ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଜାତୀୟ ସେବା ସଂସ୍ଥାର ଜାତୀୟ କର୍ମଶାଳା ଅନୁଷ୍ଠିତ

ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଜାତୀୟ ସେବା ସଂସ୍ଥାର ଜାତୀୟ କର୍ମଶାଳା ଅନୁଷ୍ଠିତ 

    ଡାବୁଗାଁ, ୨୫/୯(ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଜାତୀୟ ସେବା ଶିବିର ତରଫରୁ ଏକ କର୍ମଶାଳା ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପ୍ରଥମେ ଜାତୀୟ ସେବା ଶିବିର ର ଛାତ୍ର ଛାତ୍ରୀ ଙ୍କୁ ନେଇ ଏକ ସାଧାରଣ ସଭା ର ଆୟୋଜନ କରଯାଇଥିଲା । ଏହି କର୍ମଶାଳା ରେ ଏହି ଜାତୀୟ ସେବା ଯୋଜନାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋଚନା କରାଯାଇଥିଲା । ଏଥିରେ ପ୍ରଥମେ ଜାତୀୟ ସେବା ଯୋଜନାର ମୁଖ୍ୟ ମେକ୍ସ ନାୟକ କହିଲେ ସବୁବେଳେ ସାମାଜିକ ସୁରକ୍ଷା ଓ ଏଥି ପାଇଁ ଆବଶ୍ୟକ ସଚେତନତା ସୃଷ୍ଟି କରିବା ଛାତ୍ର ଛାତ୍ରୀ ଙ୍କ ମୁଖ୍ୟ ଦାୟିତ୍ଵ ଏଥି ସହିତ ସମାଜର ସମସ୍ତ ପ୍ରକାର ବ୍ୟବସ୍ଥା ଯଥା ପରିବେଶ ଓ ସାମାଜିକ ସଚେତନତା ରକ୍ଷା କରିବା ମୁଖ୍ୟ ଦାୟିତ୍ଵ ରହିବା ଦରକାର ଏହା ନିଜ ବକ୍ତବ୍ୟରେ କହିଲେ । ଏଥି ସହିତ ସମ୍ମାନିତ ଅତିଥି ଭାବେ ଭୈରବ ସ୍ନାତକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶଙ୍କର ଗନ୍ତାୟତ ଯୋଗ ଦେଇ କହିଲେ ସାମାଜିକ ସୁରକ୍ଷା କଥା ଯେତେବେଳେ କହିବା ଛାତ୍ରୀ ଛାତ୍ର ମାନେ ମୁଖ୍ୟ ଅଙ୍ଗ ତେଣୁ ଏହି ଜାତୀୟ ସେବା ଯୋଜନାର ମୁଖ୍ୟ ଲକ୍ଷ୍ୟ ସାମାଜିକ ସୁରକ୍ଷା ସହିତ ଏହାର ଦାୟିତ୍ଵ ତେଣୁ ଏହି ସେବା ଶିବିରର ଛାତ୍ରୀ ଛାତ୍ର ମାନେ ପରିବେଶ ସୁରକ୍ଷା ସହିତ ଏହାର ନିୟନ୍ତ୍ରଣ କରିବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ଅଟେ ବୋଲି କହିଲେ । ଏଥି ସହିତ ଭୈରବ ସ୍ନାତକ ମହାବିଦ୍ୟାଳୟ ଅର୍ଥନୀତି ଅଧ୍ୟାପକ ସନ୍ୟାସୀ ସାହୁ ସଭାର ପରିଚାଳନା ଦାୟିତ୍ୱରେ ରହିଥିଲେ।ଶ୍ରୀ ସାହୁ କହିଲେ ସମାଜରେ ସାମାଜିକ ସୁରକ୍ଷା ଦାୟିତ୍ୱରେ ମୁଖ୍ୟ ଯଥା ସେବା ଓ ସଚେତନ ଏହି ଦୁଇଟି ଜାତୀୟ ସେବା ଯୋଜନାର ମୁଖ୍ୟ ଲକ୍ଷ୍ୟ ଏଥି ସହିତ ସଙ୍ଘୀୟ ବ୍ୟବସ୍ଥା, ସାମାଜିକ ସୁରକ୍ଷା ଓ ଦାୟିତ୍ଵ, ପରିବେଶ ସଫା ସୁତୁରା ରଖିବା, ବୃକ୍ଷ ରୋପଣ ଓ ପରିବେଶ ନିୟନ୍ତ୍ରଣ କରିବା ସହିତ ସାମାଜିକ ସେବା ଓ ବିକାଶ ଏହି ଦୁଇଟି ମୁଖ୍ୟ ଲକ୍ଷ୍ୟ ରହିବା ଦରକାର । ଏହି ସଭାରେ ଭୈରବ ସ୍ନାତକ ମହାବିଦ୍ୟାଳୟ ର ଅର୍ଥନୀତି ବିଭାଗୀୟ ମୁଖ୍ୟ ଉର୍ମିଳା ବ୍ରହ୍ମା, ଇତିହାସ ବିଭାଗୀୟ ମୁଖ୍ୟ ପୁଷ୍ପାଞ୍ଜଳି ସାହୁ, ଓଡ଼ିଆ ବିଭାଗୀୟ ମୁଖ୍ୟ ଚନ୍ଦନା ପଣ୍ଡା, ଓଡ଼ିଆ ଅଧ୍ୟାପିକା ମନିଷା ସରକାର, ଇତିହାସ ବିଭାଗୀୟ ଅଧ୍ୟାପକ ଦୟାରାମ ମନୋହର ପ୍ରମୁଖ ଉପସ୍ଥିତି ଥିଲେ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ଧାରଣା 

masiha

ଜଗମୋହନ ରେ ଅଗ୍ନିକାଣ୍ଡ

Sunil Chandra Nayak

First state executive body meeting of the Journalist Council of India, Odisha wing was held in Bhubaneswar.

masiha

Leave a Comment

error: Content is protected !!