ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର୍ଷା ଋତୁ କବିଙ୍କୁ କରେ ସୃଜନ ମନସ୍କ…..

ରାଉରକେଲା/ ବର୍ଷା ଏକ ମୋହିନୀ ଶବ୍ଦ,ଏକ ମିଠା ଅବବୋଧ, ପ୍ରକୃତିର ଏକ ମହାନ ଦାନ ସମଗ୍ର ଜୀବ ଜଗତ ପାଇଁ। ପ୍ରକୃତିର କବରୀରୁ ଟୋପା ଟୋପା ବର୍ଷା ବିନ୍ଦୁ ଝରି ପଡ଼ିଲେ କବିର ହୃଦୟ ତନ୍ତ୍ରୀ ହୁଏ ଝଙ୍କୃତ,ମନ ଅଗଣା ହୁଏ ତରଙ୍ଗାୟିତ । ବର୍ଷା ସ୍ବୟଂ ଏକ କବିତା, ଏକ ଅନୁଭୁତି, ଏକ ଶିହରଣ ସେ କାଳିଦାସଙ୍କ ମେଘ ଦୂତମ ହେଉ ବା ରାଧାନାଥ ରାୟଙ୍କ ବର୍ଷା ସବୁ ଥିରେ ଏହାର ପ୍ରମାଣ ଅଛି। ବର୍ଷା ସମଗ୍ର ଜୀବ ଜଗତ ପାଇଁ ବଞ୍ଚିବାର ଯେତିକି ଆଶା ଉଦ୍ଦିପନା ଭରିଦିଏ କବିର ମାନସ ପଟରେ ସେତିକି ସୃଜନ ମନସ୍କକୁ ତୀବ୍ର କରାଇଥାଏ । ଏହା ଥିଲା ସୁନ୍ଦରଗଡ଼ ଜିଲ୍ଲା ଲେଖକ ସାମ୍ମୁଖ୍ୟର ବର୍ଷା କବିତା ଆସର ଓ ତ୍ରୈମାସିକ ପତ୍ରିକା “ନାଗରା “ର ଉନ୍ମୋଚନ ଉତ୍ସବରେ ମୁଖ୍ୟବକ୍ତା ଅଧ୍ୟାପକ ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ବକ୍ତବ୍ଯ । ଆବାହକ କବି ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ବରେ ତଥା କଥାକାର ଭୂପେନ ମହାପାତ୍ର ଙ୍କ ସଭାପତିତ୍ବ ଓ ଶିକ୍ଷୟିତ୍ରୀ ନିରୁପମା ପତିଙ୍କ ମଞ୍ଚ ପରିଚାଳନା ରେ ମୁଖ୍ୟ ଅତିଥି ଭାବେ ଇ.ଅଭୟ କୁମାର ଦାସ ଯୋଗଦେଇ ଆଧୁନିକ କବିତା ରେ ବର୍ଷାର ବର୍ଣ୍ଣନା ଖୁବ୍ ଆକର୍ଷଣୀୟ ବୋଲି ବିଭିନ୍ନ ଉଦାହରଣ ମାଧ୍ୟମରେ ବକ୍ତବ୍ୟ ରଖିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ଡଲିରାଣି ବ୍ରହ୍ମାଙ୍କ ସଭାପତିତ୍ବ ଓ ସୁଶ୍ରୀ ସଂଗୀତା ଦାସ ଓ ସୁଚିସ୍ମିତା ପଣ୍ଡାଙ୍କ ସଂଯୋଜନାରେ ଅଜୟ କୁମାର ମହାନ୍ତି ଓ ନିକୁଞ୍ଜ ବିହାରୀ ଦାଶ ଗଳ୍ପ ପାଠ କରିଥିଲାବେଳେ ପ୍ରତାପ କୁମାର ପଣ୍ଡା, ସାର୍ଥକ ସାହୁ,ସଞ୍ଜିବ କୁମାର ଭୋଇ, କାଶୀନାଥ ନନ୍ଦୀ,ବ୍ରଜେନ୍ଦ୍ର ଦାଶ, ନିରୁପମା ପତି, ଅର୍ଚ୍ଚନା ପାତ୍ର,ଗୌତମ ଦାସ, ପ୍ରଫୁଲ୍ଲ ସାମଲ ବର୍ଷା ଶୀର୍ଷକରେ କବିତା ପାଠ କରିଥିଲେ। ବ୍ରଜ କିଶୋର ପାଣି, ବିଜୟ ବରାଳ, ସୂର୍ଯ୍ୟ ନାରାୟଣ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସାମ୍ମୁଖ୍ୟର ଉପସଭାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବଦଳିବ ସତିଘାଟ ପ୍ରକଳ୍ପର ଭାଗ୍ୟ ,ଉପକୃତ ହେବେ ଶହ ଶହ ଚାଷୀ

Sunil Chandra Nayak

କଂଗ୍ରେସ କାର୍ଯ୍ୟାଳୟ ଠାରେ ଗାନ୍ଧୀ, ଶାସ୍ତ୍ରୀ ଜୟନ୍ତୀ ପାଳନ, ନବ ନିଯୁକ୍ତ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

masiha

ସନାତନ ଧର୍ମର ପୁନଃ ଉଦ୍ଧାର ପାଇଁ ଗୀତା ଗ୍ରନ୍ଥ ବଣ୍ଟନ 

masiha

Leave a Comment

error: Content is protected !!