ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନl ଅନୁଷ୍ଠିତ

ରାୟଗଡ:-ତା.31/08 – ରାୟଗଡ ଜିଲ୍ଲାପଲଙ୍କ କାର୍ଯ୍ୟlଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ବୈକୁଣ୍ଠ ନାଥ ଛୁଆଳ ସିଂଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନଙ୍କ ଅଧକ୍ଷତlରେ ଏବଂ ଅତିରକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଡେପୁଟି କଲେକ୍ଟର ସୂର୍ଯ୍ୟମଣି ଭୋଇ,ମଧୁସ୍ମିତା ବେହେରାଙ୍କ ଉପସ୍ଥିତରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିନ୍ତନ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳଙ୍କ କାର୍ଯ୍ୟଳୟ କର୍ମଚାରୀଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ, ଅନୁବିଭାଗୀୟ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯାଜ୍ଞସେନୀ ବେହେରାଙ୍କ, ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଧ୍ରୁବ ଚରଣ ନାୟକ,ଜିଲ୍ଲା କ୍ରୀଡା ଅଧିକାରୀ ଜନାବ ଶେଖ ଆଲେନୁର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ,ସେକ୍ସନ ବିପ୍ର ଚରଣ ସ୍ୱାଇଁ,ଅଫିସର ଟୁନା ରଙ୍ଗୋଲି, ବବିତା ପଣ୍ଡା, ବୀର ଦଳେଇ ,ସମସ୍ତ ବରିଷ୍ଠ ରାଜସ୍ବ ସହାୟକ, ସମସ୍ତ କନିଷ୍ଠ ରାଜସ୍ୱ ସହାୟକ ଓ ଅନ୍ୟାନ୍ୟ ସମସ୍ତ କର୍ମଚାରୀ ଯୋଗଦାନ କରି ସମ୍ବର୍ଦ୍ଧନା ଦେଇଥିଲେ l ବିଦlୟୀ ଛୁଆଳ ସିଂ ଜଣେ ସମୟନୁବର୍ତ୍ତୀ, ନମ୍ର, ଶାନ୍ତ, କର୍ମଠ ଓ ସରଳ ବିଶ୍ୱାସୀ ଥିଲେ l ଶ୍ରୀ ସିଂ ଦୀର୍ଘ 36ବର୍ଷ କାର୍ଯ୍ୟ କାଳରେ ସମସ୍ତଙ୍କ ସହିତ ଉତ୍ତମ ବ୍ୟବହାର ପାଇଁ ସମସ୍ତଙ୍କ ପ୍ରିୟଭାଜନ ହୋଇଥିଲେ l ସମସ୍ତେ ତାଙ୍କର ଅବସରକାଳୀନ ଜୀବନର ଶୁଭ କାମନା କରିଥିଲେ l

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

National Odissi dancer Sriyashree Pati was honored with the Ekamra Pratibha Ratna award.

masiha

ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ଦାବୀ ୩୭ ଦିନରେ , ଆସନ୍ତା କାଲି ଧର୍ମଗଡ ଉପଖଣ୍ଡ ସଂପୂର୍ଣ୍ଣ ବନ୍ଦ 

masiha

ରାୟଗଡ଼ା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ରେ ରାୟଗଡ଼ା ଜିଲ୍ଲା ଯୁଵ କଂଗ୍ରେସ ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!