ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୋଲ ବମ କାଉଡ଼ିଆ ସେବା ଶିବିର ଶୁଭ ଉଦଘାଟନ

ନୂଆପଡା ,୨୦.୦୮.(ସୁଜିତ କୁମାର ପ୍ରଧାନ)ନୂଆପଡା ଜ଼ୀଲ୍ଲା ମାରବାଡି ଯୁବାମଞ୍ଚ ଖଡ଼ିଆଳ ଶାଖା ପକ୍ଷରୁ ବୋଡେ଼ନ ବ୍ଲକ ବୁଢ଼ାପଡ଼ା ଠାରେ ବୋଲବମ କାଉଡ଼ିଆ ଶ୍ରଦ୍ଧାଳୁ ଙ୍କ ପାଇଁ ସେବା ଶିବିର ଶୁଭ ଉଦଘାଟିତ ହୋଇଯାଇଅଛି । ବୋଲବମ କାଉଡ଼ିଆ ସେବା ଶିବିରର ଉଦଘାଟନୀ ଉତ୍ସବରେ ମାରବାଡି ଯୁବାମଞ୍ଚ ଖଡ଼ିଆଳ ଶାଖା ସଭାପତି ହିତେଶ କୁମାର ଅଗ୍ରୱାଲ ଅଧ୍ୟକ୍ଷତା କରିଥିବା ବେଳେ,ସମ୍ପାଦକ ବିକାଶ କୁମାର ଅଗ୍ରୱାଲ ସହଯୋଗ କରିଛନ୍ତି । ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥିଭାବରେ ନୂଆପଡା ଜ଼ୀଲ୍ଲା ଆଦର୍ଶ ସାମ୍ବାଦିକ ସଂଘ ସଭାପତି ସାମ୍ବାଦିକ ମୋତିଲାଲ ବାଗ ଯୋଗଦେଇଥିବା ବେଳେ,ସମ୍ମାନୀତ ଅତିଥିଭାବରେ ସାମ୍ବାଦିକ ବିମଲ ସିଂ ଦଳପତି,ସାମ୍ବାଦିକ ସୁଶାନ୍ତ କୁମାର ପାଣିଗ୍ରାହୀ,ସାମ୍ବାଦିକ ଜିତେନ୍ଦ୍ର ପୋଢ଼ ସମ୍ମାନିତ ଅତିଥି ଭାବରେ ଯଥାକ୍ରମେ ଯୋଗଦେଇ ନାଲିଫିଟା କାଟି ଶିବିର କୁ ଶୁଭ ଉଦଘାଟନ କରିଛନ୍ତି । ଆଜକୁ ଦୀର୍ଘ ୨୦ ବର୍ଷ ହେବ ମାରବାଡି ଯୁବାମଞ୍ଚ ଖଡ଼ିଆଳ ଶାଖା ପକ୍ଷରୁ ନିରନ୍ତର ଭାବରେ ବୋଲବମ କାଉଡ଼ିଆ ଶ୍ରଦ୍ଧାଳୁ ଙ୍କ ପାଇଁ ସେବା ଶିବିର ଆୟୋଜନ କରିଆସୁଛନ୍ତି । ପ୍ରାଚୀନ ପୁରାତନ ଐତିହାସିକ ପାତାଳ ଗଙ୍ଗା ଠାରୁ ଜଳ ଉଠାଇ କାଉଡ଼ିଆ ଶ୍ରଦ୍ଧାଳୁ ମାନେ ଭାୟା ବୋଡେ଼ନ ବୁଢ଼ାପଡ଼ା ରାସ୍ତାଦେଇ ବିଭିନ୍ନ ଅଞ୍ଚଳର ମହାଦେବ ମନ୍ଦିରକୁ ଯାଇଥାନ୍ତି । ଖାଲି ପାଦରେ ବୋଲବମ କାଉଡ଼ିଆ କାନ୍ଦ ରେ ଜଳ ଭାର ଧରି ବହୁ କଷ୍ଟରେ ଆସିଥାନ୍ତି । ସେହି କାଉଡ଼ିଆ ଶ୍ରଦ୍ଧାଳୁ ମାନଙ୍କୁ ବୁଢ଼ାପଡ଼ା ଠାରେ ମାରବାଡି ଯୁବାମଞ୍ଚ ଖଡ଼ିଆଳ ଶାଖା ର ଯୁବ ସ୍ୱେଚ୍ଛାସେବୀ ମାନେ ନିରନ୍ତର ଭାବରେ ସେବା ଯୋଗାଇଥାନ୍ତି । ବିଶୁଦ୍ଧ ପାନୀୟଜଳ,ସୁସ୍ବାଦିଷ୍ଟ ଭୋଜନ,ମିଷ୍ଠାନ୍ନ,ଔଷଧ ଆବଶ୍ୟକ ସ୍ଥଳେ ଆମ୍ବୁଲାନ୍ସ ସେବା ଯୋଗାଇଦେଉଛନ୍ତି । ଏହି ମହାନ କାର୍ଯ୍ୟକ୍ରମ ଆଜକୁ ଦୀର୍ଘ ୨୦ ବର୍ଷ ହେବ ଚାଲି ଆସୁଥିବା ବେଳେ,ବୁଢ଼ାପଡ଼ା ଗ୍ରାମର ଲୋକମାନେ ମଧ୍ୟ ସହଯୋଗ କରୁଥିବା ଯୁବାମଞ୍ଚ ପ୍ରକାଶ କରିଛି । ଏଭଳି ସେବା କରି ନିଜକୁ ଧନ୍ୟ ମନେକରୁଥିବା ଯୁବାମଞ୍ଚ ର ସମ୍ପାଦକ ବିକାଶ ଅଗ୍ରୱାଲ ପ୍ରକାଶ କରିଛନ୍ତି ।

Related posts

ଦଶ ବର୍ଷ ହେଲା ପକ୍ଷାଘାତ ରେ ପୀଡ଼ିତ ଥିବା ମାନସ ନାଏକଙ୍କ ପାଖକୁ ପହଂଚିଲେ ପ୍ରଶାସନ

masiha

ଆମ ଓଡ଼ିଶା ନବୀନ ଓଡ଼ିଶା ସହରୀ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

masiha

“ଏସପାଇଆର ରାଇରଙ୍ଗପୁର” ମାଧ୍ୟମରେ ଫ୍ରି କୋଚିଂ ଜିଲ୍ଲାପାଳଙ୍କ ଦ୍ବାରା ଶୁଭ ଉଦଘାଟିତ 

masiha

Leave a Comment

error: Content is protected !!