ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

ଜୁନାଗଡ଼,୩/୧୦(ମ ନି ସ) ଏନଏସି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୩ ଓ ଓଡିଶା ମିଲେଟ ପ୍ରତିଯୋଗିତା ଜୁନାଗଡ଼ ସ୍ଥାନୀୟ ହିଂଜିଲିବାହିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତଥା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସରୋଜ ପଣ୍ଡା ସଭାପତିତ୍ୱ କରିଥିଲେ। ମୁଖ୍ୟଅତିଥି ଭାବେ ଜୁନାଗଡ଼ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନେପାଳ ଚନ୍ଦ୍ର ବାଗ ଓ ମୁଖ୍ୟବକ୍ତା ଭାବେ ଏବିଇଓ ତଥା ବିଆରସିସି ସୁଶାନ୍ତ କୁମାର ଠାକୁର,ସିଆରସିସି ନିଲାଞ୍ଚଲ ନାଗ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରି ଉସାହିତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା କୁଇଜ, ଡିବେଟ, ଗୀତ,ଚିତ୍ରାଙ୍କନ,କ୍ରିଏଟିଭ ରାଇଟିଂ, ପ୍ରଭୂତି ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ପୁରସ୍କ୍ରୁତ କରାଯାଇଥିଲା।ଏଥିରେ ଗନ୍ତାୟ ପଡା ଉଚ୍ଚପ୍ରାଥମିକ ବିଦ୍ୟାଳୟ ପ୍ରଥମ, ବ୍ଲକ କଲୋନୀ ଉଚପ୍ରାଥମିକ ବିଦ୍ୟାଳୟ ଦ୍ୱିତୀୟ, ଓ ଲଙ୍କେଶ୍ୱରୀ ବାଳିକା ଉଚ୍ଚ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ।ମଞ୍ଚ ପରିଚାଳନା କରିଥିଲେ ଯୀଶୁରାମ ଗୋପାଳ ଓ ଧନ୍ୟବାଦ ଦେଇଥିଲେ ଟାଉନ ସିଆରସିସି ନିଲାଞ୍ଚଲ ନାଗ।ଏହି ସୁରଭି କାର୍ଯ୍ୟକ୍ରମରେ ସହରର ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ସମୂହ ଅଂଶଗ୍ରହଣ କରିଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ନବନିର୍ମାଣ କୃଷକ ସଂଗଠନ ର ଲୋକ ସମ୍ପର୍କ ଅଭିଯାନ

Sunil Chandra Nayak

ପବିତ୍ର ବୁକ୍ସ ଏଡୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମେଧା ଅନ୍ୱେଷଣ ପରୀକ୍ଷା ଓ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ

Sunil Chandra Nayak

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ବହଳଦାରେ ବିଭିନ୍ନ ସ୍ଥାନରେ ରକ୍ଷା ବନ୍ଧନ

Sunil Chandra Nayak

Leave a Comment

error: Content is protected !!