ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳା ବ୍ୟାଚ ପିନ୍ଧି ଆନ୍ଦୋଳନରେ ପିଇଓ ସଙ୍ଘ

ତେନ୍ତୁଳିଖୁଣ୍ଟି -୦୯/୦୮/୨୩ // ଗ୍ରାମ ପଞ୍ଚାୟତ ର ସମସ୍ତ ଦାୟିତ୍ୱ ମୁଣ୍ଡଉଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ଦାବୀ କୁ ରାଜ୍ୟ ସରକାର ଗୁରୁତ୍ୱ ସହ ଚିନ୍ତା କରୁନଥିବାରୁ ପଂଚାୟତ ନିର୍ବାହୀ ଅଧିକାରୀ ମାନେ କଳା ବ୍ୟାଚ ପିନ୍ଧି ଆନ୍ଦୋଳନ କୁ ଓହ୍ଲାଇଛନ୍ତି। ତେନ୍ତୁଳିଖୁଣ୍ଟି ବ୍ଲକ ରେ ପନ୍ଦର ଟି ପଂଚାୟତ ଥିବା ବେଳେ ଛ ଜଣ ପି ଇ ଓ ଅଛନ୍ତି । ଦାୟିତ୍ୱ ଅଧିକ କିନ୍ତୁ ସେମାନଙ୍କୁ ଅଣଦେଖା ର ପ୍ରତିବାଦ ରେ 17 ତାରିଖ ପର୍ଯ୍ୟନ୍ତ କଳା ବ୍ୟାଚ ବ ପିନ୍ଧି ଆନ୍ଦୋଳନ ରେ ରହିବେ ବୋଲି କହିଛନ୍ତି ସଙ୍ଘ ସମ୍ପାଦକ ପ୍ରତାପ ରୁଦ୍ର ଷଡ଼ଙ୍ଗୀ। ଦରମା ଲେବେଲ 5 ରୁ ଲେବେଲ 9 କୁ ନେବା, ଦଶ ବର୍ଷ କାର୍ଯ୍ୟ କରିବା ପରେ ପଦୋନ୍ନତି , ଅଵସର ପରେ ପେନସନ ସୁବିଧା ଦାବିରେ ରାଜ୍ୟ ସଙ୍ଘ ଆନ୍ଦୋଳନ କୁ ଓହ୍ଲାଇଛି। ଯଦି ଅଣଶୁଣା କରାଯାଏ 18 ତାରିଖରୁ କାର୍ଯ୍ୟବନ୍ଦଆନ୍ଦୋଳନ କରିବେ ବୋଲି କହିଛନ୍ତି। ତେନ୍ତୁଳିଖୁଣ୍ଟି ବ୍ଲକ ର ପ୍ରତାପ ରୁଦ୍ର ଷଡ଼ଙ୍ଗୀ ,ଏ ପି ଚେଟି ,ଚୈତନ୍ୟ ନାୟକ ,ଅମିତ ଭୂଷଣ ,ପୂର୍ଣଚନ୍ଦ୍ର ସାହୁ ପ୍ରମୁଖ ଆନ୍ଦୋଳନ ରେ ସାମିଲ ଅଛନ୍ତି।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ଆସନ୍ତା ୮ ତାରିଖ ରୁ କିନ୍ନର ସଂଘ ର ବହୁଚରା ମାତା ଙ୍କ ଷୋହଳ ପୂଜା

masiha

ବେଦବ୍ୟାସ ପୀଠ ବିକାଶ ମଞ୍ଚ ଓ ରିଟାୟାଡ ଏମ୍ଲୋଇଜ୍ ଆସୋସିଏସନ ର ମିଳିତ ଆନୁକୂଲ୍ୟରେ’ ଶ୍ରୀମଦ୍ ଭାଗବତ: ଭକ୍ତି ଲୀଳାମୃତ ‘ ଶୀର୍ଷକ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

ଅବ୍ୟବସ୍ଥାରେ ଘେରରେ ବେଲଗୁଣ୍ଠା ଏନଏସିର ସୌନ୍ଦର୍ଯ୍ୟ କରଣ 

Sunil Chandra Nayak

Leave a Comment

error: Content is protected !!