ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଲମଣ୍ଡା ବ୍ରିଜ କାମ ଶେଷ ପାଇଁ ୬ ବର୍ଷ ଲାଗିଲାଣି , ଶେଷ ହୋଈ ପାରୁନି କାମ 

ଆଲମଣ୍ଡା ବ୍ରିଜ କାମ ଶେଷ ପାଇଁ ୬ ବର୍ଷ ଲାଗିଲାଣି , ଶେଷ ହୋଈ ପାରୁନି କାମ 

ବନ୍ଧୁଗାଁ ତା,୨୯/୯/୨୩,କୋରାପୁଟ ଜିଲ୍ଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକରୁ ଓଡିଶାରୁ ଆନ୍ଦ୍ରକୁ ସଂଯୋଗ କରୁଥିବା ୮କୋଟି ୭୦ ଲକ୍ଷ ଟଙ୍କା ବ୍ୟୟରେ ୨୦୧୭-୧୮ ରେ ଆରମ୍ଭ ହୋଇଥିବା ବ୍ରିଜ କାମ ଆଜି ପର୍ଯ୍ୟନ୍ତ କାମ ଶେଷ ହୋଇପାରୁନାହିଁ, କାରଣ ଆଲୋମଣ୍ଡା ଅଞ୍ଚଳରେ ଦିନିକିଆ ମଜୁରିଆ ବା ମିସ୍ତ୍ରୀ ମିଳିବାର କଷ୍ଟ ଯୋଗୁଁ ବ୍ରିଜ କାମ କରିବା ପାଇଁ ପଶ୍ଚିମ ବଙ୍ଗରୁ ମିସ୍ତ୍ରୀ ଓ ମଜୁରିଆ ଓ ୱେଲଡର ମାନଙ୍କୁ ଅଧିକା ଟଙ୍କା ଦେଇ ଆଲୋମଣ୍ଡା ବ୍ରିଜ କାମ କରିବା ପାଇଁ ଆଣି କାମ କରିଥିବା ସହ ବ୍ରିଜର ସ୍ଲାବ କାମ ୮୦% ଭାଗ ଶେଷ ହୋଇଥିବା ବେଳେ ତଳର ପଥର ସୋଲିଙ୍ଗ ଓ ମରାମତିର ଅଳ୍ପ ମାତ୍ରାରେ ରହିଛି, ତାହା ମଧ୍ୟ ବର୍ଷା ଲାଗି ରହିଥିବା ଯୋଗୁଁ ଝଞ୍ଜାବତି ନଦିର ପାଣି ଦିନକୁ ଦିନ ଫୁଲୁଥିବା ହେତୁ ବ୍ରିଜ କାମ କରିବାରେ ବାଧା ହଉଛି I ବ୍ରିଜର ସ୍ଲାବ କାମ ଶେଷ ହୋଇଥିବା ବେଳେ ଠିକାଦାର ଠିକ ସମୟରେ ଠିକ ଭାବରେ ବିଲ ହୋଇନଥିବାର ଗଣ ମାଧ୍ୟମକୁ କିହିଁଚନ୍ତି,( ପି ଡବ୍ଲି୍ଡି )ଯନ୍ତ୍ରୀ ଏକାମ ଅନୁଯାଇ ବିଲ ପତ୍ର କଲେ ମତେ ଆଉ ଆଗକୁ ଜଲ୍ଦି କାମ ସାରି ସରକାରଙ୍କୁ ହସ୍ତାନ୍ତର କରିବି ବୋଲି କହିଥିଲେ I ବର୍ତ୍ତମାନ କୁମ୍ଭାରୀ ପୁଟ ରାସ୍ତା କାମ ମଧ୍ୟ ଆନ୍ଦ୍ର ବାଲା ଟେଣ୍ଡର ପକାଇ କାମ କରିଥିବା ବେଳେ ଆଲୋମଣ୍ଡା ବ୍ରିଜର ଠିକାଦାର ଏହି ରାସ୍ତା କାମ ନେଇ ନିଜେ ଗାଡି ମୋଟର ଲଗେଇ ଜରସୋର ଭାବରେ ଘାଟ କାଟିବା ସହ ରାସ୍ତାର କୁ ଓସାର କରି କାମ କରିଥିବାର ଦେଖିବାକୁ ମିଳିଛି I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଜାତୀୟ ଆଇନ୍ ସେବା ଦିବସ ପାଳିତ

Sunil Chandra Nayak

ମାଟିଆଭଟା ଗାଁ ନିକଟରେ ମୋଟର ସାଇକେଲ ଦୁର୍ଘଟଣା , ବାଇକ୍ ଚାଳକ ମୃତ 

masiha

ଆଜି ଆସିବେ ମା ନିଜ ଧରା ପୃଷ୍ଠକୁ ୯ ଦିନ ରହି ପୂଜା ପାଇବେ ଅସ୍ଥାୟୀ ମନ୍ଦିରରେ 

masiha

Leave a Comment

error: Content is protected !!