ୍ପୀ ମାନଙ୍କୁ ପରବର୍ତ୍ତୀ ସମୟରେଅନୁଷ୍ଠାନ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏକ ବିଶେଷ ଉତ୍ସବରେ ପୁରସ୍କାର ପ୍ରଦାନ କରାଯାଇ ଉତ୍ସାହିତ କରାଯିବ।ଶ୍ରୀଜଗନ୍ନାଥ ଚେତନା ସମ୍ପର୍କରେ ଅବଗତି ନିମନ୍ତେ ଅନୁଷ୍ଠିତ ଏପରି କାର୍ଯ୍ୟକ୍ରମର ଆୟୋଜନ ପାଇଁ ଉପସ୍ଥିତ ଅଭିଭାବକ ଓ ଜନସାଧାରଣ ଧନ୍ୟବାଦ ଜଣାଇଥିଲେ।ଆଇନଜୀବୀ ବନଜା ପଣ୍ଡା ,ସୁନନ୍ଦା ମହାନ୍ତି, ପ୍ରିୟଙ୍କା ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

RAYAGADA DIVISION CELEBRATES 79TH INDEPENDENCE DAY  

Sunil Chandra Nayak

କନ୍ଧମାଳରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ଚାଉଳ ଲୁଟ୍‌ ଅଭିଯୋଗ : ତଦନ୍ତ ଦାବୀ 

ହ୍ୟୁମାନିଟି ଫାଉଣ୍ଡେସନ ତରଫରୁ ମାତୃ ଦିବସ ପାଳନ

Leave a Comment

error: Content is protected !!