ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ବ୍ଲକ ରେ ତେଜିଲା ଧର୍ମଗଡ ଜିଲ୍ଲା ଦାବୀ ,  ଧର୍ମଗଡ଼କୁ ଜିଲ୍ଲା ମାନ୍ୟତା ଦାବି ନେଇ ଗୋଲାମୁଣ୍ଡା ଠାରେ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ର ବୈଠକ

ଗୋଲାମୁଣ୍ଡା ବ୍ଲକ ରେ ତେଜିଲା ଧର୍ମଗଡ ଜିଲ୍ଲା ଦାବୀ , 

ଧର୍ମଗଡ଼କୁ ଜିଲ୍ଲା ମାନ୍ୟତା ଦାବି ନେଇ ଗୋଲାମୁଣ୍ଡା ଠାରେ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ର ବୈଠକ

ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଆଜି ଶନିବାର ଅପରାହ୍ନ ରେ ଗୋଲାମୁଣ୍ଡା ଠାରେ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ଘୋଷଣା ଦାବିରେ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ର ଆହ୍ୱାନ କ୍ରମେ ଧର୍ମଗଡ ଉପଜିଲ୍ଲପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ୩୪ ଦିନ ହେବ ବିଭିନ୍ନ ସାମାଜିକ, ରାଜନୈତିକ,କଲେଜ ଛାତ୍ରଛାତ୍ରୀ ସମର୍ଥନ ଆନ୍ଦୋଳନ କରୁଥିବା ବେଳେ ଆଜି ଧର୍ମଗଡ ଜିଲ୍ଲା ମାନ୍ୟତା ଦାବିକୁ ନେଇ ଗୋଲାମୁଣ୍ଡା ଠାରେ ବ୍ଲକସ୍ତରୀୟ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକ ରେ ଗୋଲାମୁଣ୍ଡା ବ୍ଲକ ର ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତା ଙ୍କ ସମେତ, ବ୍ଲକ ର ୨୮ ଗୋଟି ଗ୍ରାମପଞ୍ଚାୟତର ସରପଞ୍ଚ, ବିଭିନ୍ନ ସାମାଜିକ ସଂଗଠନ ର କର୍ମକର୍ତ୍ତା, କଲେଜ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ଗୋଲାମୁଣ୍ଡା ବ୍ଲକର ଜନ ସଂଗ୍ରାମ ସମିତିର ସଭାପତି ସାଉଲ ମଙ୍ଗରାଜ, ଶ୍ୟାମ ସୁନ୍ଦର ଅଗ୍ରୱାଲ,ସରପଞ୍ଚ ସଙ୍ଘ ସଭାପତି ପୁରୁଷୋତ୍ତମ ରାଉତ, ନରହରି ବାଗ, ଚୁନିଲାଲ ଅଗ୍ରୱାଲ, ମୁରଲୀ ମାଝୀ, ଜନ୍ମେଜୟ ମାଝୀ, ନକୁଳ ସିପକା, ସୁବାସ ଚନ୍ଦ୍ର ରାଉତ, ତିଳରାମ ମେହେର, କୃଷ୍ଣ ଚନ୍ଦ୍ର ମୁଣ୍ଡ ନକୁଳ ବିଶି, ମୁନିଆ ସିପକା, ମିନିକେତନ ସେଠି ବୃଷଭ ନାଏକ, ସାବିତ୍ରୀ ବାଇ ପ୍ରମୁଖ ଏହି ବୈଠକରେ ଯୋଗ ଦେଇ ଶିକ୍ଷା, ସ୍ଵାସ୍ଥ୍ୟ ଓ ଗମନାଗମନ କ୍ଷେତ୍ର ରେ ଅବହେଳିତ ଥିବା ଗୋଲାମୁଣ୍ଡା ବ୍ଲକ ର ସର୍ବାଙ୍ଗୀନ ବିକାଶ ପାଇଁ ଧର୍ମଗଡ କୁ ଜିଲ୍ଲା ଘୋଷଣା କରିବାକୁ ଦାବି କରିଥିଲେ ଏବଂ ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ଗୋଲାମୁଣ୍ଡା ବିଡିଓ ଙ୍କୁ ପ୍ରଦାନ କରିଥିଲେ।

ଧର୍ମଗଡ ଉପଖଣ୍ଡ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ବରିଷ୍ଠ ସଦସ୍ୟ ଦିଗାମ୍ବର ଦୁରିଆ, ସନ୍ତୋଷ ପାଢ଼ୀ,ଡମ୍ବରୁଧର ଲହଜଲ,ରତନ ନାଏକ ଏହି ଅବସରରେ ଉକ୍ତ ସଭାରେ ଯୋଗ ଦେଇ ଜିଲ୍ଲା ମାନ୍ୟତା ଦାବି ରେ ଆସନ୍ତା ଅକ୍ଟୋବର ୪ ରେ ଡାକରା ଦିଆ ଯାଇ ଥିବା ଧର୍ମଗଡ ଉପଖଣ୍ଡ ବନ୍ଦ ଡାକରା କୁ ସଫଳ କରିବା ପାଇଁ ଅନୁରୋଧ କରିଥିଲେ।ଜନ ସଂଗ୍ରାମ ସମିତିର ସଭାପତି ସାଉଲ ମଙ୍ଗରାଜ ସଭା ପରିଚାଳନା କରିଥିବା ବେଳେ ସରପଞ୍ଚ ସଙ୍ଘ ସଭାପତି ପୁରୁଷୋତ୍ତମ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଦମ୍ପତିଙ୍କ ମୃତ୍ୟୁକୁ ନେଇ ଆଳତୁମା ଗାଁ କମିଟି ଉପଜିଲ୍ଲାପାଳଙ୍କୁ ୪ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ 

masiha

ଜନଜାଗରଣ ମଞ୍ଚର ମାସିକ ବୈଠକ ଅନୁଷ୍ଠିତ

Sunil Chandra Nayak

ନର୍ଲା ଓକିଲ ସଂଘ ନିର୍ବାଚନ 

masiha

Leave a Comment

error: Content is protected !!