ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା କଲେଜ ରେଡକ୍ରସ ୟୁନିଟ ର ବୃକ୍ଷରୋପଣ କାର୍ଯ୍ୟକ୍ରମ 

ରାଉରକେଲା କଲେଜ ରେଡକ୍ରସ ୟୁନିଟ ର ବୃକ୍ଷରୋପଣ କାର୍ଯ୍ୟକ୍ରମ 

ରାଉରକେଲା/ ସେକ୍ଟର ୪ସ୍ଥିତ ରାଉରକେଲା କଲେଜ ଯୁବ ରେଡକ୍ରସ ୟୁନିଟ ଦ୍ବାରା ଏକ ଔଷଧୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନେଇ କଲେଜର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ତତ୍ତ୍ବାବଧାନରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଯୁକ୍ତ ୩ ଶାଖାର କାଉନସିଲର ଅଧ୍ୟାପକ ମନୋଜ କୁମାର ଦଳେଇ ଏବଂ ସହ କାଉନସିଲର ରଂଜିତ କୁମାର ପ୍ରଧାନ ପ୍ରମୁଖ ଔଷଧୀୟ ବୃକ୍ଷ ରୋପଣର ଉପାଦେୟତା ସଂପର୍କରେ ଆଲୋଚନା କରିଥିଲେ । ପରେ ରେଡକ୍ରସ ସ୍ବେଚ୍ଛାସେବୀ ଛାତ୍ର ଛାତ୍ରୀଙ୍କ ଦ୍ବାରା କଲେଜ ପରିସରରେ ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଇତିହାସ ବିଭାଗର ଅଧ୍ୟାପକ ତରଣୀ ନାୟକ,ରାଜନୀତି ବିଜ୍ଞାନର ଅଧ୍ୟାପକ ଜିତେନ୍ଦ୍ର ଡାକୁଆ ଓ ସ୍ବେଚ୍ଛାସେବୀ ମୋନାଲିସା ନାୟକ, ପ୍ରଭାତୀ ସାହୁ,କବିତା କିଷାନ,ନନ୍ଦିନୀ ସୋନୀ, କେଶରୀ ବାଗ୍,ପ୍ରଶାନ୍ତ ମାଝୀ,ରାହୁଲ ଗୋପ, ବିଜୟଲକ୍ଷ୍ମୀ ନାୟକ, ସୁସ୍ମିତା ବିଶ୍ବାଳ ପ୍ରମୁଖ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

୫ଟି ଅଧକ୍ଷଙ୍କୁ ଭେଟିଲେ ଜିଲ୍ଲା ପରିଷଦ ଉପ।ଧକ୍ଷ। ସୁଧିରା ମେହେର 

masiha

ରାଇରଙ୍ଗପୁର! ସନସାଇନ ଇଂଲିଶ ମିଡିୟମ ସ୍କୁଲର ୨୩ ତମ ବାର୍ଷିକୋତ୍ସବ 

masiha

କନିଷ୍ଠ ଯନ୍ତ୍ରୀ ଙ୍କ ବିୟୋଗରେ ଡାବୁଗାଁ ବ୍ଳକ ରେ ପାଳିଲେ ଶୋକ ସଭା

Sunil Chandra Nayak

Leave a Comment

error: Content is protected !!