ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳା ବ୍ୟାଚ ପିନ୍ଧି ଆନ୍ଦୋଳନରେ ପିଇଓ ସଙ୍ଘ

ତେନ୍ତୁଳିଖୁଣ୍ଟି -୦୯/୦୮/୨୩ // ଗ୍ରାମ ପଞ୍ଚାୟତ ର ସମସ୍ତ ଦାୟିତ୍ୱ ମୁଣ୍ଡଉଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ଦାବୀ କୁ ରାଜ୍ୟ ସରକାର ଗୁରୁତ୍ୱ ସହ ଚିନ୍ତା କରୁନଥିବାରୁ ପଂଚାୟତ ନିର୍ବାହୀ ଅଧିକାରୀ ମାନେ କଳା ବ୍ୟାଚ ପିନ୍ଧି ଆନ୍ଦୋଳନ କୁ ଓହ୍ଲାଇଛନ୍ତି। ତେନ୍ତୁଳିଖୁଣ୍ଟି ବ୍ଲକ ରେ ପନ୍ଦର ଟି ପଂଚାୟତ ଥିବା ବେଳେ ଛ ଜଣ ପି ଇ ଓ ଅଛନ୍ତି । ଦାୟିତ୍ୱ ଅଧିକ କିନ୍ତୁ ସେମାନଙ୍କୁ ଅଣଦେଖା ର ପ୍ରତିବାଦ ରେ 17 ତାରିଖ ପର୍ଯ୍ୟନ୍ତ କଳା ବ୍ୟାଚ ବ ପିନ୍ଧି ଆନ୍ଦୋଳନ ରେ ରହିବେ ବୋଲି କହିଛନ୍ତି ସଙ୍ଘ ସମ୍ପାଦକ ପ୍ରତାପ ରୁଦ୍ର ଷଡ଼ଙ୍ଗୀ। ଦରମା ଲେବେଲ 5 ରୁ ଲେବେଲ 9 କୁ ନେବା, ଦଶ ବର୍ଷ କାର୍ଯ୍ୟ କରିବା ପରେ ପଦୋନ୍ନତି , ଅଵସର ପରେ ପେନସନ ସୁବିଧା ଦାବିରେ ରାଜ୍ୟ ସଙ୍ଘ ଆନ୍ଦୋଳନ କୁ ଓହ୍ଲାଇଛି। ଯଦି ଅଣଶୁଣା କରାଯାଏ 18 ତାରିଖରୁ କାର୍ଯ୍ୟବନ୍ଦଆନ୍ଦୋଳନ କରିବେ ବୋଲି କହିଛନ୍ତି। ତେନ୍ତୁଳିଖୁଣ୍ଟି ବ୍ଲକ ର ପ୍ରତାପ ରୁଦ୍ର ଷଡ଼ଙ୍ଗୀ ,ଏ ପି ଚେଟି ,ଚୈତନ୍ୟ ନାୟକ ,ଅମିତ ଭୂଷଣ ,ପୂର୍ଣଚନ୍ଦ୍ର ସାହୁ ପ୍ରମୁଖ ଆନ୍ଦୋଳନ ରେ ସାମିଲ ଅଛନ୍ତି।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ବିଭିର୍ନ୍ନ ସମସ୍ୟା ନେଇ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ସହିତ ଆଲୋଚନା 

masiha

ସରକାର ପ୍ରତିଶ୍ରୁତି ପାଣିରେ ଗାର ! ରାଇରଙ୍ଗପୁର ରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ରାଜସ୍ଵ ଅମଲା ସଂଘର ୧୦ ଦଫା ଦାବି ନେଇ ସମୂହ ଛୁଟି; ରାଇରଙ୍ଗପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Sunil Chandra Nayak

ରାଜନଗର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜିଲ୍ଲାସ୍ତରୀୟ ବିଶ୍ବ ଉଚ୍ଚ ରକ୍ତଚାପ ଦିବସ ପାଳନ

masiha

Leave a Comment

error: Content is protected !!