ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫ୍ରଣ୍ଟ ରୋ ପକ୍ଷରୁ ସଂସ୍କୃତି ସଚେତନତା ପାଇଁ ଚିତ୍ରାଙ୍କନ ପ୍ରତିଯୋଗିତା

କଟକ : ଓଡ଼ିଶାର ସଂସ୍କୃତି ବିଶେଷ କରି ଜଗନ୍ନାଥ ସଂସ୍କୃତି ବିଶ୍ୱରେ ଅନନ୍ୟ।କ୍ରମଶଃ ପାଶ୍ଚାତ୍ୟ ସଂସ୍କୃତି ଆମ ପିଲାମାନଙ୍କୁ ଗ୍ରାସ କରିବାକୁ ବସୁଥିବା ବେଳେ ଓଡ଼ିଆ ସଂସ୍କୃତି ଓ ଶ୍ରୀଜଗନ୍ନାଥ ଐତିହ୍ୟ ଓ ସଂସ୍କୃତି ସମ୍ପର୍କରେ ସଚେତନ କରାଇବା ଉଦ୍ଦେଶ୍ୟରେ “ନିଳାଦ୍ରୀବିଜେ” ପାଳନ ଅବସରରେ କଟକ ଟାଉନହଲ ଠାରେ ରବିବାର ସକାଳେ ‘ଫ୍ରଣ୍ଟ ରୋ’ ଆନୁକୂଲ୍ୟରେ “ଷ୍ଟେଫି’ସ ଡ୍ୟାନ୍ସ ଷ୍ଟୁଡିଓ” ସହାୟତାରେ ଶ୍ରୀଜଗନ୍ନାଥଙ୍କ ସମ୍ପର୍କୀୟ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ପିଲାମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ୨୦ଜଣ ଶିଶୁ ଚିତ୍ରଶିଳ୍ପୀ ଅଂଶଗ୍ରହଣ କରିଥିଲେ।ପ୍ରତିଭାବାନ ଶିଶୁ ଚିତ୍ରଶିଳ୍ପୀ ମାନଙ୍କୁ ପରବର୍ତ୍ତୀ ସମୟରେଅନୁଷ୍ଠାନ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏକ ବିଶେଷ ଉତ୍ସବରେ ପୁରସ୍କାର ପ୍ରଦାନ କରାଯାଇ ଉତ୍ସାହିତ କରାଯିବ।ଶ୍ରୀଜଗନ୍ନାଥ ଚେତନା ସମ୍ପର୍କରେ ଅବଗତି ନିମନ୍ତେ ଅନୁଷ୍ଠିତ ଏପରି କାର୍ଯ୍ୟକ୍ରମର ଆୟୋଜନ ପାଇଁ ଉପସ୍ଥିତ ଅଭିଭାବକ ଓ ଜନସାଧାରଣ ଧନ୍ୟବାଦ ଜଣାଇଥିଲେ।ଆଇନଜୀବୀ ବନଜା ପଣ୍ଡା ,ସୁନନ୍ଦା ମହାନ୍ତି, ପ୍ରିୟଙ୍କା ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

Sunil Chandra Nayak

୧- ଅବହେଳିତ ନନ୍ଦିନିଆ ଜଳଧାରା ,୨- ମଦନମୋହନ ମଠରୁ ୧୮ଟି ପ୍ରାଚୀନ ମୂର୍ତ୍ତି ଚୋରି ,୩- ବ୍ରାହ୍ମଣୀ ନଦୀର ବନ୍ୟାଜଳରୁ ୭୦ ଗାଈ ଉଦ୍ଧାର ,୪- କାଜୁ ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର , ୫-ରାଜପଥରେ ଖାଲଖମା,ଦୁର୍ଘଟଣା ଆଶଙ୍କା ଉଦ୍‌ବେଗ ପ୍ରକାଶ କଲେ ଆଞ୍ଚଳିକ ପରିବହନ ଅଧିକାରୀ, ୬- ସଡ଼କ ଦୁର୍ଘଟଣା, ଜଣେ ମୃତ; ୪ ଗୁରୁତର , ୭- ବ୍ରାହ୍ମଣୀରେ ବନ୍ୟା, ପାଞ୍ଚ ପଞ୍ଚାୟତର ଛଅ ଗ୍ରାମ ପାଣି ଘେରରେ  ରିଲିଫ୍ ପାଇଁ ଦାବି,ବୁଦ୍ଧେଶ୍ୱର ମନ୍ଦିର ରାସ୍ତାରେ ବନ୍ୟାଜଳ , ୮- ବାଇକକୁ ଧକ୍କାଦେଲା ହାଇବା, ଜଳିଗଲେ ବାଇକ ସହ ଆରୋହୀ, ୯- ଢେଙ୍କାନାଳ ଅନୁଗୋଳ ଡେଭଲପମେଣ୍ଟ ଆସୋସିଏସନ୍, (ଦାଦା) ସଂଗଠନ ର ବିଭିନ୍ନ ସମାଜ ସେବା ଏବଂ ବୃକ୍ଷ ରୋପଣ କାର୍ଯକ୍ରମ , ୧୦- ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାତ ସପନ

Sunil Chandra Nayak

କନ୍ଧମାଳ ମହୋତ୍ସବ ଓ ପଲ୍ଲଶ୍ରୀ ମେଳା ୨୦୨୩ ଅନୁଷ୍ଠିତ। କନ୍ଧମାଳ ର ଆଦିବାସୀ ଲୋକନୃତ୍ୟ ରେ ମଞ୍ଚ ଦୁଲୁକିଲା

Sunil Chandra Nayak

Leave a Comment

error: Content is protected !!