ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ରେ ବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳନ 

ଡାବୁଗାଁ ରେ ବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳନ 

ଡାବୁଗାଁ, ୧୯/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବିଭିନ୍ନ ସ୍ଥାନ, ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ରେ ମଙ୍ଗଳବାର ଧୂମଧାମରେ ଗଣେଶ ପୂଜା ପାଳିତ ହୋଇଯାଇଛି | ଆଜି ସକାଳୁ ଛାତ୍ରୀ ଛାତ୍ର ମାନେ ମହା ଆନନ୍ଦରେ ନୂତନ ବସ୍ତ୍ର ପରିଧାନକରି କରି ହାତରେ ପୂଜା ସାମଗ୍ରୀ ଧରି ବିଦ୍ୟାଳୟକୁ ଯାଉଥିବା ଦେଖିବାକୁ ମିଳିଥିଲା | ପୂଜା ସାରି ପିଲାମାନ ଆନନ୍ଦରେ ପ୍ରସାଦ ଧରି ଘରକୁ ଫେରିଥିଲେ | ଏହାସହ ବିଭିନ୍ନ ଗ୍ରାମ, ସାହି ରେ ମହାସମାରୋହରେ ଗଣେଶ ପୂଜା ପାଉଛନ୍ତି | ଡାବୁଗାଁ ଜଗନ୍ନାଥ ମନ୍ଦିର ସମ୍ମୁଖ, ଡ଼ଙ୍ଗରିଗୁଡା ଗ୍ରାମ ସହ ଜୟନ୍ତୀ ନଗର ଠାରେ ହୋଇଥିବା ୬ ଫୁଟ ଉଚ୍ଚର ଗଣେଶ ମୂର୍ତ୍ତି ସହ ବିଭିନ୍ନ ସାଜସଜା ଓ ରଙ୍ଗବେରଙ୍ଗ ର ଆଲୋକ ମାଳାରେ ପୂଜା ମଣ୍ଡପ ବେଶ ଆକର୍ଷଣ ହୋଇଥିଲା | ପୂଜା ଦେଖିବା ପାଇଁ ସନ୍ଧ୍ୟାରେ ଭକ୍ତ ମାନଙ୍କ ଭିଡ ଲାଗିଥିବା ଦେଖିବାକୁ ମିଳିଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁରରେ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ

ପୁରୁଷୋତ୍ତମପୁର କୋର୍ଟପକ୍ଷରୁ ସୁରକ୍ଷିତ ଶୈଶବ ସୁକକ୍ଷିତ ଭବିଶ୍ଯତ କାର୍ଯକ୍ରମ ଅନୁଷ୍ଠିତ 

ତେରେସିଂହା ମାଁ ଗଜଲକ୍ଷ୍ମୀ ପୂଜା ନୂତନ କମିଟି ଗଠିତ

masiha

Leave a Comment

error: Content is protected !!