ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୃଷି ସେବା ସଂଘ ର କ୍ୟାଡ଼ର ପୁନର୍ବିନ୍ୟାସ ଦାବୀ ରେ ଜିଲ୍ଲା ଓ ବ୍ଲକ ସ୍ତରୀୟ କୃଷି ଅଧିକାରୀ ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଅନେକ ସେବା ବାଧିତ :କମ ବର୍ଷା ରେ ଚାଷୀ ରୋଗ ପୋକ ନିୟନ୍ତ୍ରଣ କରିବ କିପରି 

 ତେନ୍ତୁଳିଖୁଣ୍ଟି ୦୨/୦୯/୨୩  // ଓଡିଶା କୃଷି ସେବା ସଂଘ ଖାଲି ଥିବା ପଦବୀ ପୂରଣ , ପଦବୀ ଅନୁସାରେ ଦରମା ହାର ନିର୍ଦ୍ଧାର ଆଦି ଦାବୀ ପୂରଣ ପାଇଁ 8 ଅଗଷ୍ଟ ରେ ଦାବୀ ପତ୍ର ଦେବା କୃଷି ମନ୍ତ୍ରୀ ଙ୍କ ସହ ଆଲୋଚନା କରି 15 ଅଗଷ୍ଟ ପର୍ଯ୍ୟନ୍ତ କିଛି ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ସ୍ଥଗିତ ରଖିଥିଲେ। କିନ୍ତୁ ରାଜ୍ୟ ସରକାର ଙ୍କ ପକ୍ଷରୁକିଛି ପଦକ୍ଷେପ ନିଆଯାଇ ନଥିବାରୁ ଆଜି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଙ୍କୁ ପ୍ରଦାନ କରିଛି ଜିଲ୍ଲା କୃଷି ସେବା ସଂଘ। ୩୧ ତାରିଖ ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କୁ ଓହ୍ଲାଇଛି । ସଭାପତି ଜି ଭେଙ୍କଟ ରେଡି ,ସମ୍ପାଦକ ସୌମ୍ୟ ରଞ୍ଜନ ପାତ୍ର ,କୋଷାଧ୍ୟକ୍ଷ ଅମିତ କୁମାର ମଲ୍ଲିକ ସମେତ ଜିଲ୍ଲା କୃଷି ସେବା ସଂଘର ସମସ୍ତ ସଦସ୍ୟ ଆନ୍ଦୋଳନ ରେ ସାମିଲ ଅଛନ୍ତି । ବ୍ଲକ ଓ ଜିଲ୍ଲା ସ୍ତରୀୟ କୃଷି ଅଧିକାରୀ ଙ୍କ ଆନ୍ଦୋଳନ ଯୋଗୁଁ ଇ ରୋଗ ପୋକ ନିୟନ୍ତ୍ରଣ ସେଲ ଏକ ପ୍ରକାର ବନ୍ଦ ହୋଇଯାଇଛି। କମ ବୃଷ୍ଟିପାତ ଯୋଗୁଁ କଷ୍ଟେ ମଷ୍ଟେ ଖରିଫ ଚାଷ କରିଥିବା ବେଳେ ଇ ରୋଗ ପୋକ ନିୟନ୍ତ୍ରଣ ସେଲ ବନ୍ଦ ଯୋଗୁଁ ଚାଷୀ ଙ୍କ ସମସ୍ୟା ବଢି ଯାଇଛି। ଅନ ଲାଇନ କାର୍ଯ୍ୟ ବନ୍ଦ ଯୋଗୁଁ ଇ ପେଷ୍ଟ ରିପୋର୍ଟ ଚାଷୀ ବିଭିନ୍ନ ଯୋଜନା ରେ ପାଇବାକୁ ଥିବା ଅର୍ଥ ପାଇବାରୁ ବଞ୍ଚିତ କାରଣ ଏସବୁ କୃଷି ଅଧିକାରୀ ଙ୍କ ନିୟନ୍ତ୍ରଣ ରେ ଥିବାରୁ ତାହା ମଧ୍ୟ ବନ୍ଦ ହୋଇଯାଇଛି। ଚାଷୀ ଙ୍କୁ ମିଲେଟ ମିଶନ ,ମକା ମିଶନ ଆଦିରେ ସାମିଲ କରାଯାଇଥିବା ବେଳେ କୃଷି ଅଧିକାରୀ ଙ୍କ ଆନ୍ଦୋଳନ ମିଶନ ପ୍ରଭାବିତ ହେବା ସମ୍ଭାବନା ରହିଛି। ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ କୃଷି ବିଭାଗ ବିକଳ୍ପ ଉପରେ ଚିନ୍ତା କରୁଥିବା କହୁ ଥିବା ବେଳେ କୃଷି ଅଧିକାରୀ ଙ୍କ ଆନ୍ଦୋଳନ ବେଡି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି।  

  ଉଲ୍ଲେଖଯୋଗ୍ୟ ଯେ ରାଷ୍ଟ୍ରୀୟ କୃଷି ବିସ୍ତାର ପ୍ରବନ୍ଧସଂସ୍ଥାନ ପକ୍ଷରୁ ଗଠିତ କମିଟି କ୍ୟାଡ଼ର ପୁନର୍ବିନ୍ୟାସ ପାଇଁ ସୁପାରିଶ 2021 ଜୁଲାଇ 14 ରେ ଦେଇଛି।ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ସରକାର କିଛି ପଦକ୍ଷେପ ନେଇ ନାହାଁନ୍ତି। ଦୁଇବର୍ଷ ହେବ ବାରମ୍ବାର ଦାବୀ ସତ୍ତ୍ୱେ କିଛି ପଦକ୍ଷେପ ନିଆ ଯାଉ ନଥିବାରୁ କୃଷି ସେବା ସଂଘ ଆନ୍ଦୋଳନ କୁ ଓହ୍ଲାଇବା ଦ୍ୱାରା କୃଷି ଭିତ୍ତିକ ଯୋଜନା କାଳିଆ ବଳରାମ , ଫସଲବୀମା ଓଡିଶା ଯାନ୍ତ୍ରିକ କୃଷି , ଡିଜିଟାଲ କୃଷି , ଅର୍ଥକରୀ ଫସଲ ମିଶନ ,ମିଲେଟ ମିଶନ, ପ୍ରତିକୂଳ ଜଳବାୟ କୃଷି , ଆଦି ବାଧିତ ହେବା ଆରମ୍ଭ ହେଲାଣି। ଯେହେତୁ ଏସବୁ ଦାୟିତ୍ୱ କୃଷି ସେବା କ୍ୟାଡ଼ର ଅଧିକାରୀଙ୍କ। ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାନ 2016 ରୁ କୃଷି ଭିତ୍ତିକ ଶିକ୍ଷା କୁ ବୃତ୍ତିଗତ ଶିକ୍ଷାର ମାନ୍ୟତା ଦେଇଛି। ଅଦ୍ୟାବଧି କ୍ୟାଡ଼ର ର ପୁନର୍ବିନ୍ୟାସ କରିବା ଦୁରରକଥା ସୀମିତ ଅଧିକାରୀ ଙ୍କ ଉପରେ ବିଭାଗର ସମସ୍ତ ଯୋଜନାର ଚାପ ଦିଆଯାଇଛି। ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ନ ନେଲେ ଜିଲ୍ଲା ଠୁଁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ କୃଷି ଅଧିକାରୀ ଆନ୍ଦୋଳନ ରେ ଥିବାରୁ ଏହା ଦୀର୍ଘ ଦିନ ପର୍ଯ୍ୟନ୍ତ ଚାଲିଲେ ମରୁଡି ଭଳି ପ୍ରତିକୂଳ ପରିସ୍ଥିତି ଚାଷୀ ଙ୍କ ପାଇଁ ଏହା ବହୁଳ ଭାବେ ପ୍ରଭାବିତ କରିବ। 

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଅବସର କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ଭାରତୀୟ ଗୁରୁ ପରମ୍ପରାରେ ବ୍ଯାସ ଦେବ ଆଲୋଚନାଚକ୍ର

Sunil Chandra Nayak

ଦେଖୁ ଦେଖୁ ଜଳି ଗଲା ଦୁଇଚାକିଆ ଯାନ

Sunil Chandra Nayak

Leave a Comment

error: Content is protected !!