ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭିନ୍ନକ୍ଷମ ହୋଇ ମଧ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବୈଷ୍ଣବ ସାହୁ

କାମାକ୍ଷାନଗର -(ମନିସ ) 26/7/23// ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ର ପାଳସାହି ଗ୍ରାମର ମହେନ୍ଦ୍ର ସାହୁ ଙ୍କ ଏକମାତ୍ର ସୁପୁତ୍ର ବୈଷ୍ଣବ ସାହୁ ପିଲାଦିନ ରୁ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି l ସେ ଜଣେ ଭିନ୍ନକ୍ଷମ ହୋଇ ମଧ୍ୟ ନିଜର ପ୍ରଚେଷ୍ଟା ଓ କଠିନ ପରିଶ୍ରମ ଫଳରେ ନିଜେ ସ୍ୱାବଲମ୍ବୀ ହେବା ସହିତ କଠିନ ପରିଶ୍ରମ ବଳରେ ନିଜ ଗୋଡ ରେ ନିଜେ ଛିଡା ହୋଇ ପାରିଛନ୍ତି l ପିଲାଟି ଦିନରୁ ତୁଳସୀ ଦୁଇ ପତ୍ର ରୁ ବସିଲା ଭଳି ସେ ଏପରି କାର୍ଯ୍ୟ କରି ଦେଖାଇ ଥିଲେ ସମଗ୍ର ଅଞ୍ଚଳ କୁ ଚକିତ କରିଦେଇଛି l ତାଙ୍କର ପ୍ରଥମ ଶିକ୍ଷା ଗ୍ରହଣ ପାଳସାହି ଉପ୍ରା ବିଦ୍ୟାଳୟ ରୁ ଆରମ୍ଭ କରିଥିଲେ ଓ ହାଇସ୍କୁଲ ରଘୁନାଥ ଜୀଉ ଲୋଧଣୀ ରେ ଶିକ୍ଷା ଗ୍ରହଣ କରିଥିଲେ ସେହିଦିନ ଠାରୁ ପାଠ ସହିତ ତାଙ୍କ ର ସଂଗ୍ରାମ ଜାରି ରହିଥିଲା l ପାଠ ପଢା ର ଜୀବନ ଯାତ୍ରା ରେ ଯେତେ ବି ଝଡ଼ ଝଞ୍ଜା ଆସିଥିଲା ତାହାକୁ ସେ ଖାତିର ନକରି ଆଗକୁ ଆଗକୁ ମାଡି ଚାଲିଥିଲେ ଓ ଶେଷରେ ଈଶ୍ୱର ଙ୍କ କୃପାରୁ ୨୦୨୧ ମସିହା ରେ ସହକାରୀ ନିର୍ବାହୀ ଯନ୍ତ୍ରୀ ରେଙ୍ଗାଳି ବିଭାଗ ରେ ନିଯୁକ୍ତି ପାଇଥିଲେ l ସେହିଦିନ ଠାରୁ ତାଙ୍କ ଜୀବନ ର ନୁଆଁ ଏକ ଅଧ୍ୟାୟ ସୃଷ୍ଟି ହୋଇଥିଲା l ଅନ୍ୟ ଭିନ୍ନକ୍ଷମ ଭାଇ ଓ ଭଉଣୀ ମାନଙ୍କ ପାଇଁ ସେ ଏକ ଉଦାହରଣ ସାଜିଥିଲେ l ତାଙ୍କର ଏଭଳି କର୍ମ ଓ ନିଷ୍ଠା ପାଇଁ ସମଗ୍ର ଜିଲ୍ଲା ରେ ଓ ବୁଦ୍ଧିଜୀବୀ ମହଲ ରେ ପ୍ରଶଂସା ର ପ୍ରିୟ ପାତ୍ର ହୋଇ ପାରିଛନ୍ତି ଓ ସେ ସମାଜ କୁ ଏକ ବାର୍ତା ଦେଇଛନ୍ତି ଭିନ୍ନକ୍ଷମ ଭାଇ ଭଉଣୀ ମାନଙ୍କୁ ନିଜକୁ କେବେ ଭିନ୍ନକ୍ଷମ ନଭାବି କଠିନ ପରିଶ୍ରମ ଓ ଦୃଢ ମନବଳ ରଖି ଆଗକୁ ଗଲେ ସଫଳତା ର ସ୍ୱାଦ ନିଶ୍ଚିତ ପାଇବ l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଦେବେନ୍ଦ୍ର ନାଥ ନନ୍ଦଙ୍କ ବିୟୋଗରେ ଗୋପବନ୍ଧୁ ପାଠାଗାରରେ ଶୋକ ସଭା

Sunil Chandra Nayak

ସମୂହ ଛୁଟିରେ ପଂଚାୟତ ନିର୍ବାହୀ ଅଧିକାରୀ ଓ ଯୋଗାଣ ସହାୟକ : ଦ୍ୱନ୍ଦ ରେ ହିତାଧିକାରୀ ଉନ୍ନୟନ ,କାର୍ଯ୍ୟ ଠପ 

masiha

ମିଶନ ଶକ୍ତି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!