ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅଜଣା ଗାଡି ଧକ୍କା ରେ ଭିନ୍ନକ୍ଷମ ବୃଦ୍ଧ ଙ୍କ ମୃତ୍ୟୁ

ଅଜଣା ଗାଡି ଧକ୍କା ରେ ଭିନ୍ନକ୍ଷମ ବୃଦ୍ଧ ଙ୍କ ମୃତ୍ୟୁ

ଚିଲିଗୁଡା ତା ୨/୧୦ ( ମ ନି ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ମୁଖ୍ୟ ରାସ୍ତାର ହସ୍ପିଟାଲ ପଡା ନିକଟରେ ଗତ କାଲି ସଂଧ୍ୟାରେ ଏକ ଅଜଣା ଗାଡି ଚିଲିଗୁଡା ଗ୍ରାମର ଭିନ୍ନକ୍ଷମ ବୃଦ୍ଧ ଛିଡା ରସିଆ ନାଗ ୮୦ ଙ୍କୁ ଧକ୍କା ଦେଇଥିଲା ।ଯାହା ଫଳରେ ଘଟଣା ସ୍ଥଳରେ ହି ମୃତ୍ୟୁ ହୋଇଥିଲା ।ଖବର ପାଇ ଚିଲିଗୁଡା ଫାଣ୍ଡି ଅଧିକାରୀ ସୁବୋଧ କୁମାର ଫୁଲ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲେ ।ସନ୍ଧ୍ୟା ହୋଇ ଥିବାରୁ ଶବ ବ୍ୟବଚ୍ଛେଦ ହୋଇ ପାରି ନ ଥିଲା ।ଏପରିକି ଭିନ୍ନକ୍ଷମ ବୃଦ୍ଧ ର କେହି ମଧ୍ୟ ଲୋକ ନ ଥିବାରୁ ପୋଲିସ ରାତି ତମାମ ଶବକୁ ଜଗି ରହିଥିଲା ।ଭିନ୍ନକ୍ଷମ ବୃଦ୍ଧ ର ଆତ୍ମୀୟ ସ୍ଵଜନ ,ପରିବାର ବର୍ଗ କେହି ମଧ୍ୟ ନ ବାହାରି ବାରୁ ଆଜି ସକାଳେ ମୁଣ୍ଡର।ଗୁଡା ସରପଞ୍ଚ ତାରା ଶଙ୍କର ରାୟଗୁରୁ ଏବଂ ଫାଣ୍ଡି ଅଧିକାରୀ ସୁବୋଧ କୁମାର ଫୁଲ ଙ୍କ ସହାୟତାରେ ଜୁନାଗଡ଼ ଡାକ୍ତର ଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠେଇଥିଲେ ଏବଂ ଶବ ସତ୍କାର କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ 

Related posts

ପୁଣି ନର୍ଲା ପୋଲିସର ସଫଳତା, ଶାନ୍ତପୁର କେନାଲ ନିକଟରୁ ଗଞ୍ଜେଇ ମାଫିଆ ଗିରଫ

Sunil Chandra Nayak

ଗୋ ଚାଲାଣ ସନ୍ଦେହରେ କଙ୍ଗାରୁ କୋର୍ଟ ମାମଲାରେ ନଅ ଅଟକ,ତଦନ୍ତ ଜାରି 

masiha

ଥୁଆଙ୍ଗପଦର ଗାଁର ଛାତ୍ରଙ୍କ ଶବ ପୁରୁଣା ଅମ୍ବାଦଳା ରେଳ ଧାରଣାରୁ ଉଦ୍ଧାର, ରେଳବାଇ ପୁଲିସ ପକ୍ଷରୁ ତଦନ୍ତ ଜାରି

Sunil Chandra Nayak

Leave a Comment

error: Content is protected !!