ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୃତଜ୍ଞତା ଜ୍ଞାପନ

              କୃତଜ୍ଞତା ଜ୍ଞାପନ

ନବରଙ୍ଗପୁର ୦୫/୨୩: (ମସିହା)ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷୟିତ୍ରୀ ତଥା ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟା ଶ୍ରୀମତୀ ଜେମାମଣି ବିଷୋୟୀ ତାଙ୍କର ଚୋରିଯାଇଥିବା ସୁନାଚେନ୍‌ ଫେରିପାଇଥିବାରୁ ନବରଙ୍ଗପୁର, କୁନ୍ଦ୍ରା ଓ ଜୟପୁର ପୋଲିସ୍‌ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସୂଚନାଯୋଗ୍ୟ ଯେ, ତିନିଜଣ ଦୁର୍ବୃତ୍ତ ଅଗଷ୍ଟ ୨୩ ତାରିଖ ଦିନ ୨:୪୫ରେ ଶ୍ରୀମତୀ ବିଷୋୟୀ ଘର ରାସ୍ତାରେ ଫେରୁଥିବାବେଳେ ପଛଆଡ଼ୁ ବେକରୁ ଦୁଇଟି ସୁନାଚେନ୍‌ ଝାମ୍ପି ନେଇଯାଇଥିଲେ । ସଙ୍ଗେ ସଙ୍ଗେ ଶ୍ରୀମତୀ ବିଷୋୟୀ ନିକଟସ୍ଥ ଥାନାରେ ଅଭିଯୋଗ କରିଥିଲେ । କେଶ୍‌ ନଂ ୩୫୮/୨୩ ବଳରେ ପୋଲିସ ରାତିଦିନ ପରିଶ୍ରମ କରି ଅଗଷ୍ଟ ୩୧ ତାରିଖରେ କୁନ୍ଦ୍ରାରୁ ତିନିଜଣଙ୍କୁ ଗିରଫ କରି ସୁନାଚେନ୍‌ ଉଦ୍ଧାର କରିଥିଲେ । ଆଜି ନବରଙ୍ଗପୁର ପୋଲିସ ଶ୍ରୀମତୀ ବିଷୋୟୀ ଙ୍କୁ ଥାନାକୁ ଡାକି ସୁନାଚେନ୍‌ ଦେଇଥିଲେ । ଗୁରୁଦିବସ ଭଳି ଏକ ପବିତ୍ର ଦିବସରେ ନିଜର ସୁନାଚେନ୍‌ ଫେରି ପାଇଥିବାରୁ ଶ୍ରୀମତୀ ବିଷୋୟୀ ନବରଙ୍ଗପୁରର ଆରକ୍ଷୀ ଅଧିକ୍ଷକ ମିସ୍‌ ଏସ୍‌. ସୁଶ୍ରୀ, ଉପ-ଆରକ୍ଷୀ ଅଧିକ୍ଷକ ଚନ୍ଦ୍ରଶେଖର ହୋତା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବଟକୃଷ୍ଣ ମିଶ୍ର, ନବରଙ୍ଗପୁର ଥାନାର ଏସ୍‌ଡିପିଓ ନିହାର ରଞ୍ଜନ ପ୍ରଧାନ, ଆଇଆଇସି ସମ୍ବିତ ବେହେରା, ପୋଲିସ ବାହିନୀ, ଥାନାର କର୍ମଚାରୀବୃନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ମାତ୍ର ଅଳ୍ପଦିନରେ ଅପରାଧୀଙ୍କୁ ଧରିଥିବା ଯୋଗୁଁ ପୋଲିସ୍‌ ଉପରେ ଜନସାଧାରଣଙ୍କ ଆସ୍ଥା ନିଶ୍ଚୟ ବଢ଼ିବ ଏବଂ ନବରଙ୍ଗପୁରର ଶାନ୍ତିପୂର୍ଣ୍ଣ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଫେରାଇ ଆଣିବାରେ ପୋଲିସ୍‌ର ଏହି କାର୍ଯ୍ୟକୁ ନବରଙ୍ଗପୁରବାସୀ ନିଶ୍ଚୟ ମନେ ରଖିବେ ବୋଲି ଶ୍ରୀମତୀ ବିଷୟୀ କହିଛନ୍ତି । ଆଗାମୀ ଦିନରେ ଅପରାଧୀଙ୍କୁ ଧରିବା ନିମନ୍ତେ ପୋଲିସ୍‌କୁ ଜନସାଧାରଣ ସହଯୋଗ କରିବା ଉଚିତ ବୋଲି ସେ ମତ ରଖିଛନ୍ତି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମିଶନ ଶକ୍ତି ମାଧ୍ୟମରେ ମହିଳା ମାନଙ୍କୁ ସଶକ୍ତି ଓ ଅର୍ଥନୈତିକ ବିକାଶ ର ଅଭିବୃଦ୍ଧି ଲକ୍ଷ ନେଇ  ଧର୍ମଗଡ ଠାରେ ଆଭାସି ମାଧ୍ୟମରେ ସ୍ୱୟଂ ସହାୟିକା ଗୋଷ୍ଠୀ ଋଣ ସୁଧ ଫେରସ୍ତ

masiha

କଳାହାଣ୍ଡି କୃଷି ମହାବିଦ୍ୟାଳୟରେ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲିବାକୁ ଦାବି 

Sunil Chandra Nayak

ଗୋବର୍ଦ୍ଧନପୁର ୟୁପି ସ୍କୁଲଠାରେ  ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଅବସର ପୂର୍ବ ସମ୍ବର୍ଦ୍ଧନା 

Sunil Chandra Nayak

Leave a Comment

error: Content is protected !!