ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମିସିଙ୍ଗ ରିପୋର୍ଟରୁ ମିଳିଲା ମୃତ ମହିଳାଙ୍କ ପରିଚୟ

କାମାକ୍ଷାନଗର(ମନିସ )19/7/23 // ଭୁବନ ଥାନା ଅନ୍ତର୍ଗତ ବାଲିବୋ ପଞ୍ଚାୟତର ବାଇପାସ ରାସ୍ତାକଡ଼ରେ ଗୋଟିଏ ମୁଣ୍ଡ ବିହୀନ ମହିଳାଙ୍କ ଶବ ପଡିଥିବାକୁ ନେଇ ୨ ଦିନ ହେଲା ପୋଲିସ ନାକେଦମ ହୋଇପଡିଛନ୍ତି | ମୁଣ୍ଡବିହୀନ ଗଳିତଶବକୁ କଟକ ବ୍ୟବଛେଦ ନିମନ୍ତେ ପଠାଯାଇଛି | ଅପରପକ୍ଷେ ଭୁବନ ଥାନା ପକ୍ଷରୁ ମିସିଙ୍ଗ ରିପୋର୍ଟ ନେଇ ବିଭିନ୍ନ ଥାନାକୁ ଖବର ଦିଆଯାଇଥିଲା |ସୁକିନ୍ଦା ଥାନାରେ ଗତ ସପ୍ତାହରେ ସୁକିନ୍ଦା ଥାନା ଜାମୁପଶି ଗ୍ରାମର ଜଣେ 35ବର୍ଷମହିଳା ନିଖୋଜ ଥିବା ରିପୋର୍ଟ ହୋଇଥିଲା | ରିପୋର୍ଟରେ ଯେଉଁ ପାସଫୋଟ ସଲଗ୍ନ କରାଯାଇଥିଲା ମୃତ ମହିଳା ମଧ୍ୟ ସେହି ଶାଢ଼ୀ ପିନ୍ଧି ଥିବାରୁ ପୋଲିସ ମୃତକ ର ପରିଚୟ ପାଇବାରେ ବେଶୀ ପରିଶ୍ରମ କରିବାକୁ ପଡ଼ିନାହିଁ | ଶାଢ଼ୀ କୁ ଆଧାରକରି ମହିଳାଙ୍କ ସ୍ୱାମୀ ପାଖରେ ପହଞ୍ଚିଥିଲେ ଭୁବନ ପୋଲିସ | ପାରିପାର୍ଶିକ ଅବସ୍ଥାକୁ ନେଇ ତଦନ୍ତ କରିବା ପରେ ସନ୍ଦେହରେ ଥାନାକୁ ଅଣାଯାଇ ପଚରା ଉଚରା ଜାରିରହିଛି | ମହିଳା ଜଣକ ହେଉଛନ୍ତି ସୁକିନ୍ଦା ଥାନା ଜାମୁପସି ଗ୍ରାମ ର ଅମି ନାୟକ | ସେ ଗରୁଡ଼ବନ୍ଧୀ ଗ୍ରାମରେ ବିବାହ କରିଥିଲେ | ତାଙ୍କ ର ୨ ଟି ପୁଅ ଅଛନ୍ତି | ସେ ଜଣେ ଖୁସ ମିଜାଜର ଆଧୁନିକା ମହିଳା ଥିଲେ | ସେ ବାରମ୍ବାର ସ୍ୱାମୀ ବଦଳ କରିଥିବା ଜଣାଯାଇଛି | ଏନେଇ ପୋଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି | ମହିଳା ଜଣଙ୍କ ହତ୍ୟାର ୨ ଦିନ ପୂର୍ବରୁ ଗରୁଡ଼ବନ୍ଧି ଗ୍ରାମକୁ ଆସିଥିବା ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡିଛି ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଦିବ୍ୟାଙ୍ଗ ଯୁବତୀ କୁ ଦୁଷ୍କର୍ମ ।ଅଭିଯୁକ୍ତ ବାହାରେ ନିର୍ଭୟରେ ବୁଲୁଛି। ଅଭିଯୁକ୍ତ କୁ ଗିରଫ କରୁନାହିଁ ପୋଲିସ । ନ୍ୟାୟ ପାଇଁ ଡିଜି ଙ୍କ ଦ୍ୱାରସ୍ଥ ହେଲେ ପିଡିତା 

Sunil Chandra Nayak

ସିସିଟିଭି ଭାଙ୍ଗି ଲୁଟି ନେଲେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସୁନା,ରୂପା ଗହଣା ସହ ୩୦ ହଜାରୁରୁ ଉର୍ଦ୍ଧ ଟଙ୍କା

Sunil Chandra Nayak

ଆନ୍ଦ୍ରର ଚାରି ଜଣ ଛେଳି ବ୍ୟବସାୟିଙ୍କ ମୋବାଇଲ ଲୁଟ ଥାନାରେ ଅଭିଯୋଗ 

masiha

Leave a Comment

error: Content is protected !!