ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ଘର ଆମ ପରିବେଶ ସାହିତ୍ୟ କର୍ମଶାଳା 

 କଟକ : କୈବଲ୍ୟ ସାହିତ୍ୟ ସଂସଦ, କଟକ ତରଫରୁ ଆମ ଘର ଆମ ପରିବେଶ ସାହିତ୍ୟକର୍ମଶାଳା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, କଲେଜ ଛକ, କଟକ ରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ଅବସରରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ନିଧି କୁମାର ରାଉତରାୟ, ପ୍ରାକ୍ତନ ସ୍ଵତନ୍ତ୍ର ଶାସନ ସଚିବ ଓଡ଼ିଶା ଅର୍ଥ ବିଭାଗ , ସେକ୍ରେଟାରୀ ସେଣ୍ଟ ଯୋନସ ଆମ୍ବୁଲାନ୍ସ ଯୋଗଦେଇ ଛାତ୍ରଛାତ୍ରୀ , ଗୁରୁଜୀ, ଗୁରୁ ମା, ଅନ୍ୟ ଅତିଥି ମାନଙ୍କ ସହିତ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ । ପରିବେଶ ସୁରକ୍ଷା ଦିଗରେ ଛାତ୍ରଛାତ୍ରୀ ମାନଙ୍କ ଭୂମିକାକୁ ସରଳଭାବେ ଗବେଷଣାତ୍ମକ ତଥ୍ୟ ସହିତ ଉପସ୍ଥାପନା କରିଥିଲେ ।ମୁଖ୍ୟ ବକ୍ତା ଡଃ ପ୍ରଭାସ ଆଚାର୍ଯ୍ୟ, ଆଜୀବନ ସଦସ୍ୟ ଲୋକସେବକ ମଣ୍ଡଳ ଏବଂ ରାଷ୍ଟ୍ରୀୟ ସମ୍ପାଦକ ପରିବେଶ ସୁରକ୍ଷାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ବକ୍ତା ଡ଼କ୍ଟର ବିଜୟା ଲକ୍ଷ୍ମୀ ଦାଶ ସାରସ୍ବତ ଭାବନା ଭିତରେ ବିଭିନ୍ନ ଦେଶର ଉଦାହରଣ ଦେଇ ପିଲା ମାନଙ୍କୁ ପରିବେଶ ସୁରକ୍ଷା ପାଇଁ ସଚେତନ କରିଥିଲେ , ସମ୍ମାନିତ ଅତିଥି ଶ୍ରୀଯୁକ୍ତ ମନୋଜ କୁମାର ଦାସ, ପ୍ରଧାନ ଆଚାର୍ଯ୍ୟ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ,ପଣ୍ଡିତ ନୀଳକଣ୍ଠ ରାଉତ୍, ପ୍ରାକ୍ତନ ଅଧକ୍ଷ, ଶ୍ରୀଯୁକ୍ତ ଲଳିତେନ୍ଦୁ ପଲାଉରି, ବରିଷ୍ଠ ସ୍ତମ୍ଭକାର ଏବଂ ଉପସ୍ଥାପିକା ଶ୍ରୀମତୀ ଜୟଶ୍ରୀ ପଟ୍ଟନାୟକ, ସୁ ସାହିତ୍ୟିକା ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବୃକ୍ଷରୋପଣ, ପ୍ରାରମ୍ଭିକ ସ୍ଵାଗତ ସଙ୍ଗୀତ ଗାନ , ସମବେତ ଜାତୀୟ ସଙ୍ଗୀତ, ଦେଶାତ୍ମବୋଧକ ସଙ୍ଗୀତ ଗାନ , ଜଗନ୍ନାଥ ଅଷ୍ଟକମ୍ ଏବଂ ଓଡ଼ିଶୀ ନୃତ୍ୟ ପରିବେଷଣ ଅତ୍ୟନ୍ତ କଳାତ୍ମକ ଏବଂ ଚମତ୍କାର ଥିଲା । ଅନୁଷ୍ଠାନର ପ୍ରତିଷ୍ଠାତା ଓ ସମ୍ପାଦକ ଡଃ ସଂଗ୍ରାମ କେଶରୀ ସାମନ୍ତରାୟ ପରିବେଶ ବିଜ୍ଞାନ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଗବେଷଣାତ୍ମକ ବିଷୟରେ ଆଲୋକପାତ କରି ପ୍ରଶ୍ନ ପଚାରିଥିଲେ । ସମସ୍ତ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଓଡ଼ିଶା ପରିବେଶ ଜ୍ୟୋତି ପୁରସ୍କାର ପ୍ରଦାନ କରାଯାଇଥିଲା ।ଚାଳିଶ ଜଣ କବି ଓ କବୟିତ୍ରୀ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଯୋଗଦେଇ ସ୍ୱ ରଚିତ ସୁନ୍ଦର କବିତା ପାଠ କରିଥିଲେ ଏବଂ ପୁରସ୍କୃତ ହୋଇଥିଲେ । ନିମନ୍ତ୍ରିତ ସମାଜ ସେବୀ ଏବଂ ପରିବେଶବିତ୍ ମାନେ କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶା ପରିବେଶ ଜ୍ୟୋତି ପୁରସ୍କାର ପାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଚାରିଶହ ଜଣ ପ୍ରତିଭା ଙ୍କୁ ଓଡ଼ିଶା ପରିବେଶ ଜ୍ୟୋତି ପୁରସ୍କାର ପ୍ରଦାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଜନ ରଞ୍ଜନ ପ୍ରଧାନ, ସସ୍ମିତା ପଟ୍ଟନାୟକ, ସରସ୍ଵତୀ ବାରିକ, ସୁରେନ୍ଦ୍ର ନାଥ ମହାପାତ୍ର, ଅପର୍ତ୍ତି ଚରଣ ସେଠୀ, ପ୍ରିୟବ୍ରତ ଦେହୁରୀ, ରମାକାନ୍ତ ରାଉତ୍, ସରୋଜ କୁମାର ଓଝା, ନମିତା ମହାନ୍ତି ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ସହଯୋଗ କରିଥିଲେ ।ଶେଷରେ ଶାନ୍ତିମନ୍ତ୍ର ପାଠ କରାଯାଇଥିଲା । ଓଡ଼ିଶା ସାହିତ୍ୟ ପରମ୍ପରାରେ ପ୍ରଥମ ପରିବେଶ କର୍ମଶାଳାକୁ ବୁଦ୍ଧିଜୀବୀ ପସନ୍ଦ କରି ଶୁଭେଚ୍ଛା ବାର୍ତ୍ତା ଅର୍ପଣ କରିଛନ୍ତି ।

ମସିହା ନିଉଜ ସର୍ଭିସ୍ 

Related posts

ଭଙ୍ଗା ଦଦରା ଘରେ ବିତୁଛି ଜୀବନ 

masiha

ଗୁଣ୍ଡୁରିଆ ଶହୀଦ ଦିଵସରେ ବିଜେଡି ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି

masiha

ଜିଲ୍ଲା ସଦର ମହକୁମାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!