ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାଲିବୋ ବାଇପାସ୍ ରାସ୍ତା କଡ଼ରୁ ଅଜଣା ଗଳିତ ମୃତଦେହ ଠାବ

କାମାକ୍ଷାନଗର (ମନିସ )15/7/23 // ଭୁବନ ଥାନା ଅନ୍ତର୍ଗତ ବାଲିବୋ ଗ୍ରାମର ବାଇପାସ୍ ରାସ୍ତା କଡ଼ରେ ଦେଖିବାକୁ ମିଳିଛି ଏକ ଅଜଣା ଗଳିତ ମୃତଦେହ । ମୃତକର ମୁଣ୍ଡ ପାଖରୁ ଛାତି ପର୍ଯ୍ୟନ୍ତ ଅଧା ଶରୀର ନଷ୍ଟ ହୋଇଯାଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ତେବେ ମହିଳା ବସ୍ତ୍ର ପରିଧାନ କରିଥିବାରୁ ଏହା ଜଣେ ମହିଳାଙ୍କ ମୃତଦେହ ବୋଲି ଅନୁମାନ କରାଯାଉଛି ।ଗ୍ରାମବାସୀଙ୍କ କହିବାନୁଯାୟୀ ଦୁଇଦିନ ହେବ ଦୁର୍ଗନ୍ଧ ହେଉଥିଲା ହେଲେ ଆଜି ମୃତଦେହ ଦେଖିବାକୁ ମିଳିଛି । ଖବର ପାଇ ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ବ୍ୟବଛେଦ ପରେ ସମ୍ପୁର୍ଣ୍ଣ ତଥ୍ୟ ଜଣାପଡ଼ିବ ବୋଲି ଭୁବନ ଥାନାଧିକାରୀ ସୌଭାଗ୍ୟ ସ୍ବାଇଁ କହିଛନ୍ତି ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ତିର୍ତୋଲ ଅବକାରୀ ଥାନା ଅଧିକାରୀଙ୍କ ବଡ ସଫଳତା, ନକଲିମଦ ଜବତ ସାଙ୍ଗକୁ,ଜଣେ ଗିରଫ

Sunil Chandra Nayak

ଯୌତୁକ ନିର୍ଯାତନା ସହିନପାରି ସ୍ତ୍ରୀ ଆତ୍ମହତ୍ୟା ମାମଲା: ଅଭିଯୁକ୍ତ ସ୍ୱାମୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ଲାଠୋର ବନ ବିଭାଗ ଦ୍ଵାରା ୪୦ କ୍ଵିଣ୍ଟାଲ ଖଇର ଗଣ୍ଡି ଜବତ 

masiha

Leave a Comment

error: Content is protected !!