ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୪ ବିଦେଶୀ ଭାଷାରେ ଅନୂଦିତ ହେଲା କବି ଭବାନୀ ଶଙ୍କରଙ୍କ ‘ଲକଡାଉନ’ କବିତା ସଂକଳନ

ବିଶ୍ୱ ସାହିତ୍ୟରେ ହୀରା ଭଳି ଝଟକୁଛି ଭବାନୀଶଙ୍କର ସାହିତ୍ୟ

ଭବାନୀପାଟଣା,୧୫।୭: ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ପରିସରକୁ ଆସିଥିବା କବି ଭବାନୀ ଶଙ୍କର ନିଆଲଙ୍କ ଇଂରାଜୀ କବିତା ସଂକଳନ ‘ଲକଡାଉନ’ ପୁଣି ଥରେ ୪ ବିଦେଶୀ ଭାଷାରେ ଅନୂଦିତ ହୋଇଛି। ଇଂରାଜୀରେ ଏହାକୁ କବି ବଂକିମ ମୁଣ୍ଡ ଅନୁବାଦ କରିଥିବା ବେଳେ ଇଟାଲୀ, ଜର୍ମାନ, ଫ୍ରେଞ୍ଚ, ପର୍ତ୍ତୁଗୀଜ ଭାଷାରେ ଏହା ବିଭିନ୍ନ ଆନ୍ତର୍ଜାତିକ ଖ୍ୟାତନାମା କବିଙ୍କ ଦ୍ୱାରା ଅନୁବାଦ କରାଯାଇଛି। ଏହାକୁ କାନାଡ଼ାର ପ୍ରସିଦ୍ଧ ୟୁକିୟୋଟୋ ପବ୍ଲିଶିଙ୍ଗ ହାଉସ ପ୍ରକାଶିତ କରିଛନ୍ତି। ବିଶ୍ୱ ସାହିତ୍ୟର ଜଣେ ପ୍ରମୁଖ କବି ଓ ସମ୍ପାଦକ ମାରିଆ ଡେଲ କେଷ୍ଟିଲୋ ଏହାର ସମ୍ପାଦନା ଓ ସମୀକ୍ଷା କରିଛନ୍ତି। ସୂଚନାଯୋଗ୍ୟ ଯେ ଶ୍ରୀ ନିଆଲ କରୋନା ସମୟରେ ‘ଲକଡାଉନ’ କବିତା ସଂକଳନ ମାଧ୍ୟମରେ ବିଶ୍ୱ ସାହିତ୍ୟରେ ଏକ ସ୍ୱତନ୍ତ୍ର ଦୃଷ୍ଟି ଆକର୍ଷଣ କରିଥିଲେ। କବିତାରେ ମୃତ୍ୟୁ ଚେତନାର କଳା ଓ ନାନ୍ଦନିକତା ଯୋଗୁଁ ସେ ସମକାଳୀନ ବିଶ୍ୱ ସାହିତ୍ୟରେ ପାଠକ ମାନଙ୍କ ଚର୍ଚ୍ଚାର ପରିସରକୁ ଆସିଥିଲେ। କ୍ରମାଗତ ଭାବେ ତାଙ୍କର କବିତା ସବୁ ପୃଥିବୀର ୨୦ରୁ ଉର୍ଦ୍ଧ୍ବ ଭାଷାରେ ଅନୂଦିତ ହୋଇସରିଛି। ଓଡ଼ିଆ ଓ ହିନ୍ଦୀ ସାହିତ୍ୟର ଚଳଚଞ୍ଚଳ କବି ଶ୍ରୀ ନିଆଲଙ୍କ ପୂର୍ବରୁ ୩ଟି ଓଡ଼ିଆ କବିତା ସଂକଳନ ସମେତ ହିନ୍ଦୀ ସଂକଳନ ରହିଛି। ସମ୍ପ୍ରତି ଲବ୍ଧପ୍ରତିଷ୍ଠ ସାହିତ୍ୟ ପତ୍ରିକା ‘ମହୁରି’ର ମୁଖ୍ୟ ସମ୍ପାଦକ ସହ ବିଭିନ୍ନ ଅନ୍ତର୍ଜାତୀୟ ପୁରସ୍କାର ଓ ସମ୍ମାନୀତ ହେବା ସଙ୍ଗେ ସଙ୍ଗେ ଅନେକ ସଂଗଠନର ଅଧ୍ୟକ୍ଷ ଓ ସଦସ୍ୟ ଭାବେ କାର୍ଯ୍ୟରତ।

Related posts

କଳାହାଣ୍ଡି ଜିଲ୍ଲା ରେ ହେବାକୁ ଥିବା ଆଦିବାସୀ ବିଶ୍ବବିଦ୍ୟାଳୟର କ୍ୟାମ୍ପସ ମୟୂରଭଞ୍ଜ ଜିଲ୍ଲାରେ ପ୍ରତିଷ୍ଠା ପାଇଁ ମସୁଧା

Sunil Chandra Nayak

ଏସପିସିବି ପକ୍ଷରୁ ଓ.ସିଇ.ଏମ.ଏସ.ସମ୍ପର୍କିତ ସମ୍ବେଦନଶିଳତା କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳରେ ଶିଶୁ ଦିବସ -୨୦୨୪ ପାଳିତ

masiha

Leave a Comment

error: Content is protected !!