ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିନାପାଲି ଶିଶୁ ବିଦ୍ଯାମନ୍ଦିରରେ ଜ୍ଞାନବିଜ୍ଞାନ ମେଳା

ନୂଆପଡ଼ା ଜିଲ୍ଲା ସିନାପାଲି ସରସ୍ୱତି ଶିଶୁ ବିଦ୍ଯାମନ୍ଦିର ପରିସରରେ ଶନିବାର ବିଦ୍ଯାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ଯ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ଯା ପୁଷ୍ପାଞ୍ଜଳି ଗୁଆଳ ଉପସ୍ଥିତ ରହି କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ । ସ୍ଥାନୀୟ ପ୍ରଧାନ ଆଚାର୍ଯ୍ଯ ରମେଶ କୁମାର ହଂସ ଜ୍ଞାନବିଜ୍ଞାନ ମେଳାର ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ । ମେଳାର ନିର୍ଣ୍ଣାୟକ ଭାବରେ ବିଜ୍ଞାନ ଶିକ୍ଷକ ମୁକ୍ତେଶ୍ୱର ପ୍ରଧାନ, ଅନିଲ କୁମାର ସା, ଅଜିତ କୁମାର ମେହେର ଓ ଶିକ୍ଷୟିତ୍ରୀ ସସ୍ମିତା ମାଝୀ ଯୋଗଦେଇ ଥିଲେ । ଏହି ଅବସରରେ ପରିଚାଳନା ସମିତିର ସଂପାଦକ ବାମଦେବ ଦାଶ ଶିଶୁ ଭାଇଭଉଣୀଙ୍କୁ ମାର୍ଗଦର୍ଶନ ଦେଇଥିଲେ । ଆଚାର୍ଯ୍ଯ ବିଷ୍ଣୂଶରଣ ହୋତା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସହପ୍ରଧାନ ଆଚାର୍ଯ୍ଯ ସ୍ୱପ୍ନ କୁମାର କାଣ୍ତ ସଭା ପରିଚାଳନା କରିଥିଲେ । ବିଜ୍ଞାନ ଶିକ୍ଷକ ଦେବାଶିଷ ନାଏକ, ହୃଦାନନ୍ଦ ମେହେର ଓ ସୁରେଶ ଚଂଦ୍ର ନାଏକଙ୍କ ତତ୍ୱାବଧାନରେ ୧୫୦ରୁ ଅଧିକ ପ୍ରକଳ୍ପ ମେଳାରେ ସ୍ଥାନ ପାଇଥିଲା । ଏଥିସହ ବିଜ୍ଞାନ ପ୍ରଶ୍ନମଂଚ ଓ ପତ୍ରବାଚନ, ଗଣିତ ପ୍ରକଳ୍ପ, ଗଣିତ ପ୍ରୟୋଗ, ଗଣିତ ପ୍ରଶ୍ନମଂଚ ଓ ପତ୍ରବାଚନ, ସଂସ୍କୃତି ଜ୍ଞାନ ପ୍ରଶ୍ନମଂଚ ଓ ପତ୍ରବାଚନ, ଗଳ୍ପକଥନ, ମୂଣୟ କଳା ଆଦି ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏ ଅବସରରେ ବିଦ୍ଯାଳୟ ପରିସରରେ ବିଭିନ୍ନ ଚାରା ରୋପଣ କରାଯାଇଥିଲା । କାର୍ଯ୍ଯକ୍ରମର ସଫଳତାରେ ବିଦ୍ଯାଳୟର ସମସ୍ତ ଆଚାର୍ଯ୍ଯ ଆଚାର୍ଯ୍ଯା ଓ ସେବକ ସେବିକା ସହଯୋଗ କରିଥିବା ବେଳେ ଶେଷରେ ପଂଚାନନ ନାଏକ ଧନ୍ଯବାଦ ଦେଇଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କେନାଲ ପାଣି ଦାବୀରେ ଚାଷୀମାନଙ୍କ ଆନ୍ଦୋଳନ

masiha

ଭିନ୍ନକ୍ଷମଙ୍କୁ ସଶକ୍ତ କରିବାରେ ସହାୟକ ହେଉଛି ‘ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ’

masiha

ରାଜ୍ୟ ସରକାରଙ୍କ ଭୂସଂସ୍କାର ନୀତିର ପରିବର୍ତ୍ତନ କୁ ଓଡିଶା ରାଜସ୍ଵ ଅମଲା ସଂଘର ସ୍ଵାଗତ 

Sunil Chandra Nayak

Leave a Comment

error: Content is protected !!