ମାତୃଶକ୍ତିର ସମାହାର ମିଶନ ସକ୍ତି ହିଁ ସମାଜକୁ ଅଗ୍ରଗତି କରିପାରିବ , ବ୍ଲକ ସ୍ତରୀୟ ମିଶନ ଶକ୍ତି ଫେଡରେସନ୍ ସମାବେଶ
ଜୁନାଗଡ ୧୩/୦୯ (ମ ନି ସ) କେବଳ ମାତୃଶକ୍ତି ର ସମାହାର ମିଶନସକ୍ତି ଦ୍ୱାରା ସମାଜର ଅଗ୍ରଗତି ସମ୍ଭବ ବୋଲି ଜୁନାଗଡ ସହର ସ୍ଥିତ ସଂସ୍କୃତି ଭବନ ଠାରେ ବ୍ଲକ ସ୍ତରୀୟ ମିଶନସକ୍ତି ସମାବେଶରେପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କେପଟେନ ଦିବ୍ୟଶଙ୍କର ମିଶ୍ର ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।ଏଣୁ ମିଶନସକ୍ତି ମାଧ୍ୟମରେ ପରିବାରର ପ୍ରତେକ ମହିଳା କିପରି ସହଜରେ ସ୍ୱାବଲମ୍ବୀ ହୋଇପାରିବେ ସେଥିନେଇ ରାଜ୍ୟ ସରକାର ବିଭିନ୍ନ ଯୋଜନା ଜାରିରଖିଛନ୍ତି,ଏଥିନେଇ ସମସ୍ତଙ୍କ ସହଯୋଗ ଓ ସହଭାଗୀତା ଆବଶ୍ୟକ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରିଙ୍କ ଅଭାସି ମାଧ୍ୟମରେ ନୂତନ ଭାବେ ନିର୍ମିତ
ମିଶନସକ୍ତି କାର୍ଯ୍ୟାଳୟ ଗୃହର ଉଦ୍ଘାଟନ ହୋଇଥିଲା ।ଏହି କାର୍ଯ୍ୟକ୍ରମ ପରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ବିଭିନ୍ନ ମହିଳା ସଂଗଠନର ସଦସ୍ୟା ,ସିଆରପି, ଏମ୍ବିକେ, ବ୍ୟାଙ୍କ ମିତ୍ର ପ୍ରମୁଖଙ୍କ ଉପସ୍ଥିତିରେ ମିଶନ ଶକ୍ତି ଫେଡେରେଶନ୍ ସମାବେଶ ଅନୁଷ୍ଠିତ ହୋଇଥିଲା। ଏହି ବିଶାଳ ସମାବେଶ ରେ ଅନ୍ୟମାନଙ୍କ ମଧ୍ୟରେ, ବ୍ଲକ ଅଧ୍ୟକ୍ଷା ସବିତା ମେହେର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଧିରା ମେହେର, ବ୍ଲକ ଉପାଧ୍ୟକ୍ଷ ପ୍ରମୋଦ ବେହେରା, ବିଡିଓ ଦେବାଶିଷ କର, ଡି.ଏସ.ଡବ୍ଲୁ.ଓ ପ୍ରଭାତୀ ତ୍ରିପାଠୀ, ସିଡ଼ିପିଓ ଶୈଳଭମା ଦାସ, ସୀତା ଶବର, ତପସ୍ଵିନୀ ନାଏକ, ପୁର୍ବତନ ବ୍ଲକ ଉପାଧ୍ୟକ୍ଷ ବିଜୟ ଲକ୍ଷ୍ମୀ କନ୍ଦପାନ ବିସିସିବି ଡାଇରେକଟର ମନୀଷା ସାହୁ ପ୍ରମୁଖ ଯୋଗ ଦେଇ ଥିଲେ।ପୂର୍ବତନ ନଗରପାଳ ମହେଶ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ମହେଶ୍ବର ସାହୁ ସଭା ପରିଚାଳନା କରିଥିଲେ ଏବଂ ବ୍ଲକ ଉପାଧ୍ୟକ୍ଷ ପ୍ରମୋଦ ବେହେରା ମଞ୍ଚ ପରିଚାଳନା କରିଥିଲେ। ଏହି ସମାବେଶ ରେ ବ୍ଲକ ଓ ଏନଏସି ଅଂଚଳରୁ ପ୍ରାୟ ଏକ ହଜାରର ଉର୍ଦ୍ଧ ମହିଳା ଯୋଗ ଦେଇଥିଲେ। ଶେଷ ରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଧିରା ମେହେର ଧନ୍ୟବାଦ ପ୍ରଦାନ କରିଥିଲେ ।
ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ


