ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିପ୍ଳବ ବହ୍ନିପ୍ରତିମା ମାଳତୀ ଦେବୀଙ୍କ ମହାପ୍ରୟାଣ ପାଳିତ

ରାଉରକେଲା/ ବିପ୍ଳବର ବହ୍ନିପ୍ରତିମା ମାଳତୀ ଦେବୀଙ୍କ ମହାପ୍ରୟାଣ ଦିବସ ଜଗଦା ସ୍ଥିତ ଉତ୍କଳ ନବଜୀବନ ମଣ୍ଡଳ ପକ୍ଷରୁ ପାଳିତ ହୋଇଯାଇଛି। ମଣ୍ଡଳର ସଭାପତି ସଂଜୀବ କୁମାର ମହାନ୍ତିଙ୍କ ସଭାପତିତ୍ବ ଓ ସଂଯୋଜନା ତଥା ସାଧାରଣ ସଂପାଦକ ବୈଦ୍ୟନାଥ ଦାସ ଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ରାଉରକେଲା ଇସ୍ପାତ କାରଖାନା ସହର ସେବା ବିଭାଗର ମହାପ୍ରବନ୍ଧକ ଅଜୟ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପ୍ରଫେସର ଡଃ ପ୍ରମିଳା ପଣ୍ଡା, ସମାଜସେବୀ ହରିହର ରାଉତରାୟ, ଡାକ୍ତର ଆର.ଏନ.ଦାସ,ଶିକ୍ଷାବିତ୍ ଯତୀନ୍ଦ୍ର ନାୟକ, ଆଇନଜୀବୀ ନାରାୟଣ ପ୍ରସାଦ ଦାସ, ଶୈଳେନ୍ଦ୍ର ମହାନ୍ତି, କିଶୋର ତ୍ରିପାଠୀ, ଚିତ୍ତରଂଜନ ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାଳତୀ ଦେବୀଙ୍କ ଜୀବନୀ ଓ ତାଙ୍କ କର୍ମମୟ ଜୀବନ ସଂପର୍କରେ ସ୍ମୃତିଚାରଣ କରିଥିଲେ। ମୁଖ୍ୟଅତିଥି ଶ୍ରୀ ନାୟକ ନିଜ ବକ୍ତବ୍ଯରେ କହିଲେ ଯେ ସେବା ଓ ତ୍ୟାଗ ର ମୂର୍ତ୍ତିବନ୍ତ ପ୍ରତୀକ ଥିଲେ ମଳତୀଦେବୀ। ଶୋଷଣ, ବୈଷମ୍ୟ, ଅନ୍ୟାୟ,ଅତ୍ୟାଚାର ର ଶୀକାର ହୋଇଥିବା ଚାଷୀ,ମୂଲିଆ,ଆଦିବାସୀ, ହରିଜନ, ମହିଳା ଓ ଶିଶୁଙ୍କୁ ଦୁଃର୍ଗତିରୁ ରକ୍ଷା କରିବା ପାଇଁ ସେ ସଦା ତତ୍ପର ଥିଲେ। ବିପ୍ଳବର ବହ୍ନିପ୍ରତିମା ଥିଲେ ମାଳତୀ ଦେବୀ। ସମ୍ମାନିତ ଅତିଥି ଗଣ ସ୍ମୃତି ଚାରଣ କରି କହିଲେ ଯେ ମାଳତୀ ଦେବୀ ବିପ୍ଳବର ବହ୍ନିପ୍ରତିମା ଅଥଚ ସ୍ନେହ ଓ ସେବାର ଛଳଛଳ ନିର୍ଝରଣୀ ସଦୃଶ୍ୟ। ପ୍ରଜାମଣ୍ଡଳ ଗଢି ଅତ୍ୟାଚାରୀ ଶାସନ ବିରୋଧୀ ଆନ୍ଦୋଳନରେ ସେଥିଲେ ଅଗ୍ରଣୀ ପୁରୋଧା। ଆଜି ସେ ସ୍ମୃତି ହୋଇ ରହିଥିଲେହେଁ ତାଙ୍କ ସେବା,ତ୍ୟାଗ ମନୋଭାବ ଚିର ଅମଳିନ ହୋଇରହିଛି ।ଏହି ଅବସରରେ ଅନୁଷ୍ଠାନର ଗୃହ ନିର୍ମାଣରେ ସହଯୋଗର ହାତ ବଢାଇଥିବା ସମସ୍ତଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା ରେ ସର୍ବଶ୍ରୀ ପ୍ରଶାନ୍ତ ଦାସ,ସୁନନ୍ଦା ସାମଲ,ସୁଷମା ପାତ୍ର, ଜୟନ୍ତୀ ଦାସ,ପିତାମ୍ବର ଲେଙ୍କା, ଲକ୍ଷ୍ମୀଧର ନାୟକ, ବାସୁଦେବ ବାନାର୍ଜୀ, ରଘୁନାଥ ପଣ୍ଡା, ହେମନ୍ତ ବେହୁରା,ଲିପି ଘୋଷ୍, ଲିଜା ମହାରଣା ପ୍ରମୁଖ ସହଯୋଗ କରିଥିବା ବେଳେ ଚିତ୍ତରଂଜନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ସମାଜସେବୀ ଓ ମହିଳା ମାନେ ଯୋଗ ଦେଇଥିଲେ। କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ ।

Related posts

ବଡ଼ ଦିନ ଉପଲକ୍ଷେ ଇମାନୁଏଲ୍ ମିନିଷ୍ଟ୍ରୀ ପକ୍ଷରୁ ଅସହାୟ ଙ୍କୁ କମ୍ବଳ ବଣ୍ଟନ

Sunil Chandra Nayak

ଦୁଇ ଶାରିରୀକ ଅକ୍ଷମ ବ୍ୟକ୍ତିଙ୍କୁ ସହାୟତାର ହାତ ବଢ଼ାଇଲା ବାମନଘାଟୀ ସାନ୍ତାଳୀ ଏବଂ କୋହ୍ଲ ସମାଜ ଓ୍ବେଲଫେୟାର ଟ୍ରଷ୍ଟ ଆଦିବାସୀ 

Sunil Chandra Nayak

ଭୋଟର ତାଲିକା ପଞ୍ଜିକରଣ ଓ ସଂଶୋଧନ ଅଭିଯାନ

Sunil Chandra Nayak

Leave a Comment

error: Content is protected !!