ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହା ସମାରୋହରେ ପାଳିତ ହେଲା ବିଶ୍ବ ଆଦିବାସୀ ଦିବସ

ମୟୂରଭଞ୍ଜ:- ୧୦/୦୮/୨୦୨୩; ( ମସିହା) ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଯଶିପୁର ଗ୍ରାମପଞ୍ଚାୟତ କୁଦରସାହି ଖେଳ ପଡିଆ ପରିସରରେ ବିଶ୍ବ ଆଦିବାସୀ ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି।

      ଆଦିମ ଯୁମିଦ ସେବା ମାଡଓ୍ବା’ କୁଦର ସାହି, ପାଳସା ପିଳ୍ ମାଝୀ ପାରଗାନା ମାହାଲ, ପେସା ଗ୍ରାମସଭା କୋଅର୍ଡିନେସନ କୋମିଟୀ ବହଳଦା ବ୍ଲକ, ବାବାତିଲକା ଲାଇବ୍ରେରୀ’ ପାଟ୍ରାମହୁଲପାଣି ଏବଂ ଗୁରୁ ଗୋମକେ ମେମୋରିଆଲ ଟ୍ରଷ୍ଟ’ ରାଇରଙ୍ଗପୁର ର ମିଳିତ ସଂଯୋଜନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଲକ୍ଷ୍ମଣ ହେମ୍ବ୍ରମ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଭାବେ ବାବା ତିଲକା ଲାଇବ୍ରେରୀ ସଭାପତି ରାମଚନ୍ଦ୍ର ହେମ୍ବ୍ରମ ଯୋଗ ଦେଇଥିଲେ। ସମ୍ମାନୀୟ ଅତିଥୀ ଭାବେ ବାବା ତିଲକା ପାଠାଗାର ପ୍ରତିଷ୍ଠାତା ରାମଦାସ ମୁର୍ମୁ, ମାନବଧିକାର କର୍ମୀ ପିତାମ୍ବର ମୁର୍ମୁ, ପାଳସା ପିଳ୍ ପାରଗାନା ଭାଗୀରଥି ହାଁସଦା, କାହ୍ନୁ ଚରଣ ସୋରେନ୍, ପେସା ଗ୍ରାମସଭା ବହଳଦା ବ୍ଲକ ସଂଯୋଜକ ବସନ୍ତ ସାଣ୍ଡିଲ ଏବଂ ପୂର୍ବତନ ସରପଞ୍ଚ ଦେଓଲା ସୋରେନ୍ ପ୍ରମୁଖ ଯୋଗ ଦେଇଥିଲେ। ମଞ୍ଚାସିନ ଅତିଥୀମାନେ ବିଶ୍ବ ଆଦିବାସୀ ଦିବସ ପାଳନ କରାଯିବାର ଉଦ୍ଧେଶ୍ୟ ବିଷୟରେ ଜଣାଇବା ସହ ମଣିପୁର ହିଂସା ତଥା ଭାରତବର୍ଷରେ ଆଦିବାସୀ’ଙ୍କ ଉପରେ ହେଉଥିବା ଅନ୍ୟାୟ, ଅତ୍ୟାଚାର ଏବଂ ଏସବୁ ପ୍ରତି ସରକାରଙ୍କ ନାକାରାତ୍ମକ ଆଭିମୁଖ୍ୟ ବିଷୟରେ କହିବା ସହ ଆଦିବାସୀ ସମାଜ କୁ ସଂଗଠିତ ହୋଇ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ତଥା ସାମ୍ବିଧାନିକ ଅଧିକାର ରକ୍ଷା ପାଇଁ ସ୍ବର ଉତ୍ତୋଳନ କରିବାକୁ ଆହ୍ବାନ ଦେଇଥିଲେ। ପରିବେଶ ବିଦ୍ ରାଜମାଲ ମାର୍ଣ୍ଡି’ଙ୍କ ସଭାପତିତ୍ବରେ ମଞ୍ଚ ପରିଚାଳନା ହୋଇଥିଲା। ଆଖପାଖ ଗ୍ରାମର ମାଝୀ ବାବା, ନାଏକ ବାବା’ଙ୍କ ସହିତ ବହୁ ସଂଖ୍ୟାରେ ଆଦିବାସୀ ପୁରୁଷ ଓ ମହିଳା ପାରମ୍ପାରିକ ପରିଧାନରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆଦିମ ଯୁମିଦ୍ ସେଓ୍ବା ମାଡଓ୍ବା କୁଦରସାହି ସଂଗଠନ ସଦସ୍ୟ’ଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା। ସଭା ଶେଷରେ ପାରମ୍ପାରିକ ବେଶ ଭୁଷାରେ ପହଞ୍ଚିଥିବା ଆଦିବାସୀ ମହିଳା ମାନେ ପାରମ୍ପାରିକ ବାଦ୍ୟରେ ନୃତ୍ୟ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଅଜଣା ବୃଦ୍ଧାଙ୍କୁ ସହାୟତାର ହାତ ବଢାଇଲେ ୪ ଯୁବ ସମାଜସେବୀ 

masiha

ଘର ଭାଙ୍ଗି ଚାଉଳ ଖାଇଲା ହାତୀ

Sunil Chandra Nayak

ଆରଣ୍ୟକ ବାରିକ ସଂଘ ତରଫରୁ ବିଧାୟିକା ମନୋରମା ମହାନ୍ତି ଙ୍କୁ ସମ୍ବର୍ଦ୍ଧନା 

masiha

Leave a Comment

error: Content is protected !!