ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜାତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ତମାଖୁ ମୁକ୍ତ ଅଭିଯାନ

ମୟୂରଭଞ୍ଜ -୨୭/୭ ( ମସିହା) ନିଶା ଗିଳୁଛି ସମାଜକୁ । ଯାହାକୁ ନେଇ ସମସ୍ତେ ଚିନ୍ତିତ ।ନିଶା କବଳରେ ଯୁବଗୋଷ୍ଠୀ ।ନିଶା ମଧ୍ଯରେ ତମାଖୁ ଅନ୍ୟତମ ।ଯାହାକି ୧୫ ରୁ ୯୦ ଲୋକଙ୍କ ମଧ୍ୟରେ ଵ୍ଯବହୃତ ।ତେଣୁ ତମାଖୁ,ନିଶା ସେବନ ଠାରୁ କିଭଳି ସମାଜ ଦୂରେଇ ରହିବା ସେଥିପାଇଁ ପ୍ରଶାସନ ତରଫରୁ ଵ୍ଯାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଆଜି ଗୁରୁବାର ଦିନ ବିଜାତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ବିଜାତଳା ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ବଣକାଟି ଉଚ୍ଚ ବିଦ୍ୟାଳୟ ଠାରେ ଏକ ତମାଖୁ ମୁକ୍ତ ଯୁବ ସଚେତନତା ଏବଂ ତମାଖୁର ପ୍ରତିକାରକ ଗୁଣ ବାବଦରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା | ଏଥିରେ ବିଜାତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ପିଏଚ୍ଆରୱାଇ ଜହରଲାଲ ବେହେରା ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟତ୍ରୀଗଣ ସହଯୋଗ କରିଥିଲେ | ବିଶେଷ କରି ଯୁବାବସ୍ଥାରେ ତମାଖୁ ବ୍ୟବହାରର ଆରମ୍ଭ ମାତ୍ରା ଅତ୍ୟଧିକ ହୋଇଥାଏ | ଏଥିରୁ କିପରି ଛାତ୍ରଛାତ୍ରୀମାନେ ନିବୃତ ରହିବେ | ଏଥିପ୍ରତି ପାଲା ମାଧ୍ୟମରେ ଆଲୋକପାତ ତଥା ପଥପ୍ରଦର୍ଶନ କରିଥିଲେ ଏବଂ ଏହାର ବ୍ୟବହାର ଦ୍ବାରା ଭୟାବହ ଦୂରାରୋଗ୍ୟ କେନସାର (କକ୍ରଟ ),ହୃଦଘାତ,ଶ୍ବାସରୋଗ, ମୋତିଆବିନ୍ଦୁ,ପାକସ୍ଥଳୀରେ ଘାଆ,ଦନ୍ତକ୍ଷୟ,କେଶ ଉପୁଡିବା ଆଦିରୋଗ ହୋଇଥାଏ | ତେଣୁ କରି ଏସବୁ ଠାରୁ ଦୂରରେ ରହି କିପରି ନିଜର ବିଦ୍ୟାଳୟ ତଥା ପରିବାର ଏବଂ ସମାଜକୁ ତମାଖୁମୁକ୍ତ କରିବେ | ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ କୁହାଯାଇଥିଲା | କୋଟପା ଆଇନ ବିଷୟରେ କୁହାଯାଇଥିଲା | ଯେପରି ୧୮ ବର୍ଷ ରୁ କମ୍ ବର୍ଷ ର ଶିଶୁ ଗୁଟକାଯାତ ସାମଗ୍ରୀ କୟବିକ୍ରୟ କରିପାରିବେ ନାହିଁ ଏବଂ ଏହା ଆଇନତଃ ଦଣ୍ଡନୀୟ ଅପରାଧ ଅଟେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଡ଼. ମୌମିତା ଦେବନାଥ ଙ୍କୁ ନ୍ୟାୟ ପ୍ରଦାନ ଦାବି ରେ କେସିଙ୍ଗା ଟେଣ୍ଟ, ଲାଇଟ୍, ଫ୍ଲାୱାର, ଆଣ୍ଡ ଡିଜେ ସଂଘ ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା

masiha

ଶିକ୍ଷକଙ୍କ ଠାରୁ ୯0 ହଜାର ଟଙ୍କା ଲୋଟି ନେଲେ ସାଇବର ଠକ

Sunil Chandra Nayak

ମୂର୍ଚ୍ଛନା ସାହିତ୍ୟ ସଂସଦର ହେମନ୍ତ କବିତା ଆସର

masiha

Leave a Comment

error: Content is protected !!