ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କର୍ମାଠଗ୍ରାମର ଟ୍ରାନ୍ସଫରମରେ ବାଡ଼ ନ ଥିବାରୁ ଓ ଲାଇନ ସର୍ଟ ଥିବାରୁ ନିରୀହ ଗାଈର ମୃତ୍ୟୁ

ଗୋଲାମୁଣ୍ଡା /10/8/ନିର୍ଭୟ /ନିରପେକ୍ଷ / କର୍ମାଠ ଗ୍ରାମରେ ଏକ ଅଭାବନୀୟ ଦୁର୍ଘଟଣା ଦେଖିବାକୁ ମିଳିଛି,ପ୍ରତେକ୍ଷ ସୂଚନାରୁ ଏହି ଯେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତରଗତ ରେଙ୍ଗସାପାଲି ପଂଚାୟତ ଅଧୀନରେ ଥିବା କର୍ମାଟ ଗ୍ରାମର ସୁଧୀର ବିଶ୍ୱାଳଙ୍କ ଗାଈ ଘାସ ଖାଇ ଆସୁ ଥିବା ବେଳେ ଟ୍ରାନ୍ସଫରମରରେ ଲାଇନ ସର୍ଟ ଥିବାରୁ ନିରୀହ ଗାଈର ଦେହରେ ସର୍ଟ ଲାଇନ ଲାଗିବାରୁ ଗାଈ ମୃତ୍ୟୁ ବରଣ ହୋଇଛି। ଟ୍ରାନ୍ସଫରମର ରେ ବାଡ଼ ନ ଥିବାରୁ ଓ ଲାଇନ ସର୍ଟ ଥିବାରୁ ଗାଈ ମୃତ୍ୟୁ ହୋଇଛି ବୋଲି ସ୍ଥାନୀୟ ଲୋକେ ନୁର୍ପ ରାଜ ବୁଦ୍ଧିଆଁ, ଭୁବନେଶ୍ୱର ବିଶ୍ୱାଳ ଗଣମାଧ୍ୟମ ନିକଟରେ  ପ୍ରକାଶ କରିଛନ୍ତି ଯେ ବିଦୂତ ବିଭାଗୀୟ ଜେଇ, ଏସଡ଼ିଓ ଙ୍କ ଅବହେଳା ଯୋଗୁଁ ଏକ ନିରୀହ ଗାଈର ମୃତ୍ୟୁ ବରଣ ହୋଇଛି,। ଫୋନ ମାଧ୍ୟମରେ ବିଦ୍ୟୁତ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କେବଳ ହେଲଫର ସୁନୀଲ ଗଡା଼ତୀୟା ଓ ପ୍ରବୀଣ କୁମାର ବେହେରା ଙ୍କୁ ପଠାଇ ଥିଲେ,। ଫୋନଯୋଗେ ପ୍ରାଣୀ ବିଭାଗୀୟଙ୍କୁ ମଧ୍ୟ ଜଣାଇ ଥିବାରୁ ଗୋ ମିତ୍ର ଆସିଥିଲେ,,, ଏହି ସମ୍ପର୍କରେ ପ୍ରାଣୀ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ତାଙ୍କର ଜଣେ ଏଲ, ଆଇ ପଠାଉଛି ଆସନ୍ତା କାଲି ଗୁରୁବାର ଦିନ ପରୀକ୍ଷା ନିରୀକ୍ଷକ କରାଯିବ ଓ ପଦକ୍ଷେପ ନିଆ ଯିବ ବୋଲି ପ୍ରାଣୀ ବିଭାଗୀୟ ଅଧିକାରୀ ଗୋଲାମୁଣ୍ଡା ଫୋନରେ ପ୍ରତିଶୃତି ଦେଇ ଥିବା ବେଲେ ଗାଈ ମାଲିକ ଓ ଗ୍ରାମର ଅଧିକାଂଶ ଲୋକେ ଟ୍ରାନ୍ସଫରମରେ ବାଡ଼ ଦେବା ସହିତ ଗାଈର ମୂଲ୍ୟ 50ହଜାର ଟଙ୍କା କ୍ଷତି ପୂରଣ ଦିଆ ଯାଉ ବୋଲି ଦାବୀ କରିଛନ୍ତି।

ଗୋଲାମୁଣ୍ଡା ରୁ ରାମକୁମାର ସେନାପତି, ପ୍ରଗତିଶୀଳ ମସିହା

Related posts

ମହାରାଜା ପ୍ରତାପ କେଶରୀ ଦେଓ ସ୍ମାରକୀ ବକ୍ତୃତା          ‘ଦି ଏପ୍ଳିକେଶନ ଅଫ୍ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ଇନ ଡେ ଟୁ ଡେ ଲାଇଫ୍’

Sunil Chandra Nayak

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ସଭା‌ 

masiha

ବନ୍ଧୁଗାଁ ଥାନା ଦ୍ୱାରା ଚଳାଚଳ କରୁଥିବା ଯାନବାହାନ ଯାଞ୍ଚ ନଅ ହଜାର ଆଦାୟ

Sunil Chandra Nayak

Leave a Comment

error: Content is protected !!