ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶାନ୍ତପୁର ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ ଠାରେ ୭୪ ତମ ବନ ମହୋତ୍ସବ

ନର୍ଲା (ମସିହା)କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଆନୁକୂଲ୍ୟରେ ଭବାନୀପାଟଣା ବନାଞ୍ଚଳ ଅଧୀନସ୍ଥ ସାନ୍ତପୁର ସେକ୍ସନ ର ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ ଶାନ୍ତପୁର ଠାରେ ୭୪ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ଉକ୍ତ ବନ ମହୋତ୍ସବ ଅବସରରେ ବିଦ୍ୟାଳୟରେ ଏକ ସଚେତନତା ସଭାର ଆୟୋଜନ ସହିତ ବିଦ୍ୟାଳୟ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ ର ପ୍ରତିଷ୍ଠାତା ସଭ୍ୟ ଲୋକନାଥ ସା ସମ୍ମାନିତ ଅତିଥି ଭାବେ ବନପାଳ ଭବାନୀ ଶଙ୍କର ପରିଚ୍ଛା, ବନରକ୍ଷୀ ଇନ୍ଦୁଭୂଷଣ ଧ.ମାଝୀ, ବନରକ୍ଷୀ ତୁଳସୀ ସ୍ୱାଇଁ, ଉକ୍ତ ସ୍କୁଲ ର ପ୍ରଧାନ ଶିକ୍ଷକ ସାରଂଗଧର ଠାକୁର ପ୍ରମୁଖ ଜଙ୍ଗଲ ସୁରକ୍ଷା ଦିଗରେ ଛାତ୍ରଛାତ୍ରୀ ତଥା ଜନସାଧାରଣ ଙ୍କୁ ବାର୍ତ୍ତା ଦେଇଥିଲେ। ଏବଂ କାର୍ଯ୍ୟକ୍ରମ ରେ ଆମ ଜଙ୍ଗଲ ଯୋଜନା ର କର୍ମକର୍ତ୍ତା ଉମେଶ ଚନ୍ଦ୍ର ଗଉଡ଼ ,ସୁବାସ ଚନ୍ଦ୍ର ନାଏକ, ରୋମାଞ୍ଚଳ ବାଗ, ଏବଂ ‘ପ୍ରକୃତି ବନ୍ଧୁ’ମିଲନ କୁମାର ଭୋଇ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ସଫଳ କରିଥିଲେ।

ଦିପକ ଠାକୁର ଙ୍କ ରିପୋର୍ଟ୍

Related posts

ହୋଲିରେ ଅଘଟଣ   ହାତୀ ନଦୀରେ ବୁଡିଯାଇ ଯୁବକଙ୍କ ମୃତ୍ୟୁ

masiha

ଜୁନାଗଡ ବ୍ଲକ ଅନ୍ତର୍ଗତ ଆଟିଗାଁ ବିଶ୍ଵାଳ ପଡ଼ା ଏ ଓଏସସିଏଫ ପକ୍ଷରୁ ଏକ ନୂଆଁଖାଇ ଭେଟଘାଟ

masiha

ଶାମସୁନ୍ଦର ଗ୍ରାମରେ*ଆଦିବାସୀ ହୋ- ସମାଜର ପଣ୍ଡିତ ଲାକୋ ବଦରାଙ୍କ ୧୦୭-ତମ ଜନ୍ମ-ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!