ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିନ୍ଦୋଳକୁ 5T ସଚିବଙ୍କ ଆଗମନ ନେଇ ବିଜେଡିର ପ୍ରସ୍ତୁତି ବୈଠକ 

 ଢେ଼ଙ୍କାନାଳ/ ହିନ୍ଦୋଳ (ମ ସୀ ହା)୦୬/୦୭_ଓଡିଶା ସରକାରଙ୍କ 5T ସଚିବ ଭି କେ କାର୍ତିକେୟନ ପାଣ୍ଡିଆନ ଙ୍କ ଆସନ୍ତା ୧୨ତାରିଖ ଦିନ ହିନ୍ଦୋଳ ଗସ୍ତ କାର୍ଯ୍ୟକ୍ରମ ରହିଅଛି I ତେଣୁ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ସୁଶାନ୍ତ ରାଉତଙ୍କ ତତ୍ୱାବଧାନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I 5T ସଚିବଙ୍କ ହିନ୍ଦୋଳ ଆସିବା କିପରି ସଫଳ ହେବ ଏବଂ ସାଧାରଣ ଲୋକଙ୍କ ଅଭିଯୋଗ କିପରି 5T ସଚିବଙ୍କ ପାଖରେ ପହଂଚିପାରିବ ତା ଉପରେ ବିଜୁ ଜନତା ଦଳ ତରଫରୁ ପ୍ରସ୍ତୁତି ବୈଠକ ରାସୋଳ ରେ ଅନୁଷ୍ଠିତ ହୋଇଥିଲା I ବୈଠକରେ ହିନ୍ଦୋଳର ପ୍ରାୟ ୫୦୦ବିଜେଡି କର୍ମୀ ଯୋଗଦେଇଥିଲେ I ଏବଂ ହିନ୍ଦୋଳ ବିଧାୟିକାଙ୍କ ମନମାନି ବିଷୟରେ କହିବା ସହିତ ବିଜେଡିର କୌଣସି କାର୍ଯ୍ୟକ୍ରମରେ ବିଜେଡି କର୍ମୀଙ୍କୁ ନ ଡାକିବା ଏବଂ ଲୋକମାନଙ୍କଠାରୁ ଦୁରେଇ ରହୁଥିବା ବିଷୟରେ ପର୍ଯ୍ୟବେକ୍ଷକ ଶ୍ରୀ ସୁଶାନ୍ତ ରାଉତଙ୍କ ଆଗରେ କହିଥିଲେ I ଉଭୟେ ବିଧାୟିକା ଏବଂ ବିଜେଡି କର୍ମୀଙ୍କ ମଧ୍ୟରେ ଆରୋପ ଦୋଷାରୋପ ହୋଇଥିବା ଦେଖିବାକୁ ମିଳିଥିଲା I ଶେଷରେ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ରାଉତ ସମସ୍ତଙ୍କୁ ଅନୁରୋଧ କରି କିପରି 5T ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମ ସଫଳ ହେବ ବିଜେଡି କର୍ମୀଙ୍କୁ ବୁଝାଇ ଥିଲେ I

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ତହସିଲ ଅଫିସରେ ବିଳମ୍ବିତ କାର୍ଯ୍ଯକୁ ନେଇ ଅସନ୍ତୋଷ ,ତ୍ଵରିତ ପଦକ୍ଷେପ ନେବାକୁ ଦାବୀ କଲେ ସାମ୍ୱାଦିକ

Sunil Chandra Nayak

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ଅନ୍ତର୍ଜାତୀୟ ବାଳିକା ଦିବସ ପାଳନ

masiha

ଜିଲ୍ଲା ସମାଜ କଲ୍ୟାଣ ପକ୍ଷରୁ ବ୍ଲକ ସ୍ତରୀୟ ଆଇନଗତ ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!