ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ବାର୍ଷିକ ଗ୍ରାମାଞ୍ଚଳ ହକି ପ୍ରତିଯୋଗିତା

ରାଉରକେଲା/ ସବଡେଗା ବ୍ଲକର ଗାଇବିରା କଇଁସାର ଅଷ୍ଟ୍ରୋଟ୍ରଫ ପଡିଆ ଠାରେ ଚାଲିଥିବା ବାର୍ଷିକ ଗ୍ରାମାଞ୍ଚଳ ହକି ପ୍ରତିଯୋଗିତା ସଫଳତା ପୂର୍ବକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ର ମୁଖ୍ୟ ବାଲିଶଙ୍କରା କ ର ଜିଲ୍ଲା ପରିଷଦ ସଭ୍ୟ ବିନୋଦ କୁମାର କୁଜୁରଙ୍କ ଆବାହକତ୍ବରେ ଆୟୋଜିତ ଏହି କ୍ରୀଡାରେ ଜିଲ୍ଲାର ୬୪ଟି ଦଳ ଅଂଶଗ୍ରହଣ କରିଥିଲେ । ମୁଖ୍ୟଅତିଥି ଭାବେ ଏସଡିସି ଅଧ୍ୟକ୍ଷ ବିନୟ ଟପ୍ପୋ, ସମ୍ମାନିତ ଅତିଥି ଭାବେ ସିଆରପିଏଫ ର ପ୍ରାକ୍ତନ ଡିଆଇଜି ଦୟାନିଧି ତନ୍ତୀ, ସବଡେଗା କ ଜିଲ୍ଲା ପରିଷଦ ସଭ୍ୟ ମନୋଜ କୁମାର ବରୁୱା, ସବଡେଗା ଖ ଜିଲ୍ଲା ପରିଷଦ ସଭ୍ୟା ଜୋଲାନୀ କେର୍କେଟା, ସବଡେଗା ତହସିଲଦାର ସୁମନ ମିଞ୍ଜ, ସବଡେଗା ବ୍ଲକର ଉପାଧ୍ୟକ୍ଷ ସୁଶାନ୍ତ ବେହେରା, ବାଲିଶଙ୍କରା ଖ ଜିଲ୍ଲା ପରିଷଦ ସଭ୍ୟା ଜୟନ୍ତୀ ଏକ୍କା, ସୁନ୍ଦରଗଡ ସାଇ ର ମୁଖ୍ୟ କୋଚ୍ ଆବ୍ରାହମ କିସପୋଟା, ବରିଷ୍ଠ କୋଚ୍ ପ୍ରଦୀପ କୁମାର ଷଡଙ୍ଗୀ, ରମେଶ କୁମାର ଶୁଖଦେବ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ପ୍ରତିଯୋଗିତାରେ ଏସଏନଜି ବ୍ରଦର୍ଶ ବି ଦଳ ଚମ୍ପିୟାନ ହୋଇ ୨୦ହଜାର ନଗଦ ଅର୍ଥ ଓ ବାକୁଡିହି ର ଡିଡବ୍ଲୁସି ଦଳ ରନର୍ସ ଅପ ହୋଇ ୧୫ ହଜାର ଟଙ୍କା ପୁରସ୍କାର ଲାଭ କରିଥିଲେ । ସେହିପରି ତୃତୀୟ ଦଳ ଭାବେ ଦେଓଗାଁ ଦଳ ୧୦ ହଜାର ଓ ଚତୁର୍ଥ ଦଳ ଭାବେ ରୁନଗାଁ ଦଳକୁ ୭ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଖେଳ ଗୁଡିକୁ କୋଚ ସର୍ବଶ୍ରୀ ଜର୍ଜ କେର୍କେଟା,ମିଲନ ଏକ୍କା, ବିଲକସ କିଶୋର ଟପ୍ପୋ, ଦୀପକ କୁଜୁର,ଅଜିତ ଲାକ୍ରା,ରାକେଶ ଲାକ୍ରା, ଜୋହନ ସୋରେନ, ଅଞ୍ଜାସ ଟେଟେ, ସନ୍ଦିପ ବାର୍ଲା, ନୀତଲ ସୋରେଙ୍ଗ ପ୍ରମୁଖ ପରିଚାଳନା କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ମା ବସ୍ତରେନ ମାଉଲୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଜାପିତ

Sunil Chandra Nayak

ମହୁଲଡିହା ପଡ଼ିଆରେ ୨୪ ତମ ଆନ୍ତଃରାଜ୍ୟ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

ମାଁ ଭଣ୍ଡାରୁଣୀ କ୍ରିକେଟ, ଅମଲିପଦର ଚମ୍ପିୟାନ 

masiha

Leave a Comment

error: Content is protected !!