ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରାହ୍ମଣ ସମାଜ ପକ୍ଷରୁ ସାମୂହିକ ରକ୍ଷା ବନ୍ଧନ ନିମନ୍ତେ ପ୍ରସ୍ତୁତି ବୈଠକ

ଭବାନୀପାଟଣା,୧୦/୮: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅଗଷ୍ଟ ୩୦ ତାରିଖ ଅପରାହ୍ନ ୪ ଟାରେ ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ଭବାନୀପାଟଣା ସ୍ଥିତ କ୍ରିୟା ଯୋଗ ଆଶ୍ରମରେ ସାମୂହିକ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ କଳାହାଣ୍ଡି ଲେଖକ କଳା ପରିଷଦ ସମ୍ମିଳନୀ କକ୍ଷରେ ଅୟୋଜିତ ପ୍ରସ୍ତୁତି ବୈଠକରେ ସମାଜ ପକ୍ଷରୁ ସ୍ଥିର କରାଯାଇଛି। ବ୍ରାହ୍ମଣ ସମାଜ କଳାହାଣ୍ଡି ର ଜିଲ୍ଲା ସଭାପତି ଜଗନ୍ନାଥ ମୁଣ୍ଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଉପସଭାପତି ଗଜେନ୍ଦ୍ର ପ୍ରସାଦ ପାଢ଼ୀ, ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର, ସଂଗଠନ ସମ୍ପାଦକ ଭବେନ୍ଦ୍ର ପଣ୍ଡା, ପ୍ରଜ୍ଞା ବହିନୀ ଜିଲ୍ଲା ସଂଯୋଜିକା ସ୍ନେହଲତା ଷଡ଼ଙ୍ଗୀ, ସମ୍ପାଦକ ଉମେଶ ପଣ୍ଡା, ନଗର ସଭାପତି ସୁରେନ୍ଦ୍ର ନେଗୀ, ନଗର ସମ୍ପାଦକ ଶେଷଦେଵ ମିଶ୍ର ସମେତ ପ୍ରଜ୍ଞା ବାହିନୀର ସଦସ୍ୟା ଓ ବ୍ରାହ୍ମଣ ସମାଜର ସଦସ୍ୟ ମାନେ ଯୋଗଦେଇ ଥିଲେ। ୩୦ ତାରିଖ ଅପରାହ୍ନ ୪ଟା ରେ ଭଗବାନ ପର୍ଶୁରାମଙ୍କ ପୂଜାର୍ଚ୍ଚନା ଓ ପ୍ରଜ୍ଞା ବାହିନୀର ଭଉଣୀ ମାନେ ସମସ୍ତଙ୍କୁ ରାକ୍ଷୀ ବାନ୍ଧିବା ପରେ ମହିଳା ମାନଙ୍କ ମଧ୍ୟରେ ଶଙ୍ଖ ଫୁଙ୍କା ଓ ଗୀତା ଆବୃତି ପ୍ରତିଯୋଗିତା ଅୟୋଜିତ ହେବ। ସନ୍ଧ୍ୟା ୬ଟା ରେ ସାଧାରଣ ସଭା, ରାକ୍ଷୀ ଉପରେ ନାରୀ କବି ମାନଙ୍କ ଦ୍ୱାରା କବିତା ପାଠୋତ୍ସଵ ଓ ପୁରସ୍କାର ବିତରଣ କରାଯିବ ବୋଲି ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର ପ୍ରକାଶ କରିଛନ୍ତି।

ସତ୍ୟ ନାରାୟଣ ମହାପାତ୍ର ଙ୍କ ରିପୋର୍ଟ୍ 

Related posts

ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟର ପରିଚାଳନା ଭାର କାହାର ? ପ୍ରକଳ୍ପ ନା ବିଦ୍ୟାଳୟ ଗଣ ଶିକ୍ଷା ବିଭାଗ ଖାଲିଥିବା ଟି ଜି ଟି ଶିକ୍ଷକ ପି ଇଟି ଶିକ୍ଷକ କ୍ଲାସିକାଲ ଶିକ୍ଷକ ନିଯୁକ୍ତି ଦେବ କିଏ ? 

ଧର୍ମଗଡ ଜଗନ୍ନାଥ ସେବା ସମିତି ପକ୍ଷରୁ ଧର୍ମଗଡ ସ୍ୱଧାର ଗୃହ ଠାରେ କମ୍ବଳ ବଣ୍ଟନ

masiha

ଵାମନଘାଟୀ ଓ ପାନ୍ଚପିଢ ଉପଖଣ୍ଡ କୁ ନେଇ ସ୍ବତନ୍ତ୍ର ଜିଲ୍ଲା ଗଠନ ଦାବି ୯ ଦିନ ପହଞ୍ଚିଲା ; ସଂଗ୍ରାମୀ ଯାଠା ଦଳ କଟକରେ ପହଞ୍ଚିଲେ ;କଟକରେ ଭବ୍ୟ ସମ୍ବର୍ଦ୍ଧନା

Leave a Comment

error: Content is protected !!