ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ଠାରେ ଦୁର୍ଗାପୂଜା ପ୍ରତିମା ନିର୍ମାଣ ପାଇଁ ମାଟି ଅନୁକୂଳ

କୋକସରା ଠାରେ ଦୁର୍ଗାପୂଜା ପ୍ରତିମା ନିର୍ମାଣ ପାଇଁ ମାଟି ଅନୁକୂଳ

କୋକସରା,୨୪/୦୯ // ପାର୍ବଣ ଋତୁ ଆସିଛି, ଧରାବତାରଣ କରିବେ ମା ଜଗତ ଜନନୀ ଦୁର୍ଗା। କଳାହାଣ୍ଡି ଜିଲ୍ଲା କୋକସରା ସଦର ମହକୁମା ରେ ପାଳନ ହେଉଥିବା ସାର୍ବଜନୀନ ଦୁର୍ଗା ପୂଜା ପାଇଁ ରବିବାର କମିଟି ପକ୍ଷରୁ ଦେବୀଙ୍କ ପ୍ରତିମା ନିର୍ମାଣ ପାଇଁ ମାଟି ଅନୁକୂଳ କରାଯାଇଛି। ଏହି ଅବସରରେ ଚିଲିଗୁଡା ମୁଟ୍ରା ନଦୀ କୂଳରୁ ପୁଜକ ପ୍ରତାପ ଚନ୍ଦ୍ର ପାଣିଗ୍ରାହୀ, ଗ୍ରାମ୍ୟ ପୁଜକ ନନ୍ଦ କିଶୋର ଧରୁଆଙ୍କ ପୂଜାର୍ଚ୍ଚନା ପରେ ପୂଜା କର୍ତ୍ତା ଭାବେ ଇନ୍ଦ୍ରମଣି ଧ. ମାଝୀ ସମସ୍ତ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ସାର୍ବଜନୀନ ଦୁର୍ଗା ପୂଜା କମିଟିର ସଭାପତି ତ୍ରିଭୁବନ ନାଏକ, ସମ୍ପାଦକ ଅଧୁରାଜିତ ନାଏକ, ଯୁଗ୍ମ ସମ୍ପାଦକ ଅମୂଲ୍ୟ ବିଶି, ଅମିତ ସୁନା, କୋଷାଧ୍ୟକ୍ଷ ତପନ ମାଝୀ, ସୀମାଞ୍ଚଲ ବେହେରା, ମହେନ୍ଦ୍ର ପ୍ରଧାନୀ, ଉପଦେଷ୍ଟା କମିଟିର ରାମଚନ୍ଦ୍ର ପାଣିଗ୍ରାହୀ, ଅଭିମନ୍ୟୁ ଧ. ମାଝୀ, ଦୁଷ୍ମନ୍ତ ପାଟ୍ଟଯୋଷୀ, ନବୀନ ନାଏକ, ସୁଶାନ୍ତ କୁମାର ବେହେରା, ସେବକ ଘନଶ୍ୟାମ ପ୍ରଧାନୀ ପ୍ରମୁଖ ଉପସ୍ଥିତ ରହିଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

୨ଟି ମୋଟରସାଇକେଲ ମୁହାଁମୁହିଁ ଧକ୍କା ୧ ମୃତ, ୨ ଆହତ

Sunil Chandra Nayak

ବିଭିନ୍ନ ସ୍ଥାନରେ ସ୍ବାଧିନତା ଦିବସ ପାଳିତ

Sunil Chandra Nayak

ଡାବୁଗାଁ ଥାନା ଅଧିକାରୀ ନିଳମ୍ବିତ      (ଥାନାରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଘଟଣା )

Leave a Comment

error: Content is protected !!