ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦଣ୍ଡପାଟ ଉତ୍ପାଦକ ଗୋଷ୍ଠୀ ପକ୍ଷରୁ ‘ସ୍ବଚ୍ଛ କିଶୋରୀ ସ୍ବଚ୍ଛ ଦେଶ’ କାର୍ଯ୍ୟକ୍ରମ

ଦଣ୍ଡପାଟ ଉତ୍ପାଦକ ଗୋଷ୍ଠୀ ପକ୍ଷରୁ ‘ସ୍ବଚ୍ଛ କିଶୋରୀ ସ୍ବଚ୍ଛ ଦେଶ’ କାର୍ଯ୍ୟକ୍ରମ

ଯେତେବେଳେ ବାଳିକାମାନେ ବାଲ୍ୟକାଳରୁ କିଶୋରାବସ୍ଥାରେ ପ୍ରବେଶ କରନ୍ତି, ଏହି ସମୟ ସେମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହରମୋନାଲ ପରିବର୍ତ୍ତନ ହେତୁ ସେମାନେ ଶାରୀରିକ ପରିବର୍ତ୍ତନ କରନ୍ତି। ଯାହା ସେମାନଙ୍କର କୋମଳ ମନ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ଏହି ସମୟରେ ସେମାନଙ୍କ ମଧ୍ୟରେ ସ୍ୱଚ୍ଛତା ପ୍ରତି ସଚେତନତା ଜରୁରୀ। ଏହି କାମରେ ଅଣ୍ଟା ଭିଡ଼ିଛି ଧର୍ମଗଡ ବ୍ଲକ ବେହେରା ସ୍ଥିତ ଦଣ୍ଡପାଟ ଉତ୍ପାଦକ ଗୋଷ୍ଠୀ। ନିଜ ଉପାର୍ଜିତ ଅର୍ଥରୁ ଆୟୋଜନ କରିଛି ‘ସ୍ବଚ୍ଛ କିଶୋରୀ ସ୍ବଚ୍ଛ ଦେଶ’ କାର୍ଯ୍ୟକ୍ରମ। ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ କିଶୋରୀ ବାଳିକାମାନଙ୍କୁ ସ୍ବଚ୍ଛ ସାମଗ୍ରୀ ବଣ୍ଟନ କରାଯାଇଛି। ଉତ୍ପାଦକ ଗୋଷ୍ଠୀ ସଭାନେତ୍ରୀ ସୁଚିତ୍ରା ଗୋପାଳଙ୍କ ଅଧ୍ୟକ୍ଷତାରେ ମୁଖ୍ଯ ଅତିଥି ଭାବେ ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷା ମନୀଷା ମିଶ୍ର ଯୋଗଦେଇଥିବା ବେଳେ ମୁଖ୍ଯ ବକ୍ତା ଭାବେ ସମାଜସେବୀ ବିବେକ ମିଶ୍ର ଯୋଗଦେଇଥିଲେ। ସମ୍ମାନୀତ ଅତିଥି ଭାବରେ ବେହେରା ଏମବିକେ ଜୟନ୍ତୀ ହଂସ, ଜିପିଏଲଏଫ୍ ସଭାନେତ୍ରୀ ସୁନିତା ସିଂ ଠାକୁର ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମସ୍ତ ଅତିଥି ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଦଣ୍ଡପାଟ ଉତ୍ପାଦକ ଗୋଷ୍ଠୀ ନିଜ ଉପାର୍ଜିତ ଅର୍ଥରୁ ଏଭଳି ସମାଜ ମଙ୍ଗଳ କାର୍ଯ୍ୟକ୍ରମ ଆୟୋଜନ କରୁଥିବାର ଦେଖି ଗର୍ବ ଲାଗୁଛି ଏବଂ ଦେହକୁ ସ୍ବଚ୍ଛ ରଖିବା ସହିତ ମନକୁ ମଧ୍ଯ ସ୍ବଚ୍ଛ ରଖିବାର ଆବଶ୍ୟକତା ରହିଛି ଆଉ କିଶୋରୀମାନେ ସୁସଂସ୍କାର ଆଣି ମାଆବାପାଙ୍କ ନାମକୁ ଉଜ୍ଜ୍ବଳ କରନ୍ତୁ ବୋଲି ଅତିଥି ମାନେ ମତପୋଷଣ କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ୬୦ଜଣ କିଶୋରୀ ବାଳିକାଙ୍କୁ ସ୍ବଚ୍ଛ ସାମଗ୍ରୀ ବଣ୍ଟନ କରାଯିବା ସହିତ ଦୁଇଜଣ ଦଶମ ଶ୍ରେଣୀର ମେଧାବୀ ଛାତ୍ରୀଙ୍କୁ ପାଠ୍ୟପୁସ୍ତକ ପ୍ରଦାନ କରାଯାଇଥିଲା। ଶିକ୍ଷୟିତ୍ରୀ ଚାନ୍ଦିନୀ ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଂପାଦିକା ସଂଗୀତା ବିଶି ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବେହେରା ପଞ୍ଚାୟତର ସମସ୍ତ ସିଆରପି, ଉତ୍ପାଦକ ଗୋଷ୍ଠୀର ସମସ୍ତ ସଦସ୍ୟା ପ୍ରମୂଖ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସାହିତ୍ୟ ସଂସଦ ପକ୍ଷରୁ କବିତା ଆସର ଓ ପାଠଚକ୍ର ଅନୁଷ୍ଠିତ 

masiha

ରାଇରଙ୍ଗପୁର ମହାବିଦ୍ୟାଳୟରେ ବିଶ୍ବ ଏଡ୍ସ ଦିଵବସ-୨୦୨୩ ପାଳିତ

masiha

କଥାଶିଳ୍ପୀ ଗୋପିନାଥ ମହାନ୍ତିଙ୍କ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!