ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାୟୋବୃଦ୍ଧ ପୁରୋହିତ ରାମଚନ୍ଦ୍ର ଦାସ ଙ୍କର ପରଲୋକ

ବାୟୋବୃଦ୍ଧ ପୁରୋହିତ ରାମଚନ୍ଦ୍ର ଦାସ ଙ୍କର ପରଲୋକ

ଧର୍ମଗଡ଼ ଅଞ୍ଚଳର ସମସ୍ତଙ୍କ ର ପ୍ରିୟ ପୁରୋହିତ ରାମଚନ୍ଦ୍ର ଦାସ ଙ୍କ ର ଆଜି ଦିବା ଘ୧୧.୩୦ ମିନିଟ ସମୟରେ ପରଲୋକ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥଲା।ଧର୍ମଗଡ ଭିମଖୋଜ ପଡାରେ ରହୁଥିବା ସ୍ୱର୍ଗତ ଦାସ ଅଞ୍ଚଳରେ ଜଣେ ପୁରୋହିତ ଭାବେ ସେ ବେଶ ଆଦୃତ ଥିଲେ। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ସେ କିଛି ମାସ ହେଲା ଶଯ୍ୟାଶାୟୀ ଥିଲେ। ମୃତ୍ୟୁ ବେଳକୁ ତାଙ୍କ ପାଖରେ ପତ୍ନୀ ଅନୁସୁୟା ଦାସ,ବଡପୁଅ କବିରାଜ ଦାସ, ଦେବରାଜ ଦାସ, ପୂର୍ଣ୍ଣଚନ୍ଦ୍ର ଦାସ, ଭୃଙ୍ଗରାଜ ଦାସ , ବୋହୁ ଓ ନାତି ଶରତ ଦାସ, ମନୋଜ ଦାସ ଓ ନିକଟ ସମ୍ପର୍କୀୟ ମାନେ ଉପସ୍ଥିତ ଥିଲେ। ବଡପୁଅ କବିରାଜ ଦାସ ମୁଖାଗ୍ନି ଦେଇଥିଲେ। ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମୋ ଘର ଯୋଜନା ସଫଳ ରୂପାୟନ ପାଇଁ ବୈଠକ ହେଲେ ଦ୍ବନ୍ଦ୍ୱ କିଏ ମୋ ଘର ଆବେଦନ ପାଇଁ ଯୋଗ୍ୟ   

Sunil Chandra Nayak

ସରସ୍ଵତୀ ଶିଶୁ ଜ୍ଞାନ ମନ୍ଦିରରେ ଅଭିଭାବକ/ଅଭିଭାବିକା ସମ୍ମିଳନୀ ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ 

Sunil Chandra Nayak

କଳାହାଣ୍ଡିରେ ଗର୍ଜିଲା ଛାତ୍ରଶକ୍ତି: NEET ଦୁର୍ନୀତି ବିରୋଧରେ AISFର ବିଶାଳ ପ୍ରତିବାଦ, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି

Leave a Comment

error: Content is protected !!