ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁଣି ଶ୍ରମିକଙ୍କ ମଧ୍ୟରେ ନିର୍ଯାତନାର ଭୟ ଓ ତୀବ୍ର ଅସନ୍ତୋଷ 

ପୁଣି ଶ୍ରମିକଙ୍କ ମଧ୍ୟରେ ନିର୍ଯାତନାର ଭୟ ଓ ତୀବ୍ର ଅସନ୍ତୋଷ 

ବଡ଼ବିଲ – ବହୁ ଚର୍ଚ୍ଚିତ ଘୋଟାଲା ବିଭାଗରେ ଅଞ୍ଚଳର ଏକ ଗରିବ ଶ୍ରମିକ ପ୍ରତି ଘଟିଥିବା ଅନ୍ୟାୟର ପର୍ଦ୍ଦାଫାସ ଘଟଣା ନଜର କୁ ଆସିଛି l ଯାହାର ସବିଶେଷ ତଥ୍ୟ ଖୋଦ ଜଣେ ଶ୍ରମିକ ନିଜ ନାମକୁ ଗୁପ୍ତ ରଖି ଭୟରେ ଚଳିତ ସପ୍ତାହରେ ପ୍ରକାଶ କରିଛନ୍ତି l ବିଶେଷ ସୂତ୍ର ରୁ ପ୍ରକାଶ ଯେ ଜଣେ ଉଚ୍ଚ କର୍ମଚାରୀ ଯିଏ କି ବିଶେଷ କରି ଦିନ ତମାମ ବିଭାଗରେ ଚୁଗୁଲୀ କରିବାଟା ଶ୍ରେୟ ମନେ କରି, ଅଫିସରଙ୍କ କାନରେ ଯାଇ ଏପଟ ସେପଟ ଗପିବା ତଥା ବିଭାଗ ମଧ୍ୟରେ ପ୍ରମୁଖ କେତକଙ୍କୁ ଭିନ୍ନ ନଜରରେ ଦେଖିବା ସହ କର୍ଯ୍ୟାସମ୍ପାଦନ ସମୟରେ ପ୍ରମୁଖ କେତେ ଜଣଙ୍କୁ ଯାଇ ବିରକ୍ତ କରିଥାଆନ୍ତି ନବ ନିଯୁକ୍ତ ହୋଇଥିବା ବିଭାଗୀୟ କର୍ମଚାରୀ ଯାହାଙ୍କ ନାମ ବଂଶୀଧର।ଅତୀତରେ ଶ୍ରମିକ ଜଣକୁ ଖୋଦ ବିଭାଗୀୟ ଅଧିକାରୀ ଛଟେଇର ଶକ୍ତ ଚାପୁଡ଼ା ମାରି ଆସିଥିବା ବେଳେ ତାହା ବର୍ତମାନ ଭିନ୍ନ ରୂପ ନେଇ ଚୁଗୁଲିଆ କର୍ମଚାରୀ ବଂଶୀଧରଙ୍କ ଦ୍ବାରା ଉକ୍ତ ଶ୍ରମିକକୁ ମାନସିକ ଓ ଶାରରୀକ ଚାପ ଦେଉଥିବାର ଅଭିଯୋଗ ଆସିଛି। ଫଳରେ ଶ୍ରମିକ ଏବେ ଭୟରେ ଦିନ ବିତାଉଛନ୍ତି lଏପରିକି ଶ୍ରମିକକୁ ନିର୍ଦ୍ଦେଶ ଥିବା କାର୍ଯ୍ୟସ୍ଥଳୀରୁ ଅନ୍ୟତ୍ର ବାରମ୍ବାର ସ୍ଥାନାନ୍ତରିତ କରିବାର ହୁକୁମ ଚଳାଇଛନ୍ତି l ବଂଶିଧରଙ୍କ ଏପରି ମନ୍ଦ କାର୍ଯ୍ୟକଳାପକୁ ନାପସନ୍ଦ କରିଛନ୍ତି ବିଭାଗୀୟ ଶ୍ରମିକ ମାନେ l ଚାପୁଲୁସି କରି ଦିନ ତାମାମ ସମୟ କାଟିବା,ଚୁଗୁଲାମି କରିବାକୁ ଭଲ ପାଇବା,ଏପଟେ ସେପଟ ହୋଇ ଘୁରିବୁଲିବା ଓ ଅଫିସର କାନରେ ଅଜଥା କଥା ଯାଇ ଗପି ସଭିଙ୍କ ମଧ୍ୟରେ ବିଭ୍ରାଟ ସୃଷ୍ଟି କରିବା, ସ୍ବାର୍ଥ ହାସଲ ପରି ବିଭାଗୀୟ କାର୍ଯ୍ୟ କରିବା ହେଉଛି ମୂଳମନ୍ତ୍ର ବଂଶୀଧରଙ୍କର lତେବେ ସୂଚନା ଯୋଗ୍ୟ ଆଗାମୀ ଦିନରେ ଉକ୍ତ ଶ୍ରମିକଙ୍କ ପ୍ରତି ଏକ ଉଦ୍ଦେଶ୍ୟମୂଳକ ଷଡ଼ଯନ୍ତ୍ର ରଚାଯିବାର ଗନ୍ଧ ବାରି ହେଉଥିବା ବେଳେ ସମସ୍ତ ଶ୍ରମିକଙ୍କୁ ନିୟନ୍ତ୍ରଣର ରଖିବା ନେଇ ଶ୍ରମିକ ମାନଂକ ମଧ୍ୟରେ ତୀବ୍ର ଅସନ୍ତୋଷ ବାତାବରଣ ଦେଖା ଦେଇଅଛି l

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ଓଡ଼ିଆ ଅସ୍ମିତାର ପ୍ରତୀକ “ବନ୍ଦେ ଉତ୍କଳ ଜନନୀ” ଗାନରେ ମୁଖରିତ ହେଉ ଜନତା ମଇଦାନ

masiha

ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟ ଲୟ ଗୃହ ନିର୍ମାଣ ପାଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବି ପତ୍ର ପ୍ରଦାନ କଲେ ସମାଜ ସେବୀ

masiha

ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ ଓ ବିଶ୍ଵମୃତ୍ତିକା ଦିବସ ପାଳିତ

masiha

Leave a Comment

error: Content is protected !!