ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ରାଜ୍ଯ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ

ଓଡ଼ିଶା ରାଜ୍ଯ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ

ଭୁବନେଶ୍ୱର, ୨୮†୯ : ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଉଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସମ୍ପାଦକ, ପ୍ରକାଶକମାନ ଓ ସ୍ବତ୍ତ୍ବାଧିକାରୀମାନଙ୍କୁ ନେଇ ଓଡ଼ିଶା ରାଜ୍ଯ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ଗଠିତ ହୋଇଛି | ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ମାଷ୍ଟର କ୍ଯାଣ୍ଟିନ ଛକସ୍ଥିତ ବୁଲନ ସେବା ସଦର ଠାରେ ସଂଘର ସାଧାରଣ ପରିଷଦ ବୈଠକ ସଂଗଠନର ରାଜ୍ଯ ସଭାପତି ତଥା ନବୀନର ସମ୍ପାଦକ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଆଗାମୀ ଦୁଇବର୍ଷ ପାଇଁ ଏହି ସଂଗଠନର କର୍ମକର୍ତ୍ତାଙ୍କୁ ମନୋନୀତ କରାଯାଇଛି | ଚେୟାରମ୍ଯାନ ଭାବେ କେବିକେ ସମାଚାରର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ବିନୋଦ ମହାପାତ୍ର ମନୋନୀତ ହୋଇଛନ୍ତି | ସଭାପତି ଭାବେ ଶ୍ରୀ ରଥ ପୁନର୍ବାର ମନୋନୀତ ହୋଇଛନ୍ତି | କାର୍ଯ୍ଯକାରୀ ସଭାପତି ଭାବେ ଦୈନିକ ଅନେକ ସୂଚନାର ସମ୍ପାଦକ ନିତ୍ଯ ନିରଞ୍ଜନ ପଣ୍ଡା, ଉପସଭାପତି ଭାବେ ଘଟଣାଚକ୍ର ସମ୍ପାଦକ ଭଜରାମ ମହାପାତ୍ର ଓ ଲୋକଭାଷାର ସମ୍ପାଦକ ସୁକଦେବ ପରିଡ଼ା, ସାଧାରଣ ସମ୍ପାଦକ ଭାବେ ଅଭିନନ୍ଦନର ସମ୍ପାଦକ ଜଗଦୀଶ ମିଶ୍ର, ସଂଗଠନ ସମ୍ପାଦକ ଭାବେ ପରିବର୍ତ୍ତନର ସମ୍ପାଦକ ରମାକାନ୍ତ ପରିଜା, ସମ୍ପାଦକ ଭାବେ ସତ୍ଯ ଖବରର ସମ୍ପାଦକ ଅକ୍ଷୟ କୁମାର ନାୟକ, ଭୂମିବାର୍ତ୍ତାର ସମ୍ପାଦକ ସ୍ବଦେଶ ଚନ୍ଦ୍ର ଦାସ, ଆଜିର ତୋଫାନର ସମ୍ପାଦକ ତପନ କୁମାର ପତି ଓ ଉପାନ୍ତ ଖବରର ସମ୍ପାଦକ ଗଣେଶ ବିଷୋୟୀ ମନୋନୀତ ହୋଇଛନ୍ତି | ସେହିପରି କାର୍ଯ୍ଯକାରୀ କମିଟି ସଦସ୍ଯ ଭାବେ ପ୍ରଫୁଲ୍ଲ ସାମନ୍ତରା, ମିର୍ଜା ରିଜୁଆନ୍ ବେଗ, ବ୍ରଜବନ୍ଧୁ ପରିଡ଼ା, ଚିତ୍ତରଞ୍ଜନ ସ୍ବାଇଁ, ପ୍ରକାଶ ଚନ୍ଦ୍ର ଖଟାଇ, ମହେନ୍ଦ୍ର କୁମାର ନନ୍ଦ, ଡ଼ା. ରାଜାରାମ ଷଡ଼ଙ୍ଗୀ, ସଚ୍ଚିଦାନନ୍ଦ ବଗର୍ତ୍ତି, ସୁନୀଲ ଚନ୍ଦ୍ର ନାୟକ ରହିଛନ୍ତି | କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକର ବିଭିନ୍ନ ସମସ୍ଯା ଓ ସରକାରଙ୍କ ଦୃଷ୍ଟିଭଙ୍ଗୀ ସମ୍ପର୍କରେ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ | ଆଗାମୀ ଦିନରେ ସଂଗଠନକୁ କ୍ରିୟାଶୀଳ କରି ସମ୍ପାଦକମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା |

ମସିହା ନିୟୂଜ୍ ସର୍ଭିସ୍ 

Related posts

କବିତା(‘ସ୍ୱପ୍ନ’) ପ୍ରତିଯୋଗିତା ର ଫଳାଫଳ ପ୍ରକାଶିତ

masiha

ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ଓଡ଼ିଶା ଦିବସ -୨୦୨୫ ପାଳିତ

masiha

ନାମ ଫଳକକୁ ଓଡ଼ିଆରେ ଲେଖିବାକୁ ଉତ୍କଳ ସମ୍ମିଳନୀ ପକ୍ଷରୁ ସେପ୍ଟେମ୍ବର ୧୨ରେ ପଦଯାତ୍ରା

Sunil Chandra Nayak

Leave a Comment

error: Content is protected !!