ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ୟସ୍ତରୀୟ କବି ଲେଖକ କଳାକାର ସମାବେଶ ଆୟୋଜିତ

ରାଉରକେଲା/ ରାଜ୍ୟର ଅଗ୍ରଣୀ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ” ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ, କଟକ”, ଅଗ୍ନିସ୍ଫୁଲିଙ୍ଗ, ରାଉରକେଲା ଏବଂ ଓଡିଶା ପୂଜ୍ୟପୂଜା ପରିଷଦ, ଭୂବନ ଆନୁକୂଲ୍ୟରେ ଦିବସବ୍ୟାପୀ ରାଜ୍ୟସ୍ତରୀୟ କବି, ଲେଖକ, କଳାକାର ସମାରୋହ, କବିତା ପାଠୋତ୍ସବ, ପୁସ୍ତକ ଉନ୍ମୋଚନ, ସାଧାରଣ ସଭା ଓ ସାରସ୍ବତ ସମ୍ବର୍ଦ୍ଧିନା ମହୋତ୍ସବ ୨୦୨୨ ବାଣୀପୀଠ କଟକସ୍ଥ କର୍ମବୀର ଗୌରୀଶଙ୍କର ଟାଉନ୍ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବଭାରତୀୟ ସ୍ତରର କବି, ଲେଖକ, କଳାକାର ଯୋଗ ଦେଇଥିଲେ । ନୀଳଗିରି ର ମହାରାଜ ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ, ମହାରାଣୀ ମନୋଜାମଞ୍ଜରୀ ଦେବୀ,ଡଃ ପ୍ରସନ୍ନ ପାଟ୍ଟଶାଣୀ, ଡଃ ହୁସେନ ରବି ଗାନ୍ଧୀ ,ପ୍ରଫେସର ମନୋରଞ୍ଜନ ଦାସ, ଅଧ୍ୟକ୍ଷ ପରୀକ୍ଷିତ ସାହୁ,ଡଃ ନୃସିଂହାନନ୍ଦ ମହାପାତ୍ର, ଡଃ ସଂଗ୍ରାମ କେଶରୀ ସାମନ୍ତରାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଏହି ଉତ୍ସବରେ ଭାରତର ସର୍ବବୃହତମ ସାରସ୍ବତ ସଂକଳନ ” ମନସ୍ବିନୀ” ଲୋକାର୍ପିତ ହେବା ସହ ଅନ୍ୟାନ୍ୟଲେଖକଙ୍କ ପୁସ୍ତକ ଉନ୍ମୋଚନ କରାଯାଇଥିଲା । ଏହି ଅବସରରେ ପ୍ରବନ୍ଧରେ ଡଃ ପ୍ରଶାନ୍ତ କୁମାର ମହାରଣା, କବିତାରେ ସୁଶାନ୍ତ ନାୟକ, ଗଳ୍ପରେ ଡଃ କଳ୍ପନା ମହାନ୍ତି, ଉପନ୍ୟାସରେ ଜୟନ୍ତୀ ଜେନା, ନାଟକରେ ଡା କୃପାସିନ୍ଧୁ ନାୟକ, ଅନୁବାଦରେ ନିରଞ୍ଜନ ଜେନା, ଶିଶୁ ସାହିତ୍ୟରେ ନବ କିଶୋର ବେହେରା, ସ୍ତମ୍ଭକାର ଭାବରେ ଡଃ ନରେନ୍ଦ୍ର ସେଠୀ ଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବା ସହିତ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ପ୍ରମାଣିତ କରିଥିବା ସର୍ବଶ୍ରୀ କୁଞ୍ଜବିହାରୀ ରାଉତଙ୍କୁ ପ୍ରଜ୍ଞାରଶ୍ମୀ ସମ୍ମାନ , ଆର୍ତ୍ତତ୍ରାଣ ବାବୁ,ହରିଶ୍ଚନ୍ଦ୍ର ବେହେରା, ଗୋପୀନାଥ ପଟ୍ଟନାୟକଙ୍କୁ ପ୍ରଜ୍ଞାବାରିଧି ସମ୍ମାନ, , ଡଃ ରବିନାରାୟଣ ପଣ୍ଡା, ଝସକେତନ ଗୁରୁ, କବିତା ଓ ଗଳ୍ପ ପାଇଁ ରଶ୍ମି ସାହୁ, ଅଶୋକ କୁମାର ପଟ୍ଟନାୟକ, କନକଲତା ମିଶ୍ର, ସ୍ମିତା ମିଶ୍ର, ପ୍ରତାପ କୁମାର ପଣ୍ଡା, ହୃଷିକେଶ ପଣ୍ଡା ଙ୍କ ସମେତ ୩୦ ଟି ଜିଲ୍ଲାରୁ କବି କବୟିତ୍ରୀ, ଗୁରୁ, ଛାତ୍ରଛାତ୍ରୀ, ନୃତ୍ୟଶିଳ୍ପୀ ,ଶିକ୍ଷାବିତ୍, ସମାଜସେବୀ, କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପଣ୍ଡିତ ପ୍ରମୋଦ କୁମାର ମିଶ୍ରଙ୍କ ସଭାପତିତ୍ବ ଓ ମନସ୍ବିନୀ ତଥା କାର୍ଯ୍ୟକ୍ରମର ମୁଖ୍ୟ ଗିରିଜା ଶଙ୍କର ଶ୍ରୀଚନ୍ଦନ ମହାପାତ୍ର ଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅତିଥିମାନେ କହିଥିଲେ ଯେ କବିତା ହେଉଛି ମନର ସ୍ବତଃପ୍ରକାଶ। କବି ହେଉଛନ୍ତି ଦ୍ବିତୀୟ ବ୍ରହ୍ମା। ସେହିପରି ସାହିତ୍ୟର ପ୍ରବାହମାନ ଧାରା ଯୋଗୁଁ ଆଜି ଭାଷା ସାହିତ୍ୟ ରୁଦ୍ଦିମନ୍ତ ହୋଇପାରିଛି। ସାହିତ୍ୟିକ ମାନେ ସମାଜକୁ ଦିଗ୍‌ଦର୍ଶନ ଥାଇପାରନ୍ତି। ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୨୦୦ଜଣ କବି କବିତା ପାଠ କରିଥିବା ବେଳେ କବିତା ଗୁଡିକୁ ସଂଯୋଜନା କରିଥିଲେ ନବକିଶୋର ବେହେରା,ସୁଶାନ୍ତ କୁମାର ନାୟକ, ଚାରୁଲତା ଭୁୟାଁ ଓ ସୁକାନ୍ତୀ ସାହୁ। ଶେଷରେ ଶ୍ରୀଚନ୍ଦନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

କେବୁଲ ତାର ଚୋରୀ ଅଭିଯୋଗ ରେ ୩ ଜଣ କୁ କୋର୍ଟ ଚାଲାଣ

Sunil Chandra Nayak

ସାପ କାମୁଡାରେ ମହିଳା ମୃତ୍ୟୁ

Sunil Chandra Nayak

ସାଂସଦ ସପ୍ତଗିରି ଉଲ୍ଲକା ଙ୍କ କଂଗ୍ରେସ ପାଇଁ ପ୍ରଚାର ଜୋର୍ ସୋର୍

Sunil Chandra Nayak

Leave a Comment

error: Content is protected !!