ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜାତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଫାଇଲେରିଆ ନିରାକରଣ କର୍ମଶାଳା

 ମୟୂରଭଞ୍ଜ- ୬/୭ (ମସିହା) ମୟୂରଭଞ୍ଜ ଜିଲ୍ଲାର ବିଜାତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମିଳନୀ କକ୍ଷରେ ବିଜାତଳା ବ୍ଳକ ସ୍ତରୀୟ ଫାଇଲେରିଆ ନିରାକରଣ ପ୍ରଶିକ୍ଷଣ କର୍ମଶାଳା ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡ଼ା ଗୋବିନ୍ଦ ସରେନଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ପ୍ରଶିକ୍ଷଣ କର୍ମଶାଳାରେ ସମସ୍ତ ମହିଳା ଓ ପୁରୁଷ,ସ୍ୱାସ୍ଥ୍ୟ ପରିଦର୍ଶକ ଓ ପରିଦର୍ଶିକା, ଅଙ୍ଗନବାଡ଼ି କର୍ମୀ,ଆଶା ଦିଦି,ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ,ସିଏଚଓ,ଆୟୁଷ ଡାକ୍ତର ମାନେ ପ୍ରଶିକ୍ଷଣ ନେଇ ଥିଲେ।ଏହି କାର୍ଯ୍ୟକ୍ରମରେ ପିଏଚଇଓ ଜହରଲାଲ ବେହେରା,ବିଡ଼ିଏମ୍ କୋମଲ ଲୋଚନ ରାଣା,ଭିବିଡ଼ିଟିଏସ ନନ୍ଦିଶ୍ବର ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ।ଫାଇଲେରିଆ ରୋଗର ଭୟାବହତା, ରକ୍ଷା ପାଇବାର ଉପାୟ,ନିରାକରଣ ଏବଂ ଔଷଧର ମାତ୍ରା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ସମାଜରୁ ଫାଇଲେରିଆ ମୁକ୍ତ କରିବା ପାଇଁ ସମସ୍ତେ ପ୍ରଚେଷ୍ଟା କରାଯିବା ଉଚିତ । ତାଲିମ ପ୍ରାପ୍ତ ସ୍ବେଛାସେବୀ,ଅଙ୍ଗନବାଡି କର୍ମୀ,ଆଶା ଦିଦି, ସମସ୍ତଙ୍କୁ ଖାଇବା ପରେ ଔଷଧ ଖାଇବାପାଇଁ ସଚେତନତା ବାର୍ତ୍ତା ଦେବା ପାଇଁ ପରାମର୍ଶ ଦିଆଯାଇଥିଲା । ୨ ବର୍ଷରୁ କମ୍ , ଗର୍ଭବତୀ ମହିଳା ଓ ଗୁରୁତର ରୋଗୀମାନଙ୍କୁ ଏହି ଔଷଧ ସେବନ ପାଇଁ ବାରଣ କରିବା ପାଇଁ କୁହାଯାଇଥିଲା ।ଏହି ଔଷଧ ର ପାର୍ଶ୍ଵ ପ୍ରତିକ୍ରିୟା ନାହିଁ । ପରିଶେଷରେ ପିଏଚଇଓ ଜହରଲାଲ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଜାନୁଆରୀ ୧୧ରୁ ଜିଲ୍ଲା ସ୍ତରୀୟ ପ୍ରଜ୍ଞା ମେମୋରିଆଲ ଫୂଟବଲ ପ୍ରତିଯୋଗିତା

Sunil Chandra Nayak

ଲକ୍ଷ୍ମୀପୁର ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ନିମନ୍ତେ ସଚେତନତା ପ୍ରସ୍ତୁତି ବୈଠକ

masiha

ଖଡିଆଳ ମହୋତ୍ସବ ୨୦୨୬ ପାଳନ ନେଇ ଶାନ୍ତି କମିଟି ବୈଠକ, ପୋଲିସ ଆରକ୍ଷୀ ଅଧିକ୍ଷକ ଙ୍କ ଉପସ୍ଥିତି ରେ ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା

Sunil Chandra Nayak

Leave a Comment

error: Content is protected !!