ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କନ୍ଧମାଳ ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ସଂଘ ର ବୈଠକ: ବାଲିଗୁଡା ଉପଖଣ୍ଡ ସ୍ତରୀୟ ନୂତନ କର୍ମକର୍ତ୍ତା ନିର୍ବାଚିତ 

କନ୍ଧମାଳ:22/07/23(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବନବାସୀ ସେବା ସମିତି ସଭାଗୃହରେ କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ବାଲିଗୁଡା ଉପଖଣ୍ଡ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l କନ୍ଧମାଳ ଜିଲ୍ଲାର ସାଧାରଣ ସମ୍ପାଦକ ପଦ୍ମଚରଣ ସାହୁ ମଞ୍ଚାସିନ କର୍ମକର୍ତ୍ତା ମାନଙ୍କର ପରିଚୟ ପ୍ରଦାନ କରିଥିଲେ l ଏଥିରେ ଜିଲ୍ଲା ସଭାପତି ସର୍ବେଶ୍ୱର ମିଶ୍ର, ଉପସଭାପତି ଅଚ୍ୟୁତାନନ୍ଦ କହଁର, ସାଧାରଣ ସମ୍ପାଦକ ପଦ୍ମଚରଣ ସାହୁ, ଉପଦେଷ୍ଟା ଡ଼ଃ.ରାଜକିଶୋର ବେହେରା ଏବଂ ପ୍ରସନ୍ନ କୁମାର ସାହାଣୀ ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା l ପ୍ରଥମେ ଓଡିଶା ସାହିତ୍ୟ ଏକାଡେମୀର ସଚିବ ସ୍ବର୍ଗତ ପ୍ରବୋଧ ରାଉତଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ଜିଲ୍ଲା ସାଧାରଣ ସମ୍ପାଦକ ପଦ୍ମଚରଣ ସାହୁଙ୍କ ଅନୁରୋଧ କ୍ରମେ ସମସ୍ତେ ଓଁ କାର ବ୍ରହ୍ମନାଦ,ଓ ଗାୟତ୍ରୀ ମନ୍ତ୍ର ତିନିଥର ଉଚ୍ଚାରଣ କରିଥିଲେ l ଜିଲ୍ଲା ସଭାପତି ସର୍ବେଶ୍ୱର ମିଶ୍ର ଉପସ୍ଥିତ ବରିଷ୍ଠ ନାଗରିକ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ପ୍ରାରମ୍ଭିକ ସୂଚନା ଦେବା ସହ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସରକାରୀ ସ୍ତରରେ କଣ କଣ ସବୁ ସୁବିଧା ସୁଯୋଗ ରହିଛି ସେ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ l ଏଥିରେ ଯଦି କୌଣସି ପ୍ରକାରରେ ଅସୁବିଧା ହୁଏ, ତେବେ ସଙ୍ଗେ ସଙ୍ଗେ ସଂଘ କୁ ଜଣାଇବାକୁ କହିଥିଲେ l ବାଲିଗୁଡା ସଂଘ ର ସଭାପତି ଶ୍ରୀ ଖଣ୍ଡଗିରି ଅତୀତ ରେ ବିଭିନ୍ନ ସମସ୍ୟା ଓ ଅସୁବିଧା ସମ୍ପର୍କ ରେ ଅବଗତ କରାଇବା ସହ ସଦା ସର୍ବଦା ସମସ୍ତ ଙ୍କ ସହଯୋଗ ରହିଲେ ସବୁ କାର୍ଯ୍ୟ ସିଦ୍ଧି ହୋଇ ପାରିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ l ପରେ ପରେ ବାଲିଗୁଡା ଉପଖଣ୍ଡ ସ୍ତରୀୟ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା l ଏଥିରେ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ବିଜୟ ଚନ୍ଦ୍ର ଖଣ୍ଡଗିରି, ଉପ ସଭାପତି ଭାବେ ସିମାଞ୍ଚଳ ଆଚାର୍ଯ୍ୟ, ସମ୍ପାଦକ ଭାବେ ମନ୍ନଥ କୁମାର ରାଉଳ, ସହ ସମ୍ପାଦକ ଭାବେ କୈଳାଶ ଚନ୍ଦ୍ର ବେହେରା, ସଂଗଠନ ସମ୍ପାଦକ ଭାବେ ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ, କୋଷାଧକ୍ଷ ଭାବେ ଦେବରାଜ ପାତ୍ର ନିର୍ବାଚିତ ହୋଇଥିବା ବେଳେ କାର୍ଯ୍ୟ ନିର୍ବାହୀ ପରିଷଦ ସଭ୍ୟ ଭାବେ ପ୍ରହ୍ଲାଦ ପ୍ରସାଦ ଲେଙ୍କା, ରାଜକିଶୋର ସାହୁ, ଧ୍ରୁବ ଚରଣ ନାୟକ, ବାସୁଦେବ ସାହୁ, ସୁକାନ୍ତ ମାଝୀ, ବି.ଲୋକନାଥ ପାତ୍ର, ସି.ଏଚ.ଲକ୍ଷ୍ମୀ ନାରାୟଣ ପାତ୍ର ଏବଂ ଉପଦେଷ୍ଟା ଭାବେ ରବିନ୍ଦ୍ର ନାଥ ରଥ, ମଧୁସୂଦନ ମହାପାତ୍ର, ଚିନ୍ତାମଣି ମିଶ୍ର ପ୍ରମୁଖ ନିର୍ବାଚିତ ହୋଇଥିଲେ l ଉପଦେଷ୍ଟା ଶ୍ରୀମହାପାତ୍ର ବରିଷ୍ଠ ନାଗରିକ ମାନଙ୍କର ସମସ୍ୟା ଓ ଅସୁବିଧା ସମ୍ପର୍କ ରେ ନିଜ ନିଜ ତରଫରୁ ଅବଗତ କରାଇଥିଲେ l ଶେଷରେ ଉପଦେଷ୍ଟା ରବିନ୍ଦ୍ର ନାଥ ରଥ ଧନ୍ୟବାଦ ଅର୍ପଣ କରିଥିଲେ l

କନ୍ଧମାଳ ରୁ ସଂଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ 

Related posts

ଭେଳା ଗ୍ରାମର ଷୋହଳ ପ୍ରହରୀ ନାମ ଯଜ୍ଞ ବାତିଲ

Sunil Chandra Nayak

ଓରାଘାଟ ଆଇରନ ଖଣି ର କର୍ମକର୍ତା ମାନଙ୍କ ଆନୁକୂଲ୍ୟରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର (କାଟେସାହି) ବିଦ୍ୟାଳୟ ପରିସରରେ ବିଶ୍ୱ ଯୋଗ ଦିବସ ପାଳନ କରାଯାଇଛି

masiha

ଯକ୍ଷ୍ମା ମୁକ୍ତ ଗ୍ରାମ ପଞ୍ଚାୟତ ଗଠନ ନେଇ ତାଲିମ୍ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!