ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋ ସରକାର ବା 5ଟି ଯୁଗର ରାସ୍ତାଘାଟ !  ବିକାଶ ର ପଥ ରେ ପଣ୍ଡଗୁଡା ପଂଚାୟତ ର ନଗ୍ନ ଚିତ୍ର! ସରକାରୀ ଯନ୍ତ୍ରୀ ସହ ଥୁଟି ନେତା ଙ୍କ କମାଲ

କୋଷାଗୁମୁଡା: 23/7(ମସିହା) ମୋସରକାର ବା 5ଟି ଯୁଗ ରେ ରାସ୍ତାଘାଟ ର ପ୍ରକୃତ ଦୃଶ୍ୟ ଯାହାକି ଖୋଲି ଦେଉଛି ବିକାଶ ର ବାସ୍ତବିକ ଚିତ୍ର | କୋଷାଗୁମୁଡା ବ୍ଲକ ପଣ୍ଡଗୁଡା ପଂଚାୟତ ରେ ଏବେ ସରକାରୀ ଯନ୍ତ୍ରୀ ସହ ଥୁଟି ନେତା ଙ୍କ କମାଲ କୁ ନେଇ ଚର୍ଚ୍ଚା ଜୋର ଧରିଛି| ସୂଚନା ମୁତାବିକ ପଣ୍ଡଗୁଡା ପଂଚାୟତ ଅନ୍ତର୍ଗତ ବିଜାଗୁଡା ଠୁଁ ଚାଉରୀୟା ମନ୍ଦିର ପର୍ଯ୍ୟନ୍ତ ରାସ୍ତା ମରାମତି କରିବା ପାଇଁ ସ୍ତିର କରାଯାଇଥିଲା ଯାହାର ୱାର୍କ କୋଡ଼ ହେଉଛି (2430002018/RC/10568210)(2023-2024) ଏହି ରାସ୍ତା ମରାମତି ପାଇଁ 10 ଲକ୍ଷ୍ୟ ଟଙ୍କା ମଞ୍ଜୁରୀ ରହିଥିବା ସୂଚନା ମିଳିଛି | ରାସ୍ତା କାର୍ଯ୍ୟ ହୋଇଛି ସତ, କିନ୍ତୁ ନୂତନ ରାସ୍ତା ଉପରେ ଚାଲିବା ସମ୍ଭବପର ହେଉନାହିଁ ବୋଲି ଗ୍ରାମବାସୀ ମତ ପ୍ରକାଶ କରୁଛନ୍ତି | ତରବରୀୟା ଭାବେ ମୁରୁମ ମାଟି ଢାଳି ଚାଲିଗଲେ ଠିକାଦାର । ଏବେ ଅସୁବିଧା ଭୋଗୁଛନ୍ତି ବିଜାଗୁଡା ଗ୍ରାମବାସୀ ହେଲେ ସରକାରୀ ଯନ୍ତ୍ରୀ ଗଲେ କୁଆଡେ କଣ ଯନ୍ତ୍ରୀ ଙ୍କ ଅନୁପସ୍ଥିତି ରେ ହୋଇଛି କି ରାସ୍ତା ମରାମତି କାର୍ଯ୍ଯ ? ନା ଥୁଟି ନେତାଙ୍କ ସହ ମିଶି ଖେଳ ଖେଳୁଛନ୍ତି ସରକାରୀ ଯନ୍ତ୍ରୀ ତାହା ବଡ଼ ପ୍ରଶ୍ନ ? ଗ୍ରାମବାସୀ ଙ୍କ କହିବା ଅନୁଯାୟୀ ପୂର୍ବ ରୁ ରାସ୍ତା ରେ ଯିବା ଆସିବା ଠିକ ରହିଥିଲା କିନ୍ତୁ ଅଚାନକ ବର୍ଷା ଆସିବା ପୂର୍ବ ରୁ ଟ୍ରାକ୍ଟର ମାଧ୍ୟମରେ ଦିନ ରାତି ମୁରୁମ ମାଟି ବୋହି ରାସ୍ତା ରେ ଢାଳି ଚାଲିଗଲେ ଠିକାଦାର । ମୁରୁମ ଢାଳିଲା ପରେ ଠିକ ସେ ଖେଳାଇଲେ ମଧ୍ୟ ନାହିଁ ନା ରାସ୍ତା କୁ ଠିକସେ ରୋଲର ମାଧ୍ୟମରେ ଚାପ ଦେଲେ ନାହି । ଯାହା ଫଳରେ ଏବେ ଗୋରୁ ଗାଈ ଚାଲିବା ବି ଅସମ୍ଭବ ବୋଲି ଅସନ୍ତୋଷ ଗ୍ରାମବାସୀ । ବର୍ଷା ମାସ ଯଦି ଗ୍ରାମ ରେ ଆମ୍ବୁଲାନ୍ସ ଯିବ ନାହିଁ ତ ରୋଗୀଙ୍କୁ ତିନି କିଲୋମିଟର ବୋହିବାକୁ ପଡିବ ଯାହାକୁ ନେଇ ଏବେ ଚିନ୍ତା ରେ ବସିଛନ୍ତି ଗ୍ରାମବାସୀ । କିନ୍ତୁ ଦୁଃଖ ବୁଝିବ କିଏ ତାହା ଅସ୍ପଷ୍ଟ । କଣ ପାଇଁ ନିରୀହ ଆଦିବାସୀ ଙ୍କୁ ସୁବିଧା ଯୋଗାଇବା ନା ରେ ଟଙ୍କା ଆତ୍ମ ସାତ କରାଯାଉଛି । ମନରେଗା ନା ରେ ଯନ୍ତ୍ରୀ ଙ୍କ ସହ ଠିକାଦାର ଲକ୍ଷ ଲକ୍ଷ ଟଙ୍କା ଚଳୁ କୁରୁଥିବା ଦୃଶ୍ୟ ବାରମ୍ବାର ସାମ୍ନା କୁ ଆସିଲେ ମଧ୍ୟ କାହାର ବି ଟିକେ ଖାତିର ନାହିଁ | କୋଷାଗୁମୁଡା ବ୍ଲକ ରେ ଦିନ କୁ ଦିନ ମନରେଗା ନା ରେ ଟଙ୍କା ଆତ୍ମାସାତ ହେଉଛି ତଥାପି ବ୍ଲକ ପ୍ରଶାସନ ର ନିଦ ଭାଙ୍ଗୁ ନାହିଁ | ପୋଖରୀ ଖୋଳା,ରାସ୍ତା ମରାମତି,ଟ୍ରେଞ୍ଚ ନିର୍ମାଣ, ଏଭଳି ଅନେକ କାର୍ଯ୍ୟ ରେ ହରିଲୁଟ ହେଉଛି ଟଙ୍କା । ଠିକାଦାର ହରିଲୁଟ କରି ଦିନ କୁ ଦିନ ପକେଟ ଗରମ କରୁଛନ୍ତି ଅନ୍ୟପଟେ ଗରିବ ନିରୀହ ଆଦିବାସୀଙ୍କ ଅବସ୍ଥା ଯେମିତି କୁ ସେମିତି । କେବେ ହେବ ବିକାଶ ତାହା ଦେଖିବାର ବାକି ରହିଲା ।

ନବରଙ୍ଗପୁର ଜିଲ୍ଲା ରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ଚାରବାହାଲକୁ ବ୍ଲକ୍ ମାନ୍ୟତା ଦାବୀ ଆନ୍ଦୋଳନ ପାଇଁ ସଜବାଜ ହେଲେ ପଞ୍ଚାୟତ ବାସି

masiha

ଅଗ୍ନି ବିପନ୍ନଙ୍କୁ ମିଳୁନି ସରକାରୀ ସହାୟତା 

masiha

କୋକସରା ବ୍ଲକ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନି ମେଳା, ୯୧ ପ୍ରକଳ୍ପ ପ୍ରଦର୍ଶିତ

Sunil Chandra Nayak

Leave a Comment

error: Content is protected !!